୭ କୋଟିର ବେଡ୍କୁ ତିଆରି କରିବା ପାଇଁ ୬୦୦ ଘଣ୍ଟା

ଅର୍ଗସ ବ୍ୟୁରୋ: ସମସ୍ତେ ଚାହାଁନ୍ତି ଏକ ସୁନ୍ଦର ଘର ତିଆରି କରିବା ପାଇଁ ଆଉ ଘରେ ଅନେକ ପ୍ରକାରର ସାଜସଜ୍ଜା କରିବା ପାଇଁ ।ତା ସହ ଅନେକ ଜଣଙ୍କର ସୌଉକ୍ ଥାଏ କି ଘରେ ଦାମି ଜିନିଷ ରଖିବାରେ । କିନ୍ତୁ ଆପଣ କେବେ ଭାବିଛନ୍ତି କି ୭ କୋଟିର ଏକ ବେଡ୍ କଥା । ସବୁ ଲୋକଙ୍କର ଶୋଇବା ପାଇଁ ଏକ ବେଡ୍ ଆବଶ୍ୟକ ।ଯେଉଁଥିରେ ଜଣେ ଭଲରେ ଶୋଇପାରିବ ।
ପ୍ରଶ୍ନ ଏହାଯେ ଜଣେ ଲୋକ ଗୋଟେ ବେଡ୍ ଉପରେ କେତେ ଟଙ୍କା ଖର୍ଚ୍ଚ କରିପାରିବ । କିନ୍ତୁ କେବେ ଆପଣ ଭାବିଛନ୍ତି ଏହାର ଉତ୍ତର କୋଟିଏ ଟଙ୍କା ହେଇପାରେ ବୋଲି । ହନସ ଏକ କଂମ୍ପାନୀ ଯାହାର ଏକ ବେଡ୍ ଦାମ୍ ହେଉଛି ୭ କୋଟି ଟଙ୍କା । ଏହି ୭ କୋଟିର ବେଡକୁ ତିଆରି କରିବା ପାଇଁ ୬୦୦ ଘଣ୍ଟା ଲାଗିଥାଏ ଆଉ ଯାହାର ଓଜନ ହେଉଛି ୧ଟନ ।
ବେଡ୍ ନେବା ପରେ ପ୍ରତିମାସ କଂମ୍ପାନୀକୁ ଲୋକ ଏହାକୁ ରୋଟେଟ କରିବାକୁ ଆସନ୍ତି ।ଏହି ବେଡ୍ କୁ ସବୁ ଉପାୟରେ କଷ୍ଟମାଇଜ କରିପାରିବା । ଏହି ୭ କୋଟି ବାଲା ବେଡର ନାଁ ହେଉଛି ଗ୍ରାଣ୍ଡ ଵିଡିଏସ୍ । ଏଥିରେ ଘୋଡା ଲାଜଂର ଚୁଟି ଗୋଟେ ସ୍ତର କରାଯାଇଛି । ଆହୁରି ଅନେକ ପ୍ରକାରର ଦାମି ମେଟେରିଆଲସ ମଧ୍ୟ ବ୍ୟବହାର କରାଯାଇଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
