Videos
|
Lifestyle

ସକାଳେ ଖାଲି ପେଟରେ ଖଜୁରୀ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ଵଢିଥାଏ

Rashmita Mishra
Browse all articles by Rashmita Mishra
·2 years ago·2 min read
ସକାଳେ ଖାଲି ପେଟରେ ଖଜୁରୀ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ଵଢିଥାଏ

ଅର୍ଗସ ବ୍ୟୁରୋ: ଯଦି ଆପଣ  ଖଜୁରୀ ଖାଆନ୍ତି ଆପଣଙ୍କ ଶରୀର ସୁସ୍ଥ୍ୟ ରହିଵ ।ତେବେ ଖାଇବା ପାଇଁ ଉପଯୁକ୍ତ ସମୟ ଜାଣନ୍ତୁ ଏବଂ କେତେ ଖାଇବେ ।

ଖଜୁରୀ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଆସନ୍ତୁ ଜାଣିଵା ଏହି  ଫଳ ଦିନରେ କେବେ ଏବଂ କିପରି ଖାଇବା ଉଚିତ୍ ଏଥିସହ ଗୋଟିଏ ଦିନରେ କେତେ ଖାଇବା ଉଚିତ୍ । କାଜୁ ଏବଂ ବାଦାମ ପରି ଖଜୁରୀ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।ଏଥିରେ ଥିବା ପୋଷକ ତତ୍ତ୍ୱ ଆପଣଙ୍କ ଶରୀରକୁ ଅନେକ ରୋଗରୁ ଦୂରେଇ ରଖେ । କ୍ୟାଲସିୟମ୍, ଫାଇବର, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଭିଟାମିନ୍ B6 ଏବଂ ଆଇରନ୍ ଆପଣଙ୍କ ଶରୀରର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ 

ଖଜୁରୀ  ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ । ଯଦି ଆପଣ ଏହାକୁ ସକାଳେ ଖାଲି ପେଟରେ ଖାଆନ୍ତି ତେବେ ଏପରି ଖାଇଵା ଦ୍ଵାରା ହଜମ ଶକ୍ତି ଵଢିଇଵ ।  

ସକାଳେ ଖାଇବାର ଉପକାର 
ଗ୍ଲୁକୋଜ, ଫ୍ରୁକଟୋଜ ଏବଂ ସୁକ୍ରୋଜ୍ ବହୁ ପରିମାଣରେ ଖଜୁରୀରେ ଥାଏ । ତେଣୁ ଯଦି ଆପଣଙ୍କୁ ଦୁର୍ଵଳ ଲାଗୁଛି ତେବେ ଶକ୍ତି ପାଇଁ ସକାଳେ ଖାଲି ପେଟରେ ଖଜୁରୀ ଖାଆନ୍ତୁ ।ଦୁଇରୁ ଚାରିଟି ଖଜୁରୀ ଖାଇବା ଦ୍ଵାରା ଦେହକୁ ଶକ୍ତି ମିଳିଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରତିଦିନ ସକାଳେ ଖାଲି ପେଟରେ ଖାଇଲେ ଆମର ରୋଗ ପ୍ରତିରୋଧକ ଶକ୍ତି ଵଢିଥାଏ ।ଏଥିରେ ଥିବା କ୍ୟାଲସିୟମ୍, ଆଇରନ୍, ଭିଟାମିନ୍, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଅକ୍ସିଡାଣ୍ଟ ଭଳି ଗୁଣ ଆପଣଙ୍କୁ ଶକ୍ତି ଯୋଗାଇଥାଏ ।
ଯେଉଁମାନଙ୍କର ହେମୋଗ୍ଲୋବିନ୍ ସ୍ତର କମ୍ ସେମାନେ ନିଶ୍ଚିତ ଭାବରେ ଖାଇବେ ଉଚିତ ।ଏଥିରେ ଆଇରନ ପ୍ରଚୁର ପରିମାଣରେ ମିଳିଥାଏ ।

ଯଦି ଆପଣଙ୍କ ଶରୀରରେ ରକ୍ତ ଅଭାବ ଥାଏ ତେବେ ଆପଣ ରକ୍ତହୀନତାର ଶିକାର ହୋଇପାରନ୍ତି, ତେଣୁ ଆପଣ ପ୍ରତିଦିନ ଖଜୁରୀ ଖାଇବା ଉଚିତ୍ 

ଗୋଟିଏ ଦିନରେ କେତେ ଖାଇବା
ଗୋଟିଏ ଖଜୁରୀରେ୨୩ କ୍ୟାଲୋରୀ ଥାଏ ତେଣୁ ଗ୍ଲୁକୋଜ ଏବଂ ଫ୍ରୁକଟୋଜରେ ଭରପୂର ।ମଧୁମେହ ରୋଗୀଙ୍କୁ ସହାୟକ ହୋଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।ଆପଣ ପ୍ରତିଦିନ ୩ରୁ ୪ ଖଜୁରୀ  ଖାଇବା ଉଚିତ୍ ।ଗୋଟିଏ ଦିନରେ ଏତେଗୁଡ଼ିଏ ଖଜୁରୀ  ଖାଇବା ଦ୍ୱାରା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ଉପକାର ମିଳିବ ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର ....

health-benefits-of-eating-dates-and-right-time-to-eat-dates-and-how-much-to-eat-in-a-day | Argus News