ପ୍ୟାକ୍ ହୋଇଥିବା ଫଳ ରସ ପିଉଛନ୍ତି କି ?

ଅର୍ଗସ ବ୍ୟୁରୋ: ଖରା ଦିନରେ ସମସ୍ତେ ଜୁସ୍ ପିଇବାକୁ ପସନ୍ଦ କରିଥାନ୍ତି । ଖରାଦିନରେ ଏହାକୁ ଉପକାରୀ ବୋଲି ଭାବି ଆପଣ ପ୍ୟାକ୍ ହୋଇଥିବା ଫଳ ରସ ପିଉଛନ୍ତି କି । ଯଦି ପିଉଛନ୍ତି ଏହା ସାଂଘାତିକ ହୋଇପାରେ ଏହି ଫଳ ରସ କିଣନ୍ତୁ ନାହିଁ ବୋଲି ଡାକ୍ତର ମଧ୍ୟ ପରାମର୍ଶ ଦେଇଛନ୍ତି ।
ବଜାରରେ ପ୍ୟାକ ହୋଇ ଵିକ୍ରି ହୋଉଥିଵା ଜୁସ୍ ଉପକାର ହେବା ବଦଳରେ ଶରୀରରେ ଡିହାଇଡ୍ରେସନ୍ ଭଳି ସମସ୍ୟା ସୃଷ୍ଟି କରେ। ପ୍ୟାକ୍ ହୋଇଥିବା ଫଳ ରସ ନିଜେ ପିଅନ୍ତୁ ନାହିଁ କିମ୍ବା ନିଜ ପିଲାମାନଙ୍କୁ ପିଇବାକୁ ଦିଅନ୍ତୁ ନାହିଁ ।
ବର୍ତ୍ତମାନ ପ୍ରବଳ ଗରମ ତାସହ ପାଣିପାଗର ଏପଟ ସେପଟ ଯୋଗୁଁ ସମସ୍ତଙ୍କୁ ଡାଇରିଆ ଏବଂ ଶରୀର ଡିହାଇଡ୍ରେସନରେ ହୋଇ ଲୋକ ମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ପ୍ୟାକ୍ ହୋଇଥିବା ଫଳ ରସ ପିଉଛନ୍ତି କିମ୍ବା ପିଲାମାନଙ୍କୁ ଖାଇବାକୁ ଦେଉଛନ୍ତି ତେବେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ। ଏହା ବ୍ୟତୀତ ସେଇ ରୋଗୀ ମାନଙ୍କୁ ସେମାନେ ORS ପିଇବାକୁ ପରାମର୍ଶ ଦେଇଛନ୍ତି ଏବଂ ଆପଣ ପ୍ୟାକ୍ ହୋଇଥିବା ଜୁସ ପିଉଛନ୍ତି ତେବେ କୌଣସି ଲାଭ ପାଇବା ପରିବର୍ତ୍ତେ ଆପଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥାଏ ।
ଲୋକମାନେ ଅନେକ ବ୍ରାଣ୍ଡର ଫଳ ରସ ମଧ୍ୟ ପିଇଥାନ୍ତି ଯେ ଏହାକୁ ପିଇବା ଦ୍ୱାରା ପାଣିର ପରିମାଣ ଶରୀରରେ ବୃଦ୍ଧି ପାଇବ ଏବଂ ଜଳର ଅଭାବ ରହିବ ନାହିଁ କିନ୍ତୁ ଏହି ଚିନ୍ତାଧାରା ସାଂଘାତିକ ହୋଇପାରେ । ବିଶେଷକରି ଛୋଟପିଲା ଏବଂ ମଧୁମେହ ରୋଗୀଙ୍କ ପାଇଁ ଏଗୁଡିକ ଅତ୍ୟନ୍ତ କ୍ଷତିକାରକ ।
📱 Get Argus News App
✨ଡକ୍ଟର କହିହାନୁସାରେ ଯେ ଚିନି ମିଶା ଫଳ ରସ ପିଇବା ଦ୍ଵାରା ଜଳିୟଅଶଂ ଵଢିଵା ପରିବର୍ତ୍ତେ ଶରୀରରେ ଜଳ କମାଇଥାଏମ । ଏହି କାରଣରୁ ଡାଇରିଆ ଏବଂ ଡିହାଇଡ୍ରେସନ୍ ଭଳି ଅନେକ ସମସ୍ୟା ଦେଖାଯାଇଥାଏ । ଆହୁରି ମଧ୍ୟ ଶରୀରରେ ଚିନି ପରିମାଣ ବଢାଇଥାଏ ।ସେଗୁଡିକ କେବଳ ସ୍ବାଦଯୁକ୍ତ ହୋଇଥାଏ କିନ୍ତୁ କୌଣସି ଫାଇଦା ନଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: