|
logo
Live

Argus News - ୩୦ ବର୍ଷ ପରେ ପ୍ରତିଦିନ ଖାଆନ୍ତୁ ଏହି ୩ ଫ୍ରୁଟ୍ସ: ଜମାବି ଆସିବନି ରିଙ୍କଲ୍ସ

Lifestyle

୩୦ ବର୍ଷ ପରେ ପ୍ରତିଦିନ ଖାଆନ୍ତୁ ଏହି ୩ ଫ୍ରୁଟ୍ସ: ଜମାବି ଆସିବନି ରିଙ୍କଲ୍ସ

Ritu Das
Browse all articles by Ritu Das
·2 years ago·1 min read
୩୦ ବର୍ଷ ପରେ ପ୍ରତିଦିନ ଖାଆନ୍ତୁ ଏହି ୩ ଫ୍ରୁଟ୍ସ: ଜମାବି ଆସିବନି ରିଙ୍କଲ୍ସ

ଅର୍ଗସ ବ୍ୟୁରୋ: ମଣିଷ ସବୁବେଳେ ଚାହାନ୍ତି ନିଜେ ସବୁବେଳେ କିପରି ସୁନ୍ଦର ଦେଖାଯିବେ। କିନ୍ତୁ ବୟସକୁ ଅଟକେଇବା ତ କାହା ହାତରେ ନାହିଁ ନା। ଯେମିତି ଯେମିତି ଆମର ବୟସ ବଢ଼ିଚାଲେ ଆମ ଚେହେରାରେ ରିଙ୍କଲ୍ସ ଆସିବା ଆରମ୍ଭ ହୋଇଯାଏ। ଯେଉଁଥିରୁ ଲାଗେ ଯେ ଆମେ ଧୀରେ ଧୀରେ ବାର୍ଦ୍ଧକ୍ୟ ଆଡ଼କୁ ଗତି କରୁଛେ। ସେଥିପାଇଁ ବେଳେବେଳେ ଟେନ୍ସନ ଲାଗେ। କେଉଁ ଉପାୟ ଆପଣାଇଲେ ଏଥିରୁ ମୁକ୍ତି ମିଳିବ।

ସ୍କିନରେ ଆପଣ ଯେତେପ୍ରକାର କସମେଟିକ ଲଗାନ୍ତୁ ନା କାହିଁକି ଏଜିଙ୍ଗ ସମସ୍ୟାକୁ କୌଣସି କ୍ରିମ ବି ଦୂର କରିପାରିବନି। କିନ୍ତୁ ଆପଣ ୩୦ବର୍ଷ ପରେ କିଛି ଏମିତି ଖାଦ୍ୟକୁ ଆପଣଙ୍କ ଡାଏଟରେ ସାମିଲ କରନ୍ତୁ ଯାହା ଆପଣଙ୍କୁ ଆଣ୍ଟି ଏଜିଙ୍ଗରେ ସାହାଯ୍ୟ କରିବ।

କିଓ୍ବି ଭିଟାମିନ ସି'ରେ ଭରପୁର। ଆପଣ ଯଦି ନିୟମିତ କିଓ୍ବି ଖାଉଛନ୍ତି ଏହା ଆପଣଙ୍କ ସ୍କିନକୁ ଟାଇଟ ରଖିବ। ଏଜିଙ୍ଗ ସମସ୍ୟା ହେବନି।
କଦଳୀ ଖାଇବା ଦ୍ବାରା ଶରୀରରେ ସ୍ବାସ୍ଥ୍ୟବର୍ଦ୍ଧକରେ ସାହାଯ୍ୟ କରିଥାଏ। କଦଳୀ ସ୍କିନ ପାଇଁ ବର୍ଦାନ କହିଲେ ଭୂଲ ହେବନି। କାରଣ କଦଳୀରେ ଭରପୁର ମାତ୍ରାରେ ପୋଟାସିୟମ ଏବଂ ମାଗ୍ନେସିୟମ ରହିଛି। ଏହା ଆଣ୍ଟିଏଜିଙ୍ଗ ପାଇଁ ଆପଣ ରାମବାଣ କହିପାରିବେ। ଏହା ତ୍ବଚାରେ ଥିବା କୋଷିକା କଣିକାକୁ ହାଇଡ୍ରେଟ ରଖିଥାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ପାଚିଲା ଅମୃତଭଣ୍ଡାରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଯାହା ରିଙ୍କଲ୍ସ ଆସିବାକୁ ଦିଏନି। ଆଉ ପାଚିଲା ଅମୃତଭଣ୍ଡା ଖାଇଲେ ଝିଅମାନଙ୍କର ମାସିକ ଋତୁସ୍ରାବରେ ଅନିୟମିତତା ହୁଏନାହିଁ। 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 
 

Sponsored
୩୦ ବର୍ଷ ପରେ ପ୍ରତିଦିନ ଖାଆନ୍ତୁ ଏହି ୩ ଫ୍ରୁଟ୍ସ: ଜମାବି ଆସିବନି ରିଙ୍କଲ୍ସ | Argus News