Videos
|
Lifestyle

Side Effects of Tea / ଚା’ ସହ ବିସ୍କୁଟ୍ ଖାଉଛନ୍ତି କି, ସାବଧାନ ! ଏହି ସବୁ ରୋଗକୁ କରୁଛନ୍ତି ନିମନ୍ତ୍ରଣ …

Bikash Mohanty
Browse all articles by Bikash Mohanty
·1 hour ago·2 min read
ଚା’ ସହ ବିସ୍କୁଟ୍ ଖାଉଛନ୍ତି କି, ସାବଧାନ ! ଏହି ସବୁ ରୋଗକୁ କରୁଛନ୍ତି ନିମନ୍ତ୍ରଣ …
Tea

Key Points

ଚା’ ସହ ବିସ୍କୁଟ୍ ଖାଉଛନ୍ତି କି?
ହୋଇପାରେ ଡାଏବେଟିସ୍ ଓ ମୋଟାପଣର କାରଣ
ନିଅନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ
ଚା’ ସହ ବିସ୍କୁଟ୍! ଅନେକଙ୍କ ପାଇଁ ଏହା ଦୈନନ୍ଦିନ ଅଭ୍ୟାସ। ସକାଳ ହେଉ କି ସନ୍ଧ୍ୟା, ଚା’ କପ୍ ସହ ବିସ୍କୁଟ୍ ନଥିଲେ ଯେମିତି ମନ ମାନେନାହିଁ। କେବଳ ବିସ୍କୁଟ୍ ନୁହେଁ, ଚା’ ସହ ଟୋଷ୍ଟ୍, ପକୋଡ଼ି ଓ ଅନ୍ୟାନ୍ୟ ତେଲଛଣା ଖାଦ୍ୟ ଖାଇବାକୁ ମଧ୍ୟ ଅନେକ ପସନ୍ଦ କରନ୍ତି। କିନ୍ତୁ ଆପଣଙ୍କର ଏହି ଛୋଟ ଅଭ୍ୟାସ ଧୀରେ ଧୀରେ ସ୍ୱାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିପାରେ। ବିଶେଷକରି ଅଧିକ ଚା’ ପିଇବା ଏବଂ ଏହା ସହ ଅଧିକ କ୍ୟାଲୋରୀଯୁକ୍ତ ସ୍ନାକ୍ସ ଖାଇବା ଓଜନ ବୃଦ୍ଧି ଓ ରକ୍ତରେ ଶର୍କରା ସ୍ତର ବଢ଼ିବାର ଆଶଙ୍କା ବଢ଼ାଇପାରେ।

ରିପୋର୍ଟ ଅନୁସାରେ, ଚା’ଏବଂ କଫି ଉଭୟରେ କଫିନର ମାତ୍ରା ଥାଏ । ଯାହା ସେଣ୍ଟ୍ରାଲ୍ ନର୍ଭସ ସିଷ୍ଟମକୁ ଷ୍ଟିମୁଲେଟ୍ କରି ଅଭ୍ୟାସରେ ପରିଣତ କରାଇଥାଏ । ୧୫୦ ମିଲି କପ୍ ଚା’ରେ ୩୦ ରୁ ୬୫ ମିଲିଗ୍ରାମ୍ କେଫିନ୍ ଥାଏ ତେଣୁ ବିଶେଷଜ୍ଞ ଦୈନିକ ୨ କପରୁ ଅଧିକ ଚା’ ନ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ଦିନକୁ କପେ ଚା’ ପିଇବା ସ୍ବାସ୍ଥ୍ୟ ପ୍ରତି ଅହିତକର ନୁହେଁ କିନ୍ତୁ ଚା’ସହ ଯଦି ସ୍ନାକ୍ସ ଖାଉଛନ୍ତି ଏହା ରୋଗ ଜନ୍ମାଇବାର ଏକ ବଡ଼ କାରଣ ହୋଇପାରେ ।

ଅନେକ ଲୋକ ଚା’ ସହ ବିସ୍କୁଟ୍ , ଟୋଷ୍ଟ୍ ଏବଂ ପକୋଡ଼ା ଭଳି ସ୍ନାକ୍ସ ଖାଇଥା’ନ୍ତି । ଏହି ସ୍ନାକ୍ସରେ ଥିବା କ୍ୟାଲୋରୀ କଫିନ୍ ସହ ମିଶି ଶରୀରକୁ ଆହୁରି ଖରାପ ହେବା ଦିଗରେ ନେଇଯା’ନ୍ତି । ନ୍ୟୁଟ୍ରିସନିଷ୍ଟ୍ କୁହନ୍ତି ଯେ ଚା’ ସହ ୪ ରୁ ୫ ଟି ବିସ୍କୁଟ୍ ଖାଇବା ଯାହା ସାରାଦିନର କ୍ୟାଲୋରୀ ବଢ଼ାଇବା ସହ ସମାନ । ଏହି ସ୍ନାକ୍ସରେ ୩୦୦ ରୁ ୪୦୦ କ୍ୟାଲୋରୀ ଥାଏ ଯାହା ବ୍ଲଡ୍ ସୁଗାର ବଢ଼ାଇବାର କାମ କରେ । ଡାଏବେଟିସ୍ , ଓଜନ ବୃଦ୍ଧି ଭଳି ସମସ୍ୟାକୁ ଡ଼ାକିଆଣେ ଚା’ ସହ ସ୍ନାକ୍ସ ।

ପଢନ୍ତୁ ଏହି ଖବର: ଶୀତଦିନେ ବଢ଼େ ହୃଦଘାତ ଆଶଙ୍କା ! ଜାଣିବା କାହିଁକି ବଢ଼େ ହୃଦଘାତ ଆଶଙ୍କା ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁ ସମୟରେ ଚା’ ପିଇବା ହାନିକାରକ ସେ ବିଷୟରେ କହିଛନ୍ତି ଆୟୁର୍ବେଦିକ ବିଶେଷଜ୍ଞ । ସକାଳୁ ସକାଳୁ ଖାଲିପେଟରେ ଚା’ ପିଇବା ଶରୀର ପ୍ରତି ଆଦୌ ଠିକ୍ ନୁହେଁ । ଖାଲିପେଟରେ କଫିନ୍ ର ସେବନ ଆପଣଙ୍କ ଶରୀରର କୋର୍ଟିସୋଲରେ ବାଧା ଉପୁଜାଏ ଏବଂ ଦିନ ଆରମ୍ଭରୁ ହିଁ ସ୍ବାସ୍ଥ୍ୟ ବିଗିଡ଼ିଲା ଭଳି ଲାଗେ । ଭୋଜନ କିମ୍ବା ଜଳଖିଆ ଖାଇବା ସମୟରେ ଚା’ପିଇବା ଆପଣଙ୍କ ପାଚନତନ୍ତ୍ରକୁ ଦୁର୍ବଳ କରିଥାଏ ।

ଚା’ ଏସିଡିକ୍ ହୋଇଥାଏ ଏବଂ ଏଥିରେ ଟେନିନ୍ ରହିଥାଏ ଯାହା ଭୋଜନ ସରିବାର ସଙ୍ଗେ ସଙ୍ଗେ ସେବନ କଲେ ଆୟରନ୍ ଅବଶୋଷଣରେ ବାଧା ଉପୁଜାଇଥାଏ । ସେଥିପାଇଁ ଖାଦ୍ୟ ଖାଇବାର ଘଣ୍ଟାଏ ପୂର୍ବରୁ କିମ୍ବା ପରେ ଚା’ ପିଅନ୍ତୁ ନାହିଁ । ତେବେ ଆପଣ ଯଦି ଚା’ଲଭର୍, ତେବେ ବିଶେଷଜ୍ଞଙ୍କ ମତକୁ ଧ୍ୟାନରେ ରଖନ୍ତୁ ।