Videos
|
Lifestyle

ସପୁରୀ ଖାଆନ୍ତୁ, ଦେଇଥାଏ ଅନେକ ଫାଇଦା...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସପୁରୀ ଖାଆନ୍ତୁ, ଦେଇଥାଏ ଅନେକ ଫାଇଦା...

ଅର୍ଗସ ବ୍ୟୁରୋ:  ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ସପୁରୀ। ଖାଦ୍ୟ ଠିକ ଭାବରେ ହଜମ କରିବା ସହ ଶରୀରକୁ ସତେଜ ରଖିଥାଏ । ଆମର ଦୈନନ୍ଦିନ ଜୀବନରେ ସୁସ୍ଥକର ଖାଦ୍ୟର ଗୁରୁତ୍ୱ ବେଶ ଅଧିକ ରହିଛି । ଏଥି ମଧ୍ୟରୁ ସପୁରୀର ଫାଇଦା ଅନ୍ୟତମ। ସପୁରୀରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ଭରପୁର ରହିଛି । ଏହାକୁ ଖାଇବା ଦ୍ୱାରା ହାଡ ମଜଭୁତ ହୋଇଥାଏ, ଚର୍ମର ଉଜ୍ଜ୍ୱଳତା ବଢିଥାଏ।

ଏଥିରେ ଥିବା ଭିଟାମିନ-ସି, ଆଣ୍ଟି-ଅକ୍ସିଡେଣ୍ଟ ଚର୍ମକୁ ଭିତରୁ ସୁରକ୍ଷା ଯୋଗାଇଥାଏ । ପ୍ରତ୍ୟେକ ଦିନ ଖାଦ୍ୟରେ ଏହା ଦ୍ୱାରା ମାଙ୍ଗାନିଜ, ଜିଙ୍କ୍ ,କପର ଏବଂ କ୍ୟାଲସିୟମରେ ଭରପୁର ରହିଥିବା ପୋଷକତତ୍ତ୍ୱ ଆପଣଙ୍କର ଶରୀରରେ ଅଭାବକୁ ଦୂର କରିବା ସହ ହାଡକୁ ସୁସ୍ଥ ରଖିଥାଏ । ସପୁରୀରେ ଭରପୁର ଭିଟାମିନ୍-ସି ଥିବାରୁ ଏହା ଛୋଟ ଠାରୁ ବୟସ୍କ ଲୋକମାନଙ୍କ ପର୍ଯ୍ୟନ୍ତ ଆଖିକୁ ଠିକ୍ ରଖେ। ତେବେ ଖାଦ୍ୟରେ ସାମିଲ କରନ୍ତୁ ସପୁରୀ। ରୁହନ୍ତୁ ସୁସ୍ଥ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
health benefits of pineapple these are the benefits are human body | Argus News