ପାଣି କମ ପିଉଥିଲେ ସାବଧାନ ! ହୋଇପାରେ ଏହି ସବୁ ସମସ୍ୟା...

ଅର୍ଗସ ବ୍ୟୁରୋ : ପାଣି କମ ପିଉଛନ୍ତି କି ? ତାହେଲେ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଖରାଦିନେ ପାଣି ସଠିକ ପରିମାଣରେ ନପିଇଲେ ଏହା ଶରୀରରେ ଅନେକ ପ୍ରକାର ସମସ୍ୟ ସୃଷ୍ଟି କରିଥାଏ । ହୁଏତ ଏହା ଆପଣଙ୍କୁ ସାଧାରଣ ଜିନିଷ ଲାଗିପାରେ, କିନ୍ତୁ ଅନେକ ଡାକ୍ତର ଏପରି ପରାମର୍ଶ ଦେଇଛନ୍ତି , ଯେ ଯଦି ଆପଣ ପାଣି ସଠିକ ଭାବେ ପିଉନାହାନ୍ତି, ତେବେ ଆଫଣଙ୍କ ଜୀବନ ପ୍ରତି ବିପଦ ଆସିପାରେ । ତେବେ ଜାଣନ୍ତୁ ଗୋଟେ ସାଧାରଣ ମଣିଷକୁ ଦିନରେ କେତେ ପାଣି ପିଇବା ଦରକାର ।
ଦିନକୁ ଦିନ ବଢିବାରେ ଲାଗିଛି ତାତି । ବାହାରକୁ ବାହାରିବା ବି ମୁସ୍କିଲ ହୋଇ ପଡୁଛି । ଏହି ସମୟରେ ସମସ୍ତେ ଡିହାଇଡ୍ରେସନ ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସେଥିପାଇଁ ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ନିଶ୍ଚିତ ଦରକାର । କାରଣ ପ୍ରବଳ ଖରା ଯୋଗୁଁ ଝାଳ ବାହାରିବା ଦ୍ବାରା ଦେହରୁ ଜଳୀୟ ଅଂଶ କମି ଯାଇଥାଏ । ସେଥିପାଇଁ ପ୍ରତ୍ୟେକ ଦିନ ୮ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଦରକାର । ପାଣି ପିଇବା ଦ୍ବାରା କିଡନୀ ଷ୍ଟୋନ ଜନିତ ସମସ୍ୟା ଦୂର ହୋଇଥାଏ ।
ଅଧିକ ପଢନ୍ତୁ : ଖରା ଦିନରେ ନିଜ ଶରୀରକୁ ହାଇଡ୍ରେଟ୍ କେମିତି ରଖିଵେ ?
📱 Get Argus News App
✨ପ୍ରତ୍ୟେକ ଦିନ ଆପଣ ବାହାରକୁ ବାହାରିବା ସମୟରେ ଛତା , ସହ ପାଣି ବୋତଲ ନିଶ୍ଚିନ୍ତ ନିଅନ୍ତୁ । ଆଉ ବ୍ୟସ୍ତ ଭିତରେ ନିଜର ପାଣି ପିଇବା କଥା ଆଦୌ ଭୁଲନ୍ତୁ ନାହିଁ ।