Videos
|
Lifestyle

ଶ୍ରାବଣ ବ୍ରତରେ ଖାଆନ୍ତୁ ଏସବୁ....କେବେବି ଲାଗିବନି ଦୁର୍ବଳ

Ritu Das
Browse all articles by Ritu Das
·2 years ago·1 min read
ଶ୍ରାବଣ ବ୍ରତରେ ଖାଆନ୍ତୁ ଏସବୁ....କେବେବି ଲାଗିବନି ଦୁର୍ବଳ

ଅର୍ଗସ ବ୍ୟୁରୋ: ଶ୍ରାବଣ ମାସ ମହାଦେବଙ୍କ ମାସ ବୋଲି କୁହାଯାଏ। ୨୨ ତାରିଖରୁ ଶ୍ରାବଣ ମାସ ସୋମବାର ଆରମ୍ଭ ହୋଇଛି। ଏହି ମାସ ରକ୍ଷାବନ୍ଧନ ପର୍ଯ୍ୟନ୍ତ ଚାଲିବ। କିଛି ଲୋକ ଏହି ମାସରେ ବ୍ରତ ଏବଂ ଉପବାସ କରନ୍ତି। ବ୍ରତ ରଖିଲେ ଶରୀରରେ ବହୁ ଉପକାରିତା ମିଳିଥାଏ। ଏଥିରେ ଶରୀର ଡିଟକ୍ସ ହୋଇଥାଏ। ଉପବାସ କଲେ ଦୁର୍ବଳତା ଲାଗିଥାଏ। ଏହି ସମସ୍ୟା ଦୂର କରିବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହିସବୁ ସାମଗ୍ରୀ। 
-ଉପବାସ କରିବା ଦିନରେ ଖେଚେଡି ଏବଂ ରୁଟି ଖାଆନ୍ତୁ। ଏଥିରେ ଥିବା କାର୍ବ ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରକୁ ସନ୍ତୁଳନ ରଖିବ।
-ଆଳୁକୁ ଫ୍ରାଇ କରି ଖାଇବାକୁ ବହୁତ ଭଲ ଲାଗିଥାଏ। ଏଥିରେ କ୍ୟାଲୋରୀ ଅଧିକ ଥାଏ। ସେଥିପାଇଁ ଏହା ଶରୀର ପ୍ରତି ହାନିକାରକ ହୋଇଥାଏ। ସେଥିପାଇଁ ସିଝା ଆଳୁ ଖାଇଲେ ଦେହ ପାଇଁ ଭଲ ହୋଇଥାଏ। 
-ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଫଳ ସେବନ କରିପାରିବେ। ଫ୍ରୁଟ୍ସରେ ଆପଣଙ୍କୁ ବହୁ ପରିମାଣର ଭିଟାମିନ ଏବଂ ମିନେରାଲସ ମିଳିଯିବ। ଆପଣଙ୍କୁ ଦିନସାରା ଏନର୍ଜେଟିକ ଫିଲ ହେବ।
-ଆପଣ ଭୋଜନରେ ଆଳୁ, କନ୍ଦମୂଳ ବି ଆଡ କରିପାରିବ। ଏହା ଆପଣଙ୍କୁ ବହୁତ ସମୟ ଏନର୍ଜଟିକ ରଖିବ।
-ପ୍ରୋଟିନ ଏବଂ ଡାଏରୀ ପ୍ରଡକ୍ଟ ଏହି ଉପବାସ ଦିନ ନିଅନ୍ତୁ ଆପଣଙ୍କୁ ବହୁତ ଲାଭ ମିଳିବ। କ୍ଷୀର, ଦହି, ଛେନା, ଛାସ ଏବଂ ପନିର ଖାଇଲେ ଆପଣଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗିବନି। ଆପଣଙ୍କ ବ୍ରତ ନିଶ୍ଚିତ ସମ୍ପନ୍ନ ହେବ। 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Eat all this | Argus News