Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖରାଦିନେ ଫାଇବରରେ ଭରପୁର ୪ ଖାଦ୍ୟ ଖାଆନ୍ତୁ.......ଓଜନକୁ ନିୟନ୍ତ୍ରଣ ରଖିନ୍ତୁ

Lifestyle

ଖରାଦିନେ ଫାଇବରରେ ଭରପୁର ୪ ଖାଦ୍ୟ ଖାଆନ୍ତୁ.......ଓଜନକୁ ନିୟନ୍ତ୍ରଣ ରଖିନ୍ତୁ

Ritu Das
Browse all articles by Ritu Das
·2 years ago·2 min read
ଖରାଦିନେ ଫାଇବରରେ ଭରପୁର ୪ ଖାଦ୍ୟ ଖାଆନ୍ତୁ.......ଓଜନକୁ ନିୟନ୍ତ୍ରଣ ରଖିନ୍ତୁ

ଅର୍ଗସ ବ୍ୟୁରୋ: ଦିନକୁ ଦିନ ଖରା ବଢ଼ି ଚାଲିଛି। ଏହି ଗରମରେ ପ୍ରାୟ ଲୋକଙ୍କର ଶରୀର ଡିହାଇଡ୍ରଟ ହେବାସହ ଖରାପ ହୋଇଥାଏ। ତେବେ ଗରମ ସମୟରେ ଶରୀରକୁ ଥଣ୍ଡା କରିବାକୁ ପ୍ରଚୁର ମାତ୍ରାରେ ପାଣି ପିଇବା ସହ ଭିଟାମିନ ଏବଂ ଫାଇବର ଥିବା ଖାଦ୍ୟ ଖାଆନ୍ତୁ। 

ତେବେ ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରୋଟିନ, ଭିଟାମିନ ଏବଂ ମିନେରାଲ୍ସରେ ଭରପୁର ଭୋଜନ କରିବା ଜରୁରୀ ହୋଇଥାଏ। କିନ୍ତୁ ଆମେ ଏଠି ଆପଣଙ୍କୁ ଗୋଟିଏ କଥା କହିଦେଉଛୁ ଯେ, ଶରୀର ପାଇଁ ଫାଇଭର ବି ନିତାନ୍ତ ଜରୁରୀ ହୋଇଥାଏ। ଫାଇବର ପେଟକୁ ସୁସ୍ଥ ରଖିବାରେ ବିଶେଷ ଭୂମିକା ନିର୍ବାହ କରେ। ଏହା ଆପଣଙ୍କ ପାଚନତନ୍ତ୍ରକୁ ଶକ୍ତିଶାଳୀ ବନାଇବା ସହ ପେଟର ସବୁ ସମସ୍ୟା ଦୂର କରିଥାଏ।

ଫାଇବର ଓଜନକୁ ନିୟନ୍ତ୍ରଣ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ କେଉଁଥିରେ ଫାଇବର ରହିଛି ଆପଣ ଜାଣିଛନ୍ତି କି, ଫାଇବର ସେବନ ପାଇଁ ଆପଣ ବିଭିନ୍ନ ପ୍ରକାର ଶସ୍ୟଜାତୀୟ ଖାଦ୍ୟ, ବିନ୍ସ, ଡ୍ରାଇଫ୍ରୁଟ୍ସ ସହ ବିଭିନ୍ନ ପ୍ରକାର ଫଳମୂଳ ଏବଂ ପନିପରିବା ଖାଆନ୍ତୁ।  ପ୍ଲାଣ୍ଟ ବେସଡ ଫୁଡରେ ହିଁ ଫାଇବର ଅଧିକ ଥାଏ। ତେବେ ଫାଇବର ହେଉଛି ଦୁଇ ପ୍ରକାରର ସାଲ୍ୟୁବଲ ଫାଇବର ଏବଂ ଇନସାଲ୍ୟୁବଲ ଫାଇବର। କେଉଁ କେଉଁ ଖାଦ୍ୟରେ ଫାଇବର ଭରପୁର ମାତ୍ରାରେ ରହିଛି ଚାଲନ୍ତୁ ଜାଣିବା।

ବେରିଜ ବା କୋଳି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସବୁ ପ୍ରକାର କୋଳିରେ ଭରପୁର ମାତ୍ରାରେ ଫାଇବର ରହିଛି। ଯେମିତିକି ବ୍ଲ୍ୟୁ ବେରୀ, ରାସ୍ପବେରୀ, ଷ୍ଟ୍ରବେରୀ ଏବଂ ବ୍ଲାକବେରୀରେ ଫାଇବର ରହିବାସହ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ରହିଛି। ଏହିସବୁ କୋଳି ଖାଇବା ଦ୍ବାରା ଏହା ଆମର ପାଚନ ତନ୍ତ୍ରକୁ ହଜମ କରାଇବାରେ ସହାୟକ ହୋଇଥାଏ। ଏବଂ କବଜ ଭଳି ରୋଗରୁ ରକ୍ଷା କରିଥାଏ। ଆପଣ  ନିୟମିତ ଅଳ୍ପ ବେରୀଜ ବା କୋଳି ଖାଆନ୍ତୁ ଆପଣ ଏହି କୋଳିକୁ ସଲାଡ, ସ୍ମୁଦି, ଓଟସ କିମ୍ବା ବିଭିନ୍ନ ଡିସରେ ମିଶାଇକି ଖାଇପାରିବେ।
ଆଭକାଡୋ: 
ଆଭକାଡୋ ଏହା ଏକ ଫଳ। ଆଉ ଏହା ସବୁଠୁ ଉପକାରୀ। ଆଭକାଡୋରେ ଫାଇବର ରହିବା ସହ ଏଥିରେ ଭରପୁର ମାତ୍ରାରେ ଭିଟାମିନ ଏବଂ ମିନେରାଲ୍ସ ରହିଛି। ଆଭକାଡୋରେ ଭିଟାମିନ ସି, ଇ, କେ ଏବଂ ବି୬ ସହ ଏଥିରେ ରାଇବୋଫ୍ଲେବିନ, ନିୟାସିନ, ଫୋଲେଟ, ପେଣ୍ଟୋଥୋନିକ ଏସିଡ, ମାଗ୍ନେସିୟମ ଏବଂ ପୋଟାସିୟମ ରହିଛି। ଆଭକାଡୋରେ ଏତେ ମାତ୍ରାରେ ଫାଇବର ରହିଛି ଯେ, ଏହା ଶରୀରର ଓଜନକୁ ନିୟନ୍ତ୍ରଣ ରଖିଥାଏ। ଏହା ପେଟରେ ଉତ୍ତମ ବ୍ୟାକ୍ଟେରିଆ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ଯଦ୍ବାରା ଉତ୍ତମ ପାଚନ ତନ୍ତ୍ର କରିବାରେ ସହାୟକ ହୋଇଥାଏ। 

ଶସ୍ୟଜାତୀୟ ଖାଦ୍ୟ:
ଶସ୍ୟଜାତୀୟ ଖାଦ୍ୟ ଖାଇବା ଦ୍ବାରା ଏହା ଶରୀରକୁ ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ କରିଥାଏ। ତେବେ ଶସ୍ୟଜାତୀୟ ଖାଦ୍ୟ କହିଲେ ଆପଣ କଣ ବୁଝୁଛନ୍ତି କହିଲେ ଗହମ, ଯଅ, ମକା, ବ୍ରାଉନ ରାଇସ, କଳା ଚାଉଳ, ବାଜରା ଭଳି ଶସ୍ୟରେ ଫାଇବର ସହ ପ୍ରୋଟିନ, ଭିଟାମିନ, ଆଣ୍ଟିଅକ୍ସିଡାଣ୍ଟ, ମିନେରାଲ, ଆଇରନ, ଜିଙ୍କ, କପର ଏବଂ ମାଗ୍ନେସିୟମ ଭଳି ପୋଷକ ତତ୍ତ୍ବ ରହିଛି। ଯାହାକୁ ଖାଇବା ଦ୍ବାରା ଶରୀର ସୁସ୍ଥ ଏବଂ ନୀରୋଗ ରୁହେ।

ଡ୍ରାଇଫ୍ରୁଟ୍ସ
ନଟ୍ସ ଏବଂ ଡ୍ରାଇଫ୍ରୁଟ୍ସ ଶରୀର ପାଇଁ ବେଶ ଉପକାରୀ। ନଟ୍ସରେ ଆପଣ ବାଦାମ, ପିସ୍ତା ଏବଂ ଅଖରୋଟ ସେବନ କରିପାରିବେ ଏସବୁ ଖାଇଲେ ଆପଣଙ୍କ ଶରୀରରେ କେବେ ଫାଇବରର ଅଭାବ ଦେଖାଦେବନି। 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 
 

Sponsored
Eat 4 foods | Argus News