Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାରମ୍ବାର ମୁଣ୍ଡବିନ୍ଧା ହେଉଛି କି? ଜାଣନ୍ତୁ ଏହାର କାରଣ

Lifestyle

ବାରମ୍ବାର ମୁଣ୍ଡବିନ୍ଧା ହେଉଛି କି? ଜାଣନ୍ତୁ ଏହାର କାରଣ

Rashmita Mishra
Browse all articles by Rashmita Mishra
·1 year ago·2 min read
ବାରମ୍ବାର ମୁଣ୍ଡବିନ୍ଧା ହେଉଛି କି? ଜାଣନ୍ତୁ ଏହାର କାରଣ

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସମୟରେ ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ହୋଇଗଲାଣି । କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଶୋଇକରି ଉଠିବା ମାତ୍ରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଏ । ଏହି ପରି ହେବା ଦ୍ୱାରା ବ୍ୟକ୍ତି ପୁରା ଦିନ ଚିନ୍ତିତ ରହିଥାଏ । ବେଳେ ବେଳେ ମୁଣ୍ଡବିନ୍ଧା ଏତେ ଅଧିକ ବଢି ଯାଏ ଯେ ଖାଇବା ପିଇବା ପାଇଁ ମନ ହୋଇନଥାଏ କିମ୍ବା କାମ କରିବା ପାଇଁ ମଧ୍ୟ ମନ ହୋଇନଥାଏ । ଏଥିପାଇଁ ଲୋକ ମୁଣ୍ଡବିନ୍ଧାରୁ ଆରାମ ପାଇଁ ମେଡିସିନ୍‌ର ସାହାଯ୍ୟ ନେଇଥାନ୍ତି । ହେଲେ ଅଧିକ ମେଡିସିନ୍‌ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ । ସେଥିପାଇଁ ମେଡିସିନ୍‌ ବଦଳରେ କିଛି ଏମିତି ଫଳ ପ୍ରତିଦିନ ଖାଇବା ଉଚିତ୍‌ ଯାହା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟାରୁ ଆରାମ ପାଇବେ ।

ମୁଣ୍ଡବିନ୍ଧାର କାରଣ 

ଯଦି କୌଣସି ବିଷୟକୁ ନେଇ କ୍ରମାଗତ ଭାବରେ ଚିନ୍ତିତ ହୁଅନ୍ତି, ତେବେ ଏହା ମୁଣ୍ଡବିନ୍ଧାର କାରଣ ହୋଇପାରେ। ସେହିପରି ନିଦ ନହେଲେ ମୁଣ୍ଡବିନ୍ଧା ଅଧିକ ହୋଇଥାଏ । ମୁଣ୍ଡବିନ୍ଧାର ଏକ ପ୍ରମୁଖ କାରଣ ହେଉଛି ଡିହାଇଡ୍ରେସନ । ଲାପଟପରେ କାମ କରିବା କିମ୍ବା ମୋବାଇଲ୍ ସ୍କ୍ରିନକୁ ଦୀର୍ଘ ସମୟ ଧରି ଦେଖିବା ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ ଏବଂ ଅତି ଶୀଘ୍ର ଆଖି ସମସ୍ୟା ଦେଖାଦେଇପାରେ । ଦୀର୍ଘ କିମ୍ବା ବାରମ୍ବାର ମୁଣ୍ଡବିନ୍ଧା ସାଇନସ୍ ସଂକ୍ରମଣ କିମ୍ବା କ୍ରନିକ୍ ସାଇନୁସାଇଟିସର ଲକ୍ଷଣ ହୋଇପାରେ । ହରମୋନ୍ ସ୍ତରର ପରିବର୍ତ୍ତନ ହେତୁ ମୁଣ୍ଡବିନ୍ଧା ମଧ୍ୟ ହୋଇପାରେ । ଯଦି ଆପଣ କ୍ୟାଫିନଯୁକ୍ତ ପାନୀୟ ଯଥା ଚା କିମ୍ବା କଫି ଖାଆନ୍ତି, ତେବେ ଏହା ମଧ୍ୟ ମୁଣ୍ଡବିନ୍ଧାର ଏକ କାରଣ ହୋଇପାରେ  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୁଣ୍ଡବିନ୍ଧାରୁ ଆରାମ ପାଇବେ କିପରି 

ମୁଣ୍ଡବିନ୍ଧା ହେଉଥିଲେ ସେଓ ଖାଇବା ଦ୍ୱାରା ମୁଣ୍ଡବିନ୍ଧାରୁ ଆରାମ ମିଳିଥାଏ । ଆପଲ୍‌ରେ ଥିବା ପୋଟାସିୟମ୍‌ ମୁଣ୍ଡବିନ୍ଧା ଦୂର କରିଥାଏ । ଯଦି ପ୍ରତିଦିନ ମୁଣ୍ଡବିନ୍ଧା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ପ୍ରତିଦିନ ଖାଦ୍ୟରେ ଦହି କିମ୍ବା ଲସି ସର୍ବତ ସାମିଲ କରନ୍ତୁ । ଦହିରେ କ୍ୟାଲସିୟମ୍‌ ଥାଏ ଯାହା ଦ୍ୱାରା ମୁଣ୍ଡବିନ୍ଧା ଦୂର ହୋଇଥାଏ । ନଡିଆ ପାଣି ପୋଷକ ତତ୍ତ୍ୱର ଭଣ୍ଡାର ହୋଇଥାଏ । ନଡିଆରେ ପୋଟାସିୟମ, ଫାଇବର, ପ୍ରୋଟିନ୍‌ ଓ ଭିଟାମିନ୍‌- C ଥାଏ । ଏହାକୁ ପ୍ରତିଦିନ ପିଇଲେ ମୁଣ୍ଡବିନ୍ଧା ସମସ୍ୟାରୁ ଆରାମ ପାଇବେ । 

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର...
 

Argus Whatsapp Channel Mobile Top
Sponsored
Have frequent headaches? Know the reason | Argus News