Videos
|
Lifestyle

ଓଜନ ହ୍ରାସ କରାଏ ଘିଅ

Arpita Mohanty
Browse all articles by Arpita Mohanty
·2 years ago·2 min read
ଓଜନ ହ୍ରାସ କରାଏ ଘିଅ

ଅର୍ଗସ ବ୍ୟୁରୋ : ଆମେ ସମସ୍ତେ ଜାଣିଛେ ଘିଅ ସ୍ବାସ୍ଥ୍ୟ ପାଇଁ କେତେ ଭଲ। ଘିଅ ଶରୀରର ଇମ୍ୟୁନିଟି ବଢ଼ାଇବା ସହିତ ପାଚନଶକ୍ତି ମଧ୍ୟ ବଢ଼ାଇଥାଏ। ଏବଂ ଅନେକ ରୋଗରୁ ରକ୍ଷା କରିଥାଏ। ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍ ଏବଂ ଭିଟାମିନ୍ ଏ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖାଲି ପେଟରେ ଘିଅ ଖାଇବାର ଫାଇଦା ବହୁତ୍ ଟ୍ରେଣ୍ଡ କରୁଛି ଯେଉଁଥିରେ ବଲିଉଡ଼ ସେଲିବ୍ରିଟିଙ୍କଠୁ ଆରମ୍ଭ କରି ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସରସ ସମସ୍ତେ ଏଥିରେ ସାମିଲ ଅଛନ୍ତି। ତେବେ ଏମିତି କଣ ଫାଇଦା ଅଛି ଯେଉଁଥିପାଇଁ ଏହା ଏତେ ଟ୍ରେଣ୍ଡ କରୁଛି ଆସନ୍ତୁ ଜାଣିବା।

ଇମ୍ୟୁନିଟି ବଢ଼ାଏ
ଘିଅରେ ବ୍ୟୁଟିରିକ୍ ଏସିଡ଼ ଭରପୁର ଥାଏ ଯାହା ଶରୀରକୁ ରୋଗରୁ ଲଢ଼ିବା ପାଇଁ ଟି ସେଲସ୍ ଗୁଡ଼ିକ ଉତ୍ପାଦନ କରିବାରେ ସାହାଯ୍ୟ କରେ।

ପାଚନଶକ୍ତି ବଢ଼ାଏ
ଘିଅରେ ପୋଷକ ତତ୍ତ୍ବ ଭରି ରହିଥାଏ। ଏହା ପାଚନ ଶକ୍ତି ବଢ଼ାଇଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଚାମଚ ଖାଇବା ଦ୍ବାରା ପାଚନ ଶକ୍ତି ବଢ଼ିଥାଏ। ପ୍ରାଚୀନ କାଳରେ,ଆମ ପୂର୍ବପୁରୁଷମାନେ ପ୍ରତ୍ୟେକ ଭୋଜନ ପୂର୍ବରୁ ଏକ ଚାମଚ ଘିଅ ଖାଉଥିଲେ। ଏହା ପେଟକୁ ସୁସ୍ଥ ରଖିବା ସହିତ ଅଲସର ଏବଂ କର୍କଟ ଭଳି ରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ।

ଓଜନ ହ୍ରାସ କରେ
ଘିଅ ଓଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ପେଟର ଚର୍ବି କମାଇଥାଏ କାରଣ ଏହାଦ୍ବାରା ମେଟାବୋଲିଜିମ୍ ବଢ଼ିଥାଏ ଯାହା ଫ୍ୟାଟ୍ କମାଇବାରେ ସାହାଯ୍ୟ କରିଥାଏ। ଖାଲି ପେଟରେ ଘିଅ ଖାଇବା ଦ୍ବାରା ଭୋକ କମ୍ ହୋଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତ୍ୱଚାକୁ ସୁନ୍ଦର କରିଥାଏ
ସୁନ୍ଦର ତ୍ବଚା ପାଇଁ ଘିଅ ହେଉଛି ଏକ ବରଦାନ। ଘିଅରେ ଥିବା ଭିଟାମିନ୍ସ ସ୍କିନକୁ ଟାଇଟ୍ ରଖିଥାଏ ଏବଂ ଆପଣଙ୍କୁ ବାର୍ଦ୍ଧକ୍ୟରୁ ରକ୍ଷା କରିଥାଏ ।ପ୍ରାଚୀନ କାଳରେ ଏହା ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ବ୍ୟବହୃତ ହେଉଥିଲା ।

ମଜବୁତ କେଶ ଦିଏ
ଘିଅରେ ଭିଟାମିନ ଇ ଥାଏ ଯାହା କେଶ ଏବଂ ତ୍ୱଚା ପାଇଁ ବହୁତ ଭଲ ।ଏଥିରେ ମଶ୍ଚରାଇଜିଂ ଗୁଣ ରହିଛି ତେଣୁ ଏହା ତ୍ୱଚା ଏବଂ କେଶର ମୂଳକୁ ଶୁଷ୍କ ହେବାକୁ ଦିଏନାହିଁ।

ହାଡ଼ ମଜଭୁତ ରଖେ
ଘିଅ ହାଡକୁ ମଧ୍ୟ ଶକ୍ତି ଦେଇଥାଏ କାରଣ ଏଥିରେ ଭିଟାମିନ୍ କେ ଭରପୂର ରହିଥାଏ।ଯାହା କ୍ୟାଲସିୟମ୍ ଅବଶୋଷଣରେ ସାହାଯ୍ୟ କରେ ।ଏହା ଦାନ୍ତ କ୍ଷୟକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ।

ବାସ୍ତବରେ, ପୁରାତନ କାଳରୁ ଘିଅ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଇଛି। ସେହି ସମୟରେ ଖାଦ୍ୟ କେବଳ ଘିଅରେ ରନ୍ଧା ଯାଉଥିଲା ଯେଉଁଥିପାଇଁ ଲୋକମାନେ ସୁସ୍ଥ ରହୁଥିଲେ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର

Ghee | Argus News