Videos
|
Lifestyle

ବୁଦ୍ଧ ପୂର୍ଣ୍ଣିମାରୁ ଏହି ୪ ରାଶିଙ୍କ ପାଇଁ ଖୁସି ଖବର

Ritu Das
Browse all articles by Ritu Das
·2 years ago·1 min read
ବୁଦ୍ଧ ପୂର୍ଣ୍ଣିମାରୁ ଏହି ୪ ରାଶିଙ୍କ ପାଇଁ ଖୁସି ଖବର

ଅର୍ଗସ ବ୍ୟୁରୋ: ଚଳିତବର୍ଷ ବୁଦ୍ଧ ପୂର୍ଣ୍ଣିମା ମେ' ୨୩ରେ ଧୁମଧାମରେ ପାଳନ ହେବ। ଏହିଥର ବୁଦ୍ଧପୂର୍ଣ୍ଣିମାରେ ଶୁକ୍ରାଦିତ୍ୟ, ଗଜଲକ୍ଷ୍ମୀ, ଗୁରୁ ଆଦିତ୍ୟ ଏବଂ ଶିବଯୋଗ ବି ରହିଛି। ଜ୍ୟୋତିଷ ଗଣନା ଅନୁସାରେ ଏହି ବୁଦ୍ଧ ପୂର୍ଣ୍ଣିମା ୪ ରାଶିଙ୍କ ଭାଗ୍ୟ ବଦଳାଇବାରେ ସହାୟକ ହେବ। ଖୁବଶୀଘ୍ର ଏହି ରାଶିଧାରୀଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଆଉ ମାଲେମାଲ ହୋଇଯିବେ ଆପଣ। ଆଉ ସେହି ରାଶିଧାରୀ ହେଲେ

ମେଷ: ଚାକିରି କ୍ଷେତ୍ରରେ ସଫଳତା ମିଳିବାକୁ ଯାଉଛି। ମେଷ ରାଶି ବ୍ୟକ୍ତିଙ୍କୁ ସଫଳତା ମିଳିବା ସହ ଚାକିରିରେ ଇନକ୍ରିମେଣ୍ଟ ହେବାର ସୁଯୋଗ ରହିଛି। ଆର୍ଥକ ସ୍ଥିତି ମଜଭୁତ ହେବ। ଧନଧାନ୍ୟ ପ୍ରଚୁର ପରିମାଣର ମିଳିବ। ଅବସାଦରୁ ମୁକ୍ତ ରହିବେ।
ପରିବାରରେ ଚାଲୁଥିବା ଦୀର୍ଘ ଦିନର ସମସ୍ୟା ଦୂର ହୋଇଯିବ। ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହିଁବେ ସେଥିରେ ସଫଳତା ମିଳିବ। 

କର୍କଟ: କ୍ୟାରିୟର ସହ ବ୍ୟବସାୟରେ ସଫଳତା ପ୍ରାପ୍ତି ହେବ। କାର୍ଯ୍ୟସ୍ଥଳରେ ସଭିଏଁ ପ୍ରଶଂସା କରିବେ। ଆପଣଙ୍କ କାର୍ଯ୍ୟକୁ ମଧ୍ୟ ସମସ୍ତେ ପ୍ରଶଂସା କରିବେ। 

ସିଂହ: ବୁଦ୍ଧ ପୂର୍ଣ୍ଣିମାରେ ସିଂହ ରାଶିର ବ୍ୟକ୍ତି ମାନଙ୍କୁ ଧନ ଲାଭର ଯୋଗ ରହିଛି। ହଠାତ ଆପଣଙ୍କୁ ବିପୁଳ ପରିମାଣରୁ ଟଙ୍କା ମିଳିପାରେ। ଜୀବନସାଥୀ ସହିତ ବୁଝାମଣା ଭଲ ରହିବା ସହ ଦୁହିଁଙ୍କ ମଧ୍ୟରେ ପ୍ରେମ ବର୍ଷା ହେବ। ଜୀବନସାଥୀର ସହଯୋଗରେ ଅଟକି ଥିବା ଜରୁରୀ କାମ ହୋଇଯିବ। ବ୍ୟବସାୟରେ ଅଧିକ ଲାଭ ହେବ। ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ ବୋଲି କୁହାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତୁଳା: ଏହି ରାଶିର ବ୍ୟକ୍ତିଙ୍କୁ ଧନଧାନ୍ୟ ଲାଭ ହେବ। ବୁଝିଶୁଝି ବ୍ୟବସାୟ କଲେ ବ୍ୟବସାୟରେ ସଫଳତା ପ୍ରାପ୍ତି ହେବ। ମାନ ସମ୍ମାନ ମଧ୍ୟ ବୃଦ୍ଧି ହେବ। 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 
 

Good news for these | Argus News