Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଖରୋଟର ଅତ୍ୟଧିକ ଖାଇବା ଲାଭ ମିଳିବା ବଦଳରେ ସ୍ୱାସ୍ଥ୍ୟ ପାଇଁ କ୍ଷତି

Lifestyle

ଅଖରୋଟର ଅତ୍ୟଧିକ ଖାଇବା ଲାଭ ମିଳିବା ବଦଳରେ ସ୍ୱାସ୍ଥ୍ୟ ପାଇଁ କ୍ଷତି

Rashmita Mishra
Browse all articles by Rashmita Mishra
·1 year ago·2 min read
ଅଖରୋଟର ଅତ୍ୟଧିକ ଖାଇବା  ଲାଭ ମିଳିବା ବଦଳରେ ସ୍ୱାସ୍ଥ୍ୟ ପାଇଁ କ୍ଷତି

ଅର୍ଗସ ବ୍ୟୁରୋ: ଅନେକ ଲୋକ ଡ୍ରାଏ ଫ୍ରୁଟ୍ସ ମଧ୍ୟରେ ଅଖରୋଟ ଖାଇବାକୁ ପସନ୍ଦ କରିଥାନ୍ତି । ଅଖରୋଟ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ଏଥିରେ ଭିଟାମିନ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଇ ଭଳି ଉପାଦାନ ମିଳିଥାଏ । ଯାହା ସ୍ୱାସ୍ଥ୍ୟକୁ ଅନେକ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।କିନ୍ତୁ ଯେଉଁମାନେ ଖରାଦିନରେ ଅଧିକ ଅଖରୋଟ ଖାଉଛନ୍ତି ।ସେହି ଲୋକମାନେ ଜାଣିବା ଉଚିତ୍ ଯେ ଅଖରୋଟର ଅତ୍ୟଧିକ ଖାଇବା ଏହା ଲାଭ ମିଳିବା ବଦଳରେ ସ୍ୱାସ୍ଥ୍ୟ ପାଇଁ କ୍ଷତି ହୋଇପାରେ । ଆସନ୍ତୁ ଜାଣିବା ଖରା ଦିନରେ କିଏ ବାଦାମ ଖାଇବା ଉଚିତ୍ ନୁହେଁ । 

ଡାକ୍ତରଙ୍କ କହିବାନୁସାରେ ଆମେମାନେ ଲୋକଙ୍କୁ ସୁସ୍ଥ ଖାଦ୍ୟ ପାଇବା ପାଇଁ ଟିପ୍ସ ଦେଉଛନ୍ତି।  ସେ କହିଛନ୍ତି ଯେ ବାଦାମ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। କିନ୍ତୁ ଯଦି ଆମେ ଆବଶ୍ୟକ ଠାରୁ ଅଧିକ ଖାଇଥାଉ ତେବେ ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ  । ଆଉ ଯେଉଁ ମାନଙ୍କୁ ଖାଇବା କଥା ନୁହଁ ସେମାନେ ଖାଇଲେ ସେମାନଙ୍କର ଦେବ ଅଧିକ ଖରାପ ହୋଇଥାଏ । ଏହି ସବୁ ଖାଇବା ପ୍ରତି ମାନେ ଟିକେ ଧ୍ୟନ ଦେବା ଆବଶ୍ୟକ। 

ଏହି ଲୋକମାନେ ଅଖରୋଟ ଖାଇବା ଉଚିତ୍ ନୁହେଁ :- 

ମେଦବହୁଳ ରୋଗୀ :- ଯେଉଁମାନଙ୍କର ପୂର୍ବରୁ ମେଦବହୁଳ ପରି ରୋଗ ଅଛି ସେମାନେ ଅଖରୋଟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ଅଖରୋଟରେ ଅଧିକ ପରିମାଣର କ୍ୟାଲୋରୀ ଥାଏ ଯାହା ଆମ ଶରୀରର ଓଜନ ବ ଢଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

http://ଅଖରୋଟରେ ଅନେକ ପୁଷ୍ଟିକର ଉପାଦାନ ରହିଛି

ଆଲର୍ଜି ରୋଗୀ:- ଅଖରୋଟ ଖାଇବା ଦ୍ୱାରା ଛାତି ବଥା କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହୋଇପାରେ ।ଏପରି ପରିସ୍ଥିତିରେ ଯଦି ଆପଣ ଅଖରୋଟ ଖାଇବା ପରେ ଶରୀରରେ କୌଣସି ପ୍ରକାରର ପରିବର୍ତ୍ତନ କିମ୍ବା କୁଣ୍ଡେଇ ହୁଏ ତେବେ ତୁରନ୍ତ ଏହାକୁ ଖାଇବା ବନ୍ଦ କରନ୍ତୁ ।ଆପଣଙ୍କୁ ଅଖରୋଟରେ  ଆଲର୍ଜି ହୋଇପାରେ । 

ଉଚ୍ଚ ରକ୍ତଚାପ ରୋଗୀ:- ଯେଉଁମାନଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ଅଛି ସେମାନେ ଅଖରୋଟଠାରୁ ଦୂରରେ ରହିବା ଉଚିତ୍ । କାରଣ ଏଥିରେ ବହୁତ ପରିମାଣର ଟାଇରାମାଇନ୍ ଥାଏ । ଯାହା ଉଚ୍ଚ ବିପି ରୋଗୀଙ୍କ ପାଇଁ ଭଲ ନୁହେଁ । ଏପରି ପରିସ୍ଥିତିରେ ଯଦି ଜଣେ ଉଚ୍ଚ ବିପି ରୋଗୀ ଅଖରୋଟ ଖାଏ ତେବେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇପାରେ ।

 ଅଧିକ ପଢନ୍ତୁ ଜୀବନଶୌଳୀ ଖବର

Sponsored
health-these-people-should-not-consume-walnuts-know-its-disadvantages | Argus News