Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ସତ୍ତୁ ପାଣିକୁ ପ୍ରତିଦିନ ପିଇବା ଦ୍ଵାରା ମିଠା ସ୍ତର ନିୟନ୍ତ୍ରଣରେ ରହିଥାଏ

Rashmita Mishra
Browse all articles by Rashmita Mishra
·2 years ago·2 min read
ସତ୍ତୁ ପାଣିକୁ ପ୍ରତିଦିନ ପିଇବା ଦ୍ଵାରା ମିଠା ସ୍ତର ନିୟନ୍ତ୍ରଣରେ ରହିଥାଏ

ଅର୍ଗସ ବ୍ୟୁରୋ:ମଧୁମେହ ରୋଗୀଙ୍କ ପାଇଁ ଏହି ଜିନିଷ ଟନିକ ପରି କାମ କରିଥାଏ। ମଧୁମେହ ରୋଗୀ ମାନେ ବାହାରେ ଏପଟ ସେପଟ ଖାଇବା ଖାଅନ୍ତି ନାହିଁ । ସେମାନଙ୍କ ଖାଇବାର ଅନେକ ନିୟମ ରହିଥାଏ । ବିହାରରେ ସତ୍ତୁ ପାଣି ବହୁତ ଫେମସ୍। ଯେଉଁ ଜିନିଷ ସ୍ଵାସ୍ଥ ପାଇଁ ବହୁତ ଫାଇଦା ମିଳିଥାଏ। ବର୍ତ୍ତମାନ ଗରମ ସମୟରେ ଏହି ସତ୍ତୁ ପାଣିକୁ ଆପଣ ଡାଏଟରେ ମିଶାଇ ପାରିବେ । 

କୁହାଯାଏକି ମଧୁମେହ ରୋଗୀଙ୍କ ପାଇଁ ଏହା ବହୁତ ଫାଇଦା ହୋଇଥାଏ । ସତ୍ତୁ ପାଣିକୁ ପ୍ରତିଦିନ ପିଇବା ଦ୍ଵାରା ମିଠା ସ୍ତର ନିୟନ୍ତ୍ରଣରେ ରଖିଥାଏ । ତାହା ସହ ହଜମ ପ୍ରକ୍ରିୟା ଭଲରେ କରିବାରେ ସାହାର୍ଯ୍ୟ କରିଥାଏ । ଯାହାକି ଅନେକ ରୋଗରୁ ମୁକ୍ତି ଦେଇଥାଏ । ଏହା ଦ୍ଵାରା ପେଟ ସହ ଜଡିତ ରୋଗ ମଧ୍ୟ ଦୂରେଇ ଥାଏ । ଏହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଭଲ ହୋଇଥାଏ । 

ତେବେ ଜାଣନ୍ତୁ ସତ୍ତୁ କିପରି ତିଆରି କରିବେ :-
ଆପଣ ସତ୍ତୁକୁ ଖାଲି ପେଟରେ କିମ୍ବା ଜଳଖିଆ ସହିତ ପିଇପାରିବେ । ଏଥିପାଇଁ ୧ ଗ୍ଲାସ୍ ସାଧା ପାଣି ନିଅନ୍ତୁ ଏବଂ ସେଥିରେ ୨ରୁ୩ ଚାମଚ ସତ୍ତୁକୁ ମିଶାନ୍ତୁ । ବର୍ତ୍ତମାନ ଏଥିରେ କଳା ଲୁଣ, ଜିରା ପାଉଡର, କିଛି ଲେମ୍ବୁ ମିଶାଇ ପିଅନ୍ତୁ । 

ଖାଲି ପେଟରେ ସତ୍ତୁ ପିଇବାର ଫାଇଦା:-
ଖାଲି ପେଟରେ ସତ୍ତୁ ଖାଇବା ଦ୍ବାରା ଓଜନ ହ୍ରାସ ପାଇଥାଏ। ଏହା ଶରୀରରେ ବ୍ଲୋଟିଂ କମ୍ କରେ, ମେଟାବୋଲିଜିମ୍ କୁ ବଢ଼ାଏ, କ୍ୟାଲୋରୀ ଘଟାଏ ଏବଂ ଗ୍ୟାସ ସମସ୍ୟା ଦୂର କରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଷ୍ଟ୍ରୋକ ଏବଂ ଖରାରୁ ରକ୍ଷା କରେ:-
ଗରମ  ଦିନରେ ସତ୍ତୁ ପିଇବା ଦ୍ଵାରା ଗରମରୁ ରକ୍ଷାମିଳିଥାଏ ।  ସୂର୍ଯ୍ୟ କିରଣର ପ୍ରଭାବକୁ ହ୍ରାସ କରିବାରେ ସତ୍ତୁ ମଧ୍ୟ ସହାୟକ ହୋଇଥାଏ । ସତ୍ତୁ ପିଇଵା ଦ୍ଵାରା ଶରୀରରେ ଜଳୀୟ ଅଶଂ ଵଢିଥାଏ। ଗରମରୁ ରକ୍ଷା ପାଇବା ପାଇଁ, ପ୍ରତିଦିନ ସକାଳେ ସତ୍ତୁ ପିଇବା ଆବଶ୍ୟକ ।

ଶରୀରକୁ ହାଇଡ୍ରେଟ୍ ରଖେ:-
ଖରାଦିନରେ ସତ୍ତୁ ପିଇଲେ ଶରୀରକୁ ହାଇଡ୍ରେଟ୍ ରଖେ । ଡିହାଇଡ୍ରେସନ୍ ହେଲେ ସତ୍ତୁ ପିଇପାରିଵେ। ସତ୍ତୁ ପିଇବା ଦ୍ବାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ।

ହଜମ ଶକ୍ତି ବଢ଼ାଏ:
ସତ୍ତୁ ପିଇବା ଦ୍ୱାରା ହଜମ ଶକ୍ତି ବଢ଼ିଥାଏ। ଏଥିରେ ରିଚ୍ ଫାଇବର ଥାଏ ଯାହା ହଜମ ପ୍ରକ୍ରିୟାକୁ ସହଜ କରିଥାଏ । ଶରୀରରେ ଜମା ହୋଇଥିବା ମଇଳା ସଫା କରିବାରେ ମଧ୍ୟ ସତ୍ତୁ ସାହାଯ୍ୟ କରିଥାଏ ।
 

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର

Sponsored
health-tips-5-amazing-benefits-of-bihar-famous-sattu-drink | Argus News