Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଅଧିକ ପାଣି ପିଇବା ମଧ୍ୟ ଶରୀର ପ୍ରତି ହାନିକାରକ

Rashmita Mishra
Browse all articles by Rashmita Mishra
·1 year ago·2 min read
ଅଧିକ ପାଣି ପିଇବା ମଧ୍ୟ ଶରୀର ପ୍ରତି ହାନିକାରକ

ଅର୍ଗସ ବ୍ୟୁରୋ: ଆମେ ଜାଣନ୍ତି କମ୍ ପାଣି ପିଇଲେ ଶରୀରରୁ ଜଳୀୟ ଅଂଶ ହ୍ରାସ ପାଏ ।ତାହା ଜୀବନପ୍ରତି ଘାତକ ସାଜିଥାଏ। ତେବେ ଆପଣ ଜାଣନ୍ତି କି, ଅଧିକ ପାଣି ପିଇବା ମଧ୍ୟ ଶରୀର ପ୍ରତି ହାନିକାରକ। ଏହା ଜୀବନ ମଧ୍ୟ ନେଇପାରେ।ଏକ ଗବେଷଣାରୁ ଜଣାପଡ଼ିଛି ଯେ ଆବଶ୍ୟକତାଠାରୁ ଅଧିକ ପାଣି ପିଇଲେ ଜୀବନ ପ୍ରତି ବିପଦ ସୃଷ୍ଟିକରେ । ସ୍ୱାସ୍ଥ୍ୟ ସମସ୍ୟା ହାଇପୋନେଟ୍ରୀମିଆର ଆଶଙ୍କା ବହୁମାତ୍ରାରେ ବଢ଼ିଯାଏ। 

ଗବେଷକମାନେ କହିଛନ୍ତି, ଅଧିକ ପାଣି ପିଇଲେ ରକ୍ତରୁ ସୋଡିୟମର ପରିମାଣ ହ୍ରାସ ପାଏ। ଏହା ଦ୍ୱାରା ମସ୍ତିଷ୍କ ଫୁଲିଯାଏ ଓ ଏହାକୁ ହାଇପୋନେଟ୍ରୀମିଆ କୁହାଯାଏ। ବିଶ୍ୱ ପ୍ରସିଦ୍ଧ ମାର୍ଶଲ ଆର୍ଟିଷ୍ଟ ଓ ଅଭିନେତା ବ୍ରୁସ୍ ଲୀ’ଙ୍କର ଏହି ହାଇପୋନେଟ୍ରୀମିଆ ଯୋଗୁ ହିଁ ମୃତ୍ୟୁ ହୋଇଥିଲା। ମାତ୍ର ୩୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା। ସେତେବେଳେ ତାଙ୍କୁ ଦେଖିଥିବା ଡାକ୍ତରମାନେ ପେନ୍ କିଲର ସେବନ ଯୋଗୁ ତାଙ୍କ ମସ୍ତିଷ୍କ ଫୁଲି ଯାଇଥିଲା ବୋଲି କହିଥିଲେ। କିନ୍ତୁ ମୃତ୍ୟୁର ପ୍ରାୟ ୫୦ ବର୍ଷ ପରେ ଜଣାପଡ଼ିଲା ଯେ ଅଧିକ ପାଣି ପିଇବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

 ଆମ ଜୀବନ ପାଇଁ ଜଳ ବହୁତ ଜରୁରୀ। ଏହା ଶରୀରକୁ ହାଇଡ୍ରେଟ୍ ରଖେ। ଶରୀରରେ ପାଣି କମ୍ ହୋଇଗଲେ ଉପୁଜୁଥିବା ସ୍ଥିତିକୁ ଡିହାଇଡ୍ରେସନ କୁହାଯାଏ। ସେହିପରି ଶରୀରରେ ଅଧିକ ଜଳ ହୋଇଗଲେ, ତାକୁ ଓଭରହାଇଡ୍ରେସନ କୁହାଯାଏ। ଯେତେବେଳେ ଆମ ଶରୀରକୁ ଆବଶ୍ୟକତାଠାରୁ ଅଧିକ ଜଳ ପ୍ରବେଶ କରେ, କିଡ୍ନୀ ଅତିରିକ୍ତ ତରଳ ପଦାର୍ଥକୁ ନିଷ୍କାସନ କରିପାରେ ନାହିଁ। ସେହିଭଳି ଅଧିକ ପାଣି ପିଇଲେ ସୋଡିୟମର ମାତ୍ରା ହ୍ରାସ ପାଏ। ଶରୀରରୁ ସୋଡ଼ିୟମର ପରିମାଣ କମିଗଲେ ମୁଣ୍ଡ ବ୍ୟଥା ଓ ବାନ୍ତି ହୋଇଥାଏ। ହାଲିଆ ଲାଗେ। ଏହା ସହିତ ମସ୍ତିଷ୍କ ଫୁଲି ଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମେ ଗୋଟିଏ ଦିନରେ କେତେ ପାଣି ପିଇବା ଉଚିତ। ସାଧାରଣତଃ ଶାରୀରିକ ସ୍ଥିତି, ଯେମିତିକି- ଉଚ୍ଚତା, ଓଜନ ଅନୁସାରେ ପାଣିର ମାତ୍ରା ବଢ଼ିପାରେ ବା କମିପାରେ। ସେହିପରି ଜଣେ ପ୍ରତିଦିନ କେତେ ସମୟ ବ୍ୟାୟାମ କରୁଛି, ସେହି ଅନୁସାରେ ମଧ୍ୟ ପାଣିର ପରିମାଣ ବଢ଼ିପାରେ ବା କମିପାରେ। କିନ୍ତୁ ମୋଟାମୋଟି ଭାବେ କହିବାକୁ ଗଲେ ଜଣେ ବ୍ୟକ୍ତି ଦିନକୁ ୮ରୁ ୧୦ ଗ୍ଲାସ ପାଣି ପିଇବା ଆବଶ୍ୟକ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

Sponsored
Drinking too much water is also harmful to the body | Argus News