Videos
|
Lifestyle

ଆପଣଙ୍କ କେଶକୁ ବାଦାମୀ କରିବା ପାଇଁ କଫି ହେୟାର ମାସ୍କ ଲଗାନ୍ତୁ

Rashmita Mishra
Browse all articles by Rashmita Mishra
·2 years ago·2 min read
ଆପଣଙ୍କ କେଶକୁ ବାଦାମୀ କରିବା ପାଇଁ କଫି ହେୟାର ମାସ୍କ ଲଗାନ୍ତୁ

ଅର୍ଗସ ବ୍ୟୁରୋ: ଯଦି ଆପଣ ନିଜ ଚୁଟି ରଙ୍ଗ ସହିତ କିଛି ପରୀକ୍ଷା କରିବାକୁ ଚାହୁଁଛନ୍ତି ଏବଂ ସେଲିବ୍ରିଟିଙ୍କ ପରି ବାଦାମୀ ରଙ୍ଗ ଚାହୁଁଛନ୍ତି ତେବେ ଆପଣ ଏଥିପାଇଁ କଫି ବ୍ୟବହାର କରିପାରିବେ । କଫି ହେଉଛି ଏକ ପ୍ରାକୃତିକ ଚୁଟି ରଙ୍ଗ ଯାହା କେଶକୁ କୌଣସି ପ୍ରକାରେ କ୍ଷତି ପହଞ୍ଚାଏ ନାହିଁ । ବରଂ ଏହା ଆଣ୍ଟିଅକ୍ସିଡାଣ୍ଟରେ ପରିପୂର୍ଣ୍ଣ ଏବଂ କେଶରେ ଉଜ୍ଜ୍ୱଳତା ଆଣିବା ପାଇଁ ମଧ୍ୟ କାମ କରେ । ଏପରି ପରିସ୍ଥିତିରେ ଯଦି ଆପଣ ଏହାକୁ ଚୁଟିର ରଙ୍ଗ ଭାବରେ ବ୍ୟବହାର କରନ୍ତି ତେବେ ଏହା କିଛି ସମୟ ମଧ୍ୟରେ ସେଲୁନ୍ ପରି ଦୋଖାଯାଇଥାଏ । କିନ୍ତୁ ଏହାକୁ କିପରି ସଠିକ୍ ଭାବରେ ବ୍ୟବହାର କରାଯିବ ତାହା ଜାଣିବା ଜରୁରୀ । ଆପଣଙ୍କ କେଶକୁ ବାଦାମୀ କରିବା ପାଇଁ କଫି ହେୟାର ମାସ୍କ କିପରି ତିଆରି ଏବଂ କପରି ବ୍ୟବହାର କରିବେ ଆସନ୍ତୁ ଜାଣିବା । 

ହେୟାର ମାସ୍କ ପ୍ରସ୍ତୁତ ସାମଗ୍ରୀ:
୪ ଚାମଚ କଫି ,୧ ଗ୍ଲାସ୍ ପାଣି , ଚାମଚ- କୋକୋ ପାଉଡର ,୨ ଚାମଚ ମକା ଗୁଣ୍ଡ ,୨ ଚାମଚ ଦହୀ ,୧ଚାମଚ ଭିନେଗାର ।

ପ୍ରସ୍ତୁତି ପ୍ରଣାଳୀ 

- ସର୍ବପ୍ରଥମେ ଏକ ପ୍ୟାନରେ ଦୁଇ ଟେବୁଲ ଚାମଚ କଫି ନିଅନ୍ତୁ । ଏବେ ସେଥିରେ ଏକ କପ୍ ପାଣି ମିଶାନ୍ତୁ । ଏହାକୁ ଗ୍ୟାସ ଉପରେ ରଖନ୍ତୁ ଏବଂ ଦୁଇ ମିନିଟ୍ ଫୁଟାନ୍ତୁ। ତା’ପରେ ଏହାକୁ ଥଣ୍ଡା କରିବାକୁ ଛାଡିଦିଅନ୍ତୁ । ବର୍ତ୍ତମାନ ଏହାକୁ ଫିଲ୍ଟର୍ କରନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

- ଏକ କଡ଼େଇରେ ଦୁଇ ଚାମଚ କଫି ପାଉଡର ରଖନ୍ତୁ । ଏହା ସହିତ ଦୁଇ ଚାମଚ କୋକୋ ପାଉଡର ମଧ୍ୟ ମିଶାନ୍ତୁ । ଏଥିରେ ଦୁଇ ଚାମଚ ମକା ଗୁଣ୍ଡ ମଧ୍ୟ ମିଶାନ୍ତୁ  ଏବେ ସେଥିରେ କଫି ପାଣି ମିଶାନ୍ତୁ । ଏକ ଚାମଚ ସାହାଯ୍ୟରେ ଏହି ସବୁ ଜିନିଷକୁ ଭଲ ଭାବରେ ମିଶାନ୍ତୁ ।

-ଆପଣ ଏହାକୁ ଗ୍ୟାସ ଉପରେ କମ୍ ନିଆଁରେ ଗରମ କରନ୍ତୁ । ଧୀରେ ଧୀରେ ଆପଣ ଦେଖିବେ ଯେ ଏହା ସମ୍ପୂର୍ଣ୍ଣ ମୋଟା ହୋଇଯିବ । ଗ୍ୟାସ ବନ୍ଦ କରି ଥଣ୍ଡା ହେବାକୁ ଛାଡ଼ିଦିଅ ।
ଯେତେବେଳେ ଏହା ସଂପୂର୍ଣ୍ଣ ଥଣ୍ଡା ହୋଇଯାଏ ସେଥିରେ ଦୁଇଟି ଚାମଚ ଦହି ମିଶାନ୍ତୁ । ଆପଣ ଦହି ବଦଳରେ ଅଣ୍ଡାର ହଳଦୀଆ ଅଶଂ ମଧ୍ୟ ମିଶାଇ ପାରିବେ । ଏହାକୁ ଭଲ ଭାବରେ ମିଶାନ୍ତୁ ଏଥିରେ ଥିବା ପ୍ରୋଟିନ୍ କେଶକୁ ଶକ୍ତିଶାଳୀ, ମୋଟା ଏବଂ ଚକଚକ୍ କରିବ । ଏବେ ସେଥିରେ ଏକ ଚାମଚ ଭିନେଗାର ମିଶାନ୍ତୁ । ତୁମର କଫି ହେୟାର ପ୍ୟାକ୍ ପ୍ରସ୍ତୁତ ।

-ଆପଣ ଏହାକୁ କେଶରେ ଭଲ ଭାବରେ ଲଗାନ୍ତୁ ଏବଂ ଏହାକୁ ଏକ ଘଣ୍ଟା ଛାଡିବା ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ । କେଶ ନରମ ଏବଂ ଗାଢା ବାଦାମୀ ହୋଇଯିବ । ବ୍ୟବହାର ପୂର୍ବରୁ ଚର୍ମ ଉପରେ ଲଗାଇ ପରୀକ୍ଷା କରିବା ଭଲ ହେବ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...