Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ସକାଳେ ଖାଲି ପେଟରେ ଚା' ପିଇଲେ କ୍ୟାନସର ?

Arpita Mohanty
Browse all articles by Arpita Mohanty
·1 year ago·1 min read
ସକାଳେ ଖାଲି ପେଟରେ ଚା' ପିଇଲେ କ୍ୟାନସର ?

ଅର୍ଗସ ବ୍ୟୁରୋ: କ'ଣ ସତରେ ଖାଲି ପେଟରେ ଚା' ପିଇଲେ କ୍ୟାନସର ହେବ? ଏମିତି କିଛି ପ୍ରଶ୍ନ ଆପଣଙ୍କ ମନରେ ଆସୁଛି କି? ଆମେ ଜାଣିଛେ ଅଧିକାଂଶ ଲୋକଙ୍କୁ ଚା' ପିଇବାକୁ ବହୁତ ଭଲ ଲାଗେ ବିଶେଷ ଭାବେ ସକାଳ ସମୟରେ। ଗୋଟେ କପ୍ ଚା' ନପିଇଲେ ସେମାନଙ୍କ ଦିନ ଆରମ୍ଭ ହୁଏନାହିଁ। ପ୍ରାୟତଃ ସକାଳ ଚା' ଖାଲି ପେଟରେ ପିଇଥାନ୍ତି । କିଛି ଲୋକ ତ ବେଡ୍ ଟି ବି ପସନ୍ଦ କରିଥାନ୍ତି। କିନ୍ତୁ ଖାଲିପେଟରେ ଚା' ପିଇବା ସ୍ବାସ୍ଥ୍ୟ ପ୍ରତି ବହୁତ ଖରାପ ବୋଲି କୁହାଯାଏ। ଏମିତି କି କ୍ୟାନସର ହେବାର ସମ୍ଭାବନା ଥାଏ ବୋଲି ଶୁଣିବାକୁ ମିଳେ।

କିନ୍ତୁ ଏହା ସଠିକ୍ ନୁହେଁ ବୋଲି କହୁଛନ୍ତି ଡାକ୍ତର। ଏହା ପଛରେ କୌଣସି ସାଇଣ୍ଟିଫିକ୍ ପ୍ରୁଫ୍ ନାହିଁ ବୋଲି ଡାକ୍ତର କହୁଛନ୍ତି। ସମ୍ଭବତଃ ଖାଲି ପେଟରେ ଚା' ପିଇବା ଦ୍ବାରା ଅନ୍ୟସବୁ ସମସ୍ୟା ହୋଇଥାଏ ଯେମିତି କି ଗ୍ୟାଷ୍ଟ୍ରକ ସମସ୍ୟା ବଢିଥାଏ। ଶରୀରରେ ପାଣିର ମାତ୍ରା ବି କମିଯାଏ। ଏବଂ ଅତ୍ୟଧିକ ଚା' ପିଇବା ଦ୍ବାରା ଓଜନ ମଧ୍ୟ ବୃଦ୍ଧି ହୋଇଥାଏ। ତେବେ ସକାଳ ସମୟରେ ଖାଲି ପେଟରେ ଚା ନପିଇ ଜଳଖିଆ ପରେ ପିଇବା ସଠିକ୍ ହୋଇଥାଏ। 

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drinking tea on an empty stomach in the morning can cause cancer? | Argus News