Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଶୀତଦିନେ ଗଣ୍ଠି ଯନ୍ତ୍ରଣାକୁ ଏହିପରି ନିୟନ୍ତ୍ରଣ କରନ୍ତୁ

Rashmita Mishra
Browse all articles by Rashmita Mishra
·1 year ago·2 min read
ଶୀତଦିନେ ଗଣ୍ଠି ଯନ୍ତ୍ରଣାକୁ ଏହିପରି ନିୟନ୍ତ୍ରଣ କରନ୍ତୁ

ଅର୍ଗସ ବ୍ୟୁରୋ: ଶୀତ ଆସିବା ସହିତ ଆର୍ଥ୍ରାଇଟିସ୍ ରୋଗୀଙ୍କ ସମସ୍ୟା ବଢିଥାଏ। ଅଧିକାଂଶ ଲୋକ ଯନ୍ତ୍ରଣା ଦ୍ୱାରା ଅସୁବିଧାରେ ପଡ଼ନ୍ତି । କିନ୍ତୁ, ଏହାର କାରଣ ଜଣା ପଡିନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶୀତ ଗଣ୍ଠିରେ କଠିନତା ସହିତ ଅନେକ ସମସ୍ୟା ସୃଷ୍ଟି କରେ । ଶୀତଦିନେ ଶରୀର ଅଧିକ ଉତ୍ତାପ ସଂରକ୍ଷଣ କରିବାକୁ ଚେଷ୍ଟା କରେ ଏବଂ ଆପଣଙ୍କ ଶରୀରର ମଧ୍ୟଭାଗରେ ଥିବା ଅଙ୍ଗକୁ ଅଧିକ ରକ୍ତ ପମ୍ପ କରିଥାଏ ଯେପରିକି ଆପଣଙ୍କ ହୃଦୟ, ଫୁସଫୁସ ଏବଂ ହଜମକାରୀ ଅଙ୍ଗ । ଏହି କାରଣରୁ  ଆପଣଙ୍କ ଶରୀର ଆପଣଙ୍କ ଗୋଡ, ଆଣ୍ଠୁ, ବାହୁ, କାନ୍ଧ ଏବଂ ଅନ୍ୟାନ୍ୟ ଗଣ୍ଠିରେ କମ୍ ରକ୍ତ ପମ୍ପ କରିଥାଏ । ଏହା ବ୍ୟତୀତ ଗଣ୍ଠି ଯନ୍ତ୍ରଣା ହେବାର ଅନେକ କାରଣ ଅଛି । ଆସନ୍ତୁ ଏହି ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ଶୀତଦିନେ ଗଣ୍ଠି କାହିଁକି ଦରଜ କରେ 

ଶୀତଦିନେ ରକ୍ତ ସଞ୍ଚାଳନ ଫ୍ରିଜ୍ ହୁଏ, ଯେଉଁ କାରଣରୁ ଗଣ୍ଠିରେ ଥିବା ରକ୍ତବାହୀଗୁଡ଼ିକ ସଂକୁଚିତ ହୁଏ । ଏହି କାରଣରୁ ସେହି ଅଞ୍ଚଳଗୁଡ଼ିକ କଠିନ ଏବଂ ଥଣ୍ଡା ହୋଇଯାଏ ଏହା ସେହି ଅଞ୍ଚଳରେ ଯନ୍ତ୍ରଣାକୁ ବଢାଇଥାଏ । ଏପରି ପରିସ୍ଥିତିରେ ଯେତେବେଳେ ଆପଣ ସକ୍ରିୟ ଥାଆନ୍ତି କିମ୍ବା ଚାଲିବା ସମୟରେ ଆପଣଙ୍କ ଗୋଡର ଗଣ୍ଠି ଉପରେ ଚାପ ପକାନ୍ତି, ଏହିପରି ଯନ୍ତ୍ରଣା ଯଥେଷ୍ଟ ବୃଦ୍ଧି ପାଇଥାଏ । ଏହା ବ୍ୟତୀତ, ରକ୍ତ ସଞ୍ଚାଳନ ହ୍ରାସ ହେବାର ଗୋଟିଏ କାରଣ ହେଉଛି ଏହି  ଋତୁରେ ଶାରୀରିକ ଭାବରେ କମ୍ ସକ୍ରିୟ ହେବା, ଯାହା ହାଡ ମଧ୍ୟରେ ଗତିକୁ ହ୍ରାସ କରିଥାଏ, ଏହା ହାଡର ଯନ୍ତ୍ରଣାକୁ ବଢାଇଥାଏ ସହ ଗଣ୍ଠି ଯନ୍ତ୍ରଣାକୁ ବଢାଇଥାଏ । 

ଶୀତଦିନେ ଗଣ୍ଠି ଯନ୍ତ୍ରଣାକୁ କିପରି ରୋକାଯାଇପାରିବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବ୍ୟାୟାମ କରନ୍ତୁ:- ଶୀତଦିନେ ଗଣ୍ଠି ଯନ୍ତ୍ରଣା ସମସ୍ୟାକୁ ଶୀଘ୍ର ହ୍ରାସ କରିବାରେ ୱାର୍ମ ଅପ୍ ବା ବ୍ୟାୟାମ ସହାୟକ ହୋଇପାରେ । କାରଣ ଏହା କରିବା ଦ୍ୱାରା ରକ୍ତ ସଞ୍ଚାଳନ ବଢିଥାଏ ଏବଂ ଏହା ଉତ୍ତାପ ସୃଷ୍ଟି କରିଥାଏ ଏବଂ ଗଣ୍ଠିରେ ଯନ୍ତ୍ରଣାକୁ ରୋକିଥାଏ ।

ଗରମ ପାଣିରେ ସ୍ନାନ କରନ୍ତୁ:- ଗରମ ପାଣିରେ ଗାଧୋଇଲେ ଗଣ୍ଠି ଯନ୍ତ୍ରଣା କମିଯାଏ । ଏହାର କାରଣ ଏହା ହାଡ ମଧ୍ୟରେ କଠିନତାକୁ ହ୍ରାସ କରିଥାଏ ଏବଂ ଗଣ୍ଠିକୁ ଆରାମ ଦେଇଥାଏ । ଏହା ରକ୍ତବାହୀକୁ ପ୍ରଶସ୍ତ କରିଥାଏ, ରକ୍ତ ପ୍ରବାହରେ ଉନ୍ନତି ଆଣେ ଏବଂ ଗଣ୍ଠି ସମ୍ବନ୍ଧୀୟ ସମସ୍ୟାକୁ ହ୍ରାସ କରେ ।

ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଜିନିଷ ଖାଆନ୍ତୁ:- ଦହୀ, ଅଦା, ଲବଙ୍ଗ, ଘିଅ ଏବଂ ଗୋଲମରିଚ ଭଳି ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଜିନିଷ ଖାଇବା ଦ୍ୱାରା ଯନ୍ତ୍ରଣା କମିବାରେ ସାହାଯ୍ୟ କରିଥାଏ । ଏହି ଜିନିଷଗୁଡ଼ିକ ଆନାଲେଜିକ୍ ଭଳି କାମ କରେ ଏବଂ ଗଣ୍ଠି ଯନ୍ତ୍ରଣାର ସମସ୍ୟାକୁ ହ୍ରାସ କରେ । ତେଣୁ ଶୀତଦିନେ ଏହି ଜିନିଷଗୁଡ଼ିକର ବିଶେଷ ଯତ୍ନ ନିଅ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

Sponsored
Here's how to manage joint pain in winter | Argus News