Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Durga puja / ଦଶହରାରେ ଆଣନ୍ତୁ ଏହି ସବୁ ଜିନିଷ ମିଳିବ ଶୁଭ ଫଳ

Rashmita Mishra
Browse all articles by Rashmita Mishra
·9 months ago·2 min read
ଦଶହରାରେ ଆଣନ୍ତୁ ଏହି ସବୁ ଜିନିଷ ମିଳିବ ଶୁଭ ଫଳ

Key Points

ଏହି ଦିନ କିଛି ବିଶେଷ ଜିନିଷ ଘରକୁ ଆଣିବାକୁ ବହୁତ ଶୁଭ ହୋଇଥାଏ । ବିଶ୍ୱାସ କରାଯାଏ ଯେ ଯଦି ଏହି ଜିନିଷଗୁଡ଼ିକୁ ଘରକୁ ଆଣି ଦଶହରାରେ ପୂଜା କରାଯାଏ, ତେବେ ଏହା ସୁଖ, ସମୃଦ୍ଧି, ଧନ ଏବଂ ଦୁଷ୍ଟ ଶକ୍ତିରୁ ସୁରକ୍ଷା ଆଣିଥାଏ।

ହିନ୍ଦୁ ଧର୍ମରେ ଦଶହରାକୁ ବହୁତ ଶୁଭ ମନାଯାଏ । ଏହି ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ। ଶାରଦୀୟ ନବରାତ୍ରି ଶେଷ ପରେ ଦଶମ ଦିନରେ ପାଳନ କରାଯାଏ ଦଶହରା । ଯାହା ଦେବୀ ଦୁର୍ଗାଙ୍କ ପ୍ରସ୍ଥାନ ଏବଂ ରାବଣ ଉପରେ ଭଗବାନ ରାମଙ୍କ ବିଜୟକୁ ମନେ ପକାଇଥାଏ ।


ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଦିନ କିଛି ବିଶେଷ ଜିନିଷ ଘରକୁ ଆଣିବାକୁ ବହୁତ ଶୁଭ ହୋଇଥାଏ । ବିଶ୍ୱାସ କରାଯାଏ ଯେ ଯଦି ଏହି ଜିନିଷଗୁଡ଼ିକୁ ଘରକୁ ଆଣି ଦଶହରାରେ ପୂଜା କରାଯାଏ, ତେବେ ଏହା ସୁଖ, ସମୃଦ୍ଧି, ଧନ ଏବଂ ଦୁଷ୍ଟ ଶକ୍ତିରୁ ସୁରକ୍ଷା ଆଣିଥାଏ।


ଅଁଳା ଗଛ: ଅଁଳା ଗଛରେ ଦେବତାମାନଙ୍କର ବାସ ବୋଲି କୁହାଯାଏ । ଏମିତିକି ଭଗବାନ ରାମଙ୍କ ପ୍ରିୟ ଗଛ ଅଁଳା ଗଛ । ତେଣୁ ଦଶହରାରେ ଘରକୁ ଅଁଳା ଗଛ ଆଣନ୍ତୁ । ନଚେତ୍ ଅଁଳାପତ୍ର ଆଣି ଘରର ଦେବାଦେବୀଙ୍କୁ ଅର୍ପଣ କରନ୍ତୁ । ଦଶହରାରରେ ଅଁଳା ଗଛ ତଳେ ଦୀପ ଜଳାଇବା ଶୁଭ ହୋଇଥାଏ ।


ଝାଡୁ: ଝାଡୁକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ବିବେଚନା କରାଯାଏ। ଦଶହରାରେ ଝାଡୁ କିଣିବା ଏକ ନୂଆ ଏବଂ ଶୁଭ ଆରମ୍ଭର ପ୍ରତୀକ ହୋଇଥାଏ । ଏପରି କରିବା ଦ୍ବାରା ଘରୁ ଦାରିଦ୍ର୍ୟ ଏବଂ ନକାରାତ୍ମକତା ଦୂରେଇ ଯାଇଥାଏ ଏବଂ ଧନ-ସମୃଦ୍ଧିର ପଥ ଖୋଲିଥାଏ। ଦଶହରାରେ ନୂଆ ଝାଡୁ କିଣି ପୂଜା କରନ୍ତୁ । ଏହାପରେ ବ୍ୟବହାର କରନ୍ତୁ ।


ଓସ୍ତ ଗଛ: ଓସ୍ତ ଗଛକୁ ପବିତ୍ର ବୋଲି ବିବେଚନା କରାଯାଏ । ଏହା ବାସ୍ତୁ ଦୋଷ ଦୂର କରିବାରେ ସାହାଯ୍ୟ କରେ। ଏହାକୁ ଘରକୁ ଆଣିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୁଏ ଏବଂ ସକାରାତ୍ମକ ଶକ୍ତି ମିଳିଥାଏ । ଦଶହରାରେ ଘରକୁ ଓସ୍ତ ପତ୍ର ଆଣନ୍ତୁ । ଏଥିରେ ଲାଲ ଚନ୍ଦନ ଏବଂ ଅଖଣ୍ଡ ଚାଉଳ ରଖି ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ବାନ୍ଧନ୍ତୁ ।


ଗୁଆ ଓ ନଡ଼ିଆ: ପୂଜାରେ ଗୁଆ ଏବଂ ନଡ଼ିଆର ବିଶେଷ ଗୁରୁତ୍ୱ ଅଛି । ଏହା ଶୁଭତାର ପ୍ରତୀକ । ଦଶହରାରେ ଘରକୁ ଗୁଆ ଓ ନଡ଼ିଆ ଆଣନ୍ତୁ ଏବଂ ପୂଜାରେ ସାମିଲ କରନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ଏହି ୫ଖାଦ୍ୟ ଖାଇଲେ ମରିବା ସୁନିଶ୍ଚିତ !


ରାଶି ତେଲ ଏବଂ ଲାଲ ଚନ୍ଦନ: ଦଶହରାରେ ଘରକୁ ରାଶି ତେଲ ଏବଂ ଲାଲ ଚନ୍ଦନ ଆଣନ୍ତୁ। ପୂଜା ପରେ ଏହାକୁ ଏକ ଲାଲ କପଡାରେ ଗୁଡ଼ାଇ ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ । ଏପରି କରିବା ଦ୍ବାରା ଘରେ ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ ।


ଏହାବ୍ୟତୀତ ରାବଣ ପୋଡି ପରେ ଅଳ୍ପ ପରିମାଣର କାଠ କିମ୍ବା ପାଉଁଶ ଘରକୁ ଆଣିବା ଶୁଭ ହୋଇଥାଏ । ଏହା ନକାରାତ୍ମକତାକୁ ଦୂର କରେ ଏବଂ ଧନ ପାଇଁ ନୂତନ ରାସ୍ତା ଖୋଲିଥାଏ ବୋଲି ବିଶ୍ୱାସ କରାଯାଏ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Sponsored
Durga puja | Dussehra 2025: Auspicious Items to Bring for Good Luck | Argus News