କର୍ଣ୍ଣାଟକରେ ବୁଲିବାର ମଜା ନେବା ସହ ଖାଆନ୍ତୁ ଏହି ଖାଦ୍ୟ

ଅର୍ଗସ ବ୍ୟୁରୋ: ଖରାଦିନରେ ଆପଣ ଥଣ୍ଡା ଜାଗା ବୁଲିବାକୁ ଚାହୁଁଛନ୍ତି କି। ଯେଉଁଠାରେ ଆପଣ ୪ରୁ ୫ଦିନ ଆରାମରେ ଛୁଟି କାଟିପାରିବେ। ତାହେଲେ ଏମିତି ଏକ ସ୍ଥାନ ହେଉଛି କର୍ଣ୍ଣାଟକ। ବୁଲିବା ପାଇଁ କର୍ଣ୍ଣାଟକ ହେଉଛି ବହୁତ ଭଲ ଅପ୍ସନ। ଏହି ଜାଗା ସବୁବର୍ଗର ପର୍ଯ୍ୟଟକଙ୍କୁ ସ୍ବାଗତ କରିଥାଏ। ଏହି ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର। ଚାରି ପାର୍ଶ୍ବରେ ସବୁଜ ପାହାଡ଼। ସ୍ବଚ୍ଛ ସମୁଦ୍ର ବେଳାଭୂମି ସହ ଅଭୟାରଣ୍ୟ ମଧ୍ୟ ରହିଛି। ଜାଗାଟି ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ। ଥରେ ସମୟ କାଢନ୍ତୁ ଆଉ କର୍ଣ୍ଣାଟକର ଏହି ବିସ୍ତୀର୍ଣ୍ଣ ବେଳାଭୂମିକୁ ଫ୍ୟାମିଲି ଏବଂ ବନ୍ଧୁଙ୍କ ସହ ଏଞ୍ଜୟ କରନ୍ତୁ। ମହିଶୁର ପ୍ୟାଲେସ ଆପଣଙ୍କ ମନ ନିଶ୍ଚିତ କିଣିନେବ।
ବୁଲିବା ନିଶା ଛଡ଼ା ଯଦି ଆପଣ ଖାଇବାପ୍ରିୟ ହୋଇଥିବେ। ତେବେ କର୍ଣ୍ଣାଟକରେ ଆପଣଙ୍କୁ ସ୍ବାଦିଷ୍ଟ ଖାଇବା ମଧ୍ୟ ମିଳିଯିବ। ଯାହା ଆପଣଙ୍କ ଯାତ୍ରାକୁ ସ୍ମରଣୀୟ କରିଦେବ। ଆପଣ କହିପାରିବେ କର୍ଣ୍ଣାଟକର ଏହି ପାରମ୍ପରିକ ଖାଦ୍ୟ ଯଦି ଆପଣ ଚାଖି ନାହାନ୍ତି ତାହେଲେ ଆପଣଙ୍କ ଯାତ୍ରା ବୁଲିବା ଅଧୁରା।
ମେଦୁ ବଡ଼ା:
କର୍ଣ୍ଣାଟକ ଯଦି ଆସିଛନ୍ତି ମେଦୁ ବଡ଼ା ଟେଷ୍ଟ କରନ୍ତୁ। ଯାହାକୁ ବ୍ରେକଫାଷ୍ଟରୁ ଆରମ୍ଭ କରି ଆପଣ ସନ୍ଧ୍ୟା ସ୍ନାକ୍ସ ପର୍ଯ୍ୟନ୍ତ ଗର୍ବର ସହକାରେ କର୍ଣ୍ଣାଟକବାସୀ ଖାଇଥାନ୍ତି। ଏହି ବରା ମଇଦାରେ ଚାଉଳ ଅଟା ମିଶାଇ ସେଥିରେ କଟା ପିଆଜ, କଟା କଞ୍ଚା ଲଙ୍କା, ଭୃଶଙ୍ଗ ପତ୍ର, ଅଳ୍ପ ନଡ଼ିଆ କୋରା, ପାନମଧୁରୀ ଏବଂ କିଛି ଜିରା ପକାଇ ଏହି ବରା ପ୍ରସ୍ତୁତ କରାଯାଏ। ଯାହା ବହୁତ ସ୍ବାଦିଷ୍ଟ ହୋଇଥାଏ।
ନିର ଦୋସା
ନିର ଦୋସା। ଆପଣ କେବେ ଶୁଣିଛନ୍ତି ନା ନାହିଁ। ଏହି ଦୋସାରେ ମେନ ଇନଗ୍ରିଡିଏଣ୍ଟ ହେଉଛି ଚାଉଳ। ଚାଉଳକୁ ରାତି ସାରା ପାଣିରେ ବତୁରାଇ ରଖିଦିଅନ୍ତୁ। ସକାଳେ ସେହି ଚାଉଳ ସହ କିଛି ପାଣି ଏବଂ କଟା ନଡିଆ ଖଣ୍ଡେ ପକାଇ ସୁନ୍ଦର ଭାବେ ଏକ ବ୍ୟାଟର ପ୍ରସ୍ତୁତ କରନ୍ତୁ। ଏହାପରେ ନନଷ୍ଟିକ ପ୍ୟାନରେ କିଛି ତେଲ ଦେଇ ଦୋସା ବନାନ୍ତୁ। ଏହି ଦୋସା ସହ ନଡିଆ ଚଶଟଣୀ ସହ ଟମାଟୋ ଚଟଣୀ ସର୍ଭ କରନ୍ତୁ। ଦେଖିବେ ଆପଣଙ୍କ ପାଟିରୁ ବି ଛାଡ଼ିବନି ଏହି କର୍ଣ୍ଣାଟକୀ କୁଜିନ।
ଅକ୍କି ରୁଟି
ଅକ୍କି ରୁଟି କର୍ଣ୍ଣାଟକରେ ସକାଳ ଜଳଖିଆରେ ଖାଇଥାନ୍ତି। ଚାଉଳ ଅଟାରେ ପ୍ରସ୍ତୁତ ଏହି ରୁଟିରେ ବିଭିନ୍ନ ପ୍ରକାର ପରିବା ଆଡ କରାଯାଇଥାଏ। ଯେଉଁଥିପାଇଁ ଏହା ବେଶୀ ଟେଷ୍ଟି ହୋଇଥାଏ। ଏହା ଟେଷ୍ଟି ଯେତିକି ଶରୀର ପାଇଁ ହେଲଦି ମଧ୍ୟ ହୋଇଥାଏ। କର୍ଣ୍ଣାଟକର ପ୍ରତି ଘରେ ଏହି ଚାଉଳ ରୁଟି ଖିଆଯାଇଥାଏ।
ମଙ୍ଗଲୋରିୟନ ବିରିୟାନୀ
ମଙ୍ଗଲୋରିୟନ ବିରିୟାନୀ ହେଉଛି ଏକ ଭେଜ ବିରିୟାନୀ। ଚାଉଳରେ ବିଭିନ୍ନ ପ୍ରକାର ଗୋଟା ମସଲା ଦେଇ ପ୍ରସ୍ତୁତ କରାଯାଏ। ଏଥିରେ ସବୁପ୍ରକାର ସିଜନାଲ ପରିବା ପକାଇ ପ୍ରସ୍ତୁତ କରାଯାଏ।
📱 Get Argus News App
✨ମୈସୁର ପାକ:
ମୈସୁର ପାକ ହେଉଛି କର୍ଣ୍ଣାଟକର ସବୁଠୁ ଲୋକପ୍ରିୟ ମିଠା। ଯାହା ପ୍ରସ୍ତୁତ ପାଇଁ ଘିଅ, ଚିନି ଏବଂ ବେସନର ବ୍ୟବହାର କରାଯାଏ। ଏହି ମିଠାକୁ ପ୍ରଥମେ ମୈସୁର ପ୍ୟାଲେସର ରୋଷେଇଘରେ ପ୍ରସ୍ତୁତ କରାଯାଇଥିଲା। କନ୍ନଡ ଭାଷାରେ ପାକ ଶବ୍ଦର ଅର୍ଥ ହେଉଛି ଚିନିର ମିଶ୍ରଣ। ଆପଣଙ୍କୁ ଏହି ମୈସୁର ପାକ କର୍ଣ୍ଣାଟକର ପ୍ରାୟତଃ ସବୁ ଦୋକାନରେ ମିଳିଯିବ। ଯଦି ଆପଣ କର୍ଣ୍ଣାଟକ ଯାଉଛନ୍ତି ତେବେ ଏହି ମିଠା ଖାଇବାକୁ ଜମାବି ଭୁଲିବେନି।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର