Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଏହାକୁ ଖାଇବା ଦ୍ୱାରା ଶରୀରରେ ଥିବା ପୋଷକ ତତ୍ତ୍ୱର ଅଭାବ ପୂରଣ ହୁଏ

Rashmita Mishra
Browse all articles by Rashmita Mishra
·1 year ago·2 min read
ଏହାକୁ ଖାଇବା ଦ୍ୱାରା ଶରୀରରେ ଥିବା ପୋଷକ ତତ୍ତ୍ୱର ଅଭାବ ପୂରଣ ହୁଏ

ଅର୍ଗସ ବ୍ୟୁରୋ: ନିଜକୁ ସୁସ୍ଥ ରଖିବା ପାଇଁ ଲୋକମାନେ ମୁଗକୁ ରାତିରେ ଭିଜାଇ ସକାଳେ ଖାଇଥାନ୍ତି । ଏହାକୁ ଖାଇବା ଦ୍ୱାରା ଶରୀରରେ ଥିବା ପୋଷକ ତତ୍ତ୍ୱର ଅଭାବ ପୂରଣ ହୁଏ ଯଦି ଆପଣ କଂଚା ମୁଗକୁ ଭିଜାଇ ସକାଳେ ଖାଲି ପେଟରେ ଖାଆନ୍ତି ତେବେ ଏହା କେବଳ ଓଜନ ହ୍ରାସ କରିବ ନାହିଁ  ଅନେକ ରୋଗରୁ ଦୂରରେ ରଖିଥାଏ । ପ୍ରତିଦିନ ସକାଳେ ମୁଗ ଖାଇଲେ ଆପଣଙ୍କ ଶରୀରକୁ ସୁସ୍ଥ ରଖିବ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମୁଗ ଡାଲି ଖାଇବାର ଲାଭ କ’ଣ ।

କଂଚା ମୁଗରେ ପୁଷ୍ଟିକର ପରିମାଣରେ ଭରପୂର 

ଫାଇବର, ପ୍ରୋଟିନ୍, ପୋଟାସିୟମ୍, ଆଇରନ୍, ଭିଟାମିନ୍ B6 ମୁଗ ଡାଲରେ ପ୍ରଚୁର ପରିମାଣରେ ମିଳିଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ସମସ୍ତ ପୋଷକ ତତ୍ତ୍ୱ ଜରୁରୀ । ମୁଗ ଡାଲରେ ଉପସ୍ଥିତ ଥିବା ଏହି ପୋଷକ ତତ୍ତ୍ୱ ରକ୍ତଚାପ ଅନିୟମିତ ହୃଦସ୍ପନ୍ଦନ ଏବଂ ମାଂସପେଶୀ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଏହି ସମସ୍ୟାଗୁଡ଼ିକରେ କଂଚା ମୁଗ ପ୍ରଭାବଶାଳୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଜନ ହ୍ରାସ: ଯଦି ଆପଣ ଓଜନ କମାଇବାକୁ ଚିନ୍ତା କରୁଛନ୍ତି ତେବେ କଂଚା ମୁଗ ଖାଇବା ଆରମ୍ଭ କରନ୍ତୁ । ଏଥିରେ ଥିବା ପ୍ରୋଟିନ୍ ଏବଂ ଫାଇବର ମେଟାବୋଲିଜିମ୍ କୁ ତ୍ୱରାନ୍ୱିତ କରିଥାଏ ଯାହା ବାରମ୍ଵାର ଭୋକ ଲାଗିବାରୁ ବଚାଂଇଥାଏ ।ଏହା ଏକ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଯାହା ଶୀଘ୍ର ଓଜନ ହ୍ରାସ କରିପାରିବ ।

ହଜମ ପ୍ରକ୍ରିୟାରେ ଲାଭଦାୟକ: ଭିଜାଇଥିବା ମୁଗରେ ଫାଇବରରେ ଭରପୂର ତେଣୁ ଯଦି ଆପଣଙ୍କର ଖାଦ୍ୟ ଶୀଘ୍ର ହଜମ ହୋଇନଥାଏ କିମ୍ବା ଆପଣଙ୍କ ପାଖରେ ବାରମ୍ବାର ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟର ହୋଉଥାଏ ତେବେ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ କଂଚା ମୁଗ ଅନ୍ତର୍ଭୂକ୍ତ କରନ୍ତୁ । ଏହା ଆପଣଙ୍କ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ।

ଆଖି ପାଇଁ ଲାଭଦାୟକ: ଭିଟାମିନ୍ ଏରେ ଭରପୂର ମୁଗ ଦୃଷ୍ଟି ଶକ୍ତିରେ ଉନ୍ନତି କରେ । ବାସ୍ତବରେ ମୁଗରେ ଜିଙ୍କ ଏବଂ ଭିଟାମିନ୍ ଏ ପୋଷକ ତତ୍ତ୍ୱ ରହିଥାଏ ଯାହା ଆଖି ପାଇଁ ଜରୁରୀ । ଜିଙ୍କ ଶରୀରରେ ଭିଟାମିନ୍ ଏ ଉତ୍ପାଦନ କରୁଥିବା ଏନଜାଇମକୁ ସକ୍ରିୟ କରିଥାଏ ଯାହା ରାତିର ଦୃଷ୍ଟି ଶକ୍ତି  ବଢାଇବ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

Sponsored
eat-a-bowl-of-sprouted-moong-dal-on-an-empty-stomach-in-morning-get-many-health-benefits-health-benefits-of-eating-sprouted-moong-in-morning | Argus News