ଆଖି ନଷ୍ଟ କରେ ଆଇଲାସେସ୍

ଅର୍ଗସ ବ୍ୟୁରୋ: ସବୁ ଝିଅଙ୍କୁ ମେକଅପ୍ ନେବାକୁ ଭଲଲାଗେ। ଆଜିକାଲି ମାର୍କେଟକୁ ଏତେ ସବୁ ମେକଅପ୍ ପ୍ରଡକ୍ସ ଆସିଲାଣି ତାର ଗଣନା କରିହେବନି। ମେକଅପ୍ ଦ୍ବାରା ଅସମ୍ଭବ ବି ସମ୍ଭବ ହୋଇପାରୁଛି। ଏଥିରେ ଅଧିକାଂଶ ନକଲି ପଦାର୍ଥ ବ୍ୟବହାର ହେଉଛି ସେଥିରୁ ଏକ ହେଉଛି ଫେକ୍ ଆଇଲାସେସ୍ ଯାହାକୁ ଆଖି ପତାରେ ବ୍ୟବହାର କରାଯାଇଥାଏ। ଯଦିଓ ଫେକ ଆଇଲାସେସ୍ ଆଖିକୁ ସୁନ୍ଦର କରିଦିଏ କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଆଖିକୁ ଖରାପ କରିପାରେ। ଯଦି ଆପଣ ନକଲି ଆଇଲାସ୍ ବ୍ୟବହାର କରୁଛନ୍ତି ତେବେ ପ୍ରଥମେ ଏହାର ପାର୍ଶ୍ଵ ପ୍ରତିକ୍ରିୟା ବିଷୟରେ ଜାଣିରଖନ୍ତୁ।
ସଂକ୍ରମଣର ଆଶଙ୍କା ରହିଥାଏ:
ଆଇଲାସ ଲଗାଇବା ପାଇଁ ଯେଉଁ ଅଠା ବ୍ୟବହାର କରାଯାଏ ତାହା ଆଖିରେ ଇନଫେକ୍ସନ କରାଇଥାଏ।
ଆଖି ଜଳିବା:
ଆଇଲାସ ଲଗାଇ ବାହାରକୁ ଯିବା ଫଳରେ ବାହ୍ୟ ପ୍ରଦୁଷଣ ଦ୍ବାରା ଆଖି ଜଳିବା ସହିତ ସବୁଦିନ ପାଇଁ ଖରାବ ହେବାର ଆଶଙ୍କା ରହିଥାଏ।
ଆଖିରେ ଶୁଷ୍କତା ସୃଷ୍ଟି କରିବା :
ତା ସହିତ ଯଦି ଆପଣ ଶସ୍ତା ଜିନିଷ ବ୍ୟବହାର କରୁଛନ୍ତି ତାହା ଆଖକୁ ଶୁଷ୍କ କରିବା ସହିତ କୁଣ୍ଡେଇ ହେବା ଅସ୍ପଷ୍ଟ ଦେଖାଯିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
📱 Get Argus News App
✨ତେବେ ସୁନ୍ଦର ଦେଖାଯିବା ପାଇଁ ବ୍ୟବହୃତ ହେଉଥିବା ଏସବୁ ନକଲି ଜିନିଷର ଶରୀର ଉପରେ ନକରାତ୍ମକ ପ୍ରଭାବ ବି ପଡ଼ିଥାଏ। ତେଣୁ ଏହି ସବୁ ଜିନିଷଠାରୁ ଦୂରେଇ ରୁହନ୍ତୁ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର