Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସତର୍କ ରୁହ, ପ୍ରୋଟିନ ପାଉଡର ହାନିକାରକ !

Lifestyle

ସତର୍କ ରୁହ, ପ୍ରୋଟିନ ପାଉଡର ହାନିକାରକ !

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସତର୍କ ରୁହ, ପ୍ରୋଟିନ ପାଉଡର ହାନିକାରକ !

ଅର୍ଗସ ବ୍ୟୁରୋ:  ଜିମ୍‌ ଯାଉଛନ୍ତି କି, ତେବେ ପ୍ରୋଟିନ ପାଉଡର ନିହାତି ପିଉଥିବେ। ତେବେ ଏହି ପ୍ରୋଟିନ୍‌ ପାଉଡର ସ୍ୱାସ୍ଥ୍ୟ ପାଇଁ ହିତକର ନା ନୁହେଁ, ଜାଣିଛନ୍ତି କି ? ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବା। ବର୍ତ୍ତମାନ ସମୟରେ ଦେଖିବାକୁ ମିଳେ ଯୁବକମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ପ୍ରୋଟିନ ପାଉଡର ପଛରେ ଧାଇଁଛନ୍ତି । ପାଉଡରରେ ଅଧିକ ଶର୍କରା, ମିଠା ଯୁକ୍ତ ପୋଷକତତ୍ତ୍ୱ ଥିବାରୁ ଏହା ମଧୁମେହ, ହୃଦରୋଗ ଓ ମେଦ ବହୁଳତା ଭଳି ମାରାତ୍ମକ ସମସ୍ୟା ଆଣିଥାଏ । ଏନେଇ ଆଇସିଏମଆର ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି ।

ଏହା ଅତ୍ୟଧିକ ସେବନ ଦ୍ୱାରା ବୃଦ୍ଧ ବ୍ୟକ୍ତିମାନଙ୍କ ମାଂସପେସୀ ଉପରେ ବିଶେଷ ପ୍ରଭାବ ପଡିଥାଏ ।ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ରିପୋର୍ଟ କହୁଛି। ଗର୍ଭାବସ୍ଥା ସମୟରେ ପୃଷ୍ଟିକର ଖାଦ୍ୟ ବା ଭଲ ସ୍ୱାସ୍ଥ୍ୟ ଲାଗି ପିଲାମାନଙ୍କୁ ସ୍ତନ୍ୟପାନ ସମୟରେ ମହିଳାମାନଙ୍କୁ ପ୍ରୋଟିନ୍ ପାଉଡର ସେବନ ଲାଗି ପରାମର୍ଶ ଦିଆଯାଇଥାଏ । କିନ୍ତୁ ୬ ମାସ ପରେ ଏହାର ସେବନ ହ୍ରାସ କରିବା ଆବଶ୍ୟକ । ଏହା ସହ ପ୍ରଚୁର ଲେମ୍ବୁ ଓ ପନିପରିବା ଖାଇବାକୁ ଆଇସିଏମଆର ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Argus Whatsapp Channel Mobile Top
Sponsored
Excessive protein powder consumption can have side effects from nutrient imbalances and kidney damage to digestive discomfort and dehydration | Argus News