Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

କ୍ରୋଧ ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହୋଇଥାଏ

Rashmita Mishra
Browse all articles by Rashmita Mishra
·1 year ago·2 min read
କ୍ରୋଧ ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହୋଇଥାଏ

ଅର୍ଗସ ବ୍ୟରୋ: କୁହାଯାଏ ଚିନ୍ତା ଏକ  ବହୁତ ବଡ ବିପଦ ହୋଇଥାଏ । ସେହିଭଳି ମଣିଷ ନିଜେ କ୍ରୋଧର ନିଆଁରେ ଜଳିଯାଏ । କ୍ରୋଧ ବଢିବା  ହେତୁ ଶରୀରର ଅନେକ ଅଙ୍ଗ ଖରାପ ପ୍ରଭାବ ହୁଏ । ତେଣୁ କ୍ରୋଧକୁ ନିୟନ୍ତ୍ରଣ କରିବା ଜରୁରୀ ଅଟେ । ତୁମର କ୍ରୋଧକୁ କିପରି ନିୟନ୍ତ୍ରଣ କରିବେ ।

ଅଧିକ ଚିନ୍ତା କରିବା ଏବଂ ଚ୍ୟାଲେଞ୍ଜିଂ ଆସାଇନମେଣ୍ଟ କରିବା ମସ୍ତିଷ୍କ ଉପରେ ଅଧିକ ଭାର ବଢାଇଥାଏ । ତା’ପରେ ଲୋକମାନେ ନିଜକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୁଅନ୍ତି ଏବଂ ପ୍ରତ୍ୟେକ କଥାରେ ରାଗିବା ଆରମ୍ଭ କରନ୍ତି । ତୁମର ରାଗକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନହେଲେ ନିଜକୁ ଏବଂ ଅନ୍ୟମାନଙ୍କୁ କ୍ଷତି ପହଞ୍ଚାଇପାରେ । ଏହିପରି ବିରକ୍ତି ଏବଂ କ୍ରୋଧ ଜଣଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ କ୍ଷତି ପହଞ୍ଚାଏ । କାରଣ ଯଦି କ୍ରୋଧ ରହେ ଏହା ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ପ୍ରଭାବିତ କରେ ।ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଏ । ହୃଦସ୍ପନ୍ଦନ ଅନିୟମିତ ହୁଏ ଜଣେ ଉଚ୍ଚ ରକ୍ତଚାପର ରୋଗୀ ହେଲେ କେବେ ଜାଣେ ନାହିଁ । ଶେଷରେ ଲୋକମାନେ ଅସୁବିଧାରେ ପଡ଼ନ୍ତି । ଯେତେବେଳେ କି ନିଜକୁ କ୍ରୋଧ ଏବଂ ନକାରାତ୍ମକ ଭାବନାରୁ ମୁକ୍ତ କରିବା ଜରୁରୀ । ତୁମର ମନକୁ ଶାନ୍ତ ରଖ ଯାହାଫଳରେ ଜୀବନ ସୁଖୀ ହୁଏ । 

କ୍ରୋଧ ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହୋଇଥାଏ 
କ୍ରୋଧ ଚାପ ହରମୋନ୍ ,ଷ୍ଟ୍ରେସ୍ ହରମୋନରୁ ଟେନସନ ,ଟେନସନ କାରଣରୁ ମସ୍ତିଷ୍କ ଆଘାତ ହେବାର ଆଶଙ୍କା ,ଉଚ୍ଚ ରକ୍ତଚାପ ଯୋଗୁଁ ବିପଦ ବଢାଇଥାଏ ।

ଟେନସନ ମସ୍ତିଷ୍କରେ ରକ୍ତସ୍ରାବ ହୋଇପାରେ 
ଚାପ ଏବଂ ଟେନସନ ଯୋଗୁଁ ଧମନୀ ଅବରୋଧ ହେବାର ଭୟ ତାହାସହ ହୃଦଘାତ ହେବାର ସମ୍ଭାବନା ବଢିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବଢିଥିବା କ୍ରୋଧକୁ କିପରି ନିୟନ୍ତ୍ରଣ କରାବେ 
ପ୍ରତିଦିନ ଯୋଗ ଧ୍ୟାନ କର ,କିଛି ସମୟ ପାଇଁ ଚାଲ ,ସଙ୍ଗୀତ ଶୁଣ ,ଭଲ ନିଦ ରେ ଶୁଅନ୍ତୁ । 

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:


 

Sponsored
how-to-control-anger-aggressiveness-short-temperament-behavior-try-this-baba-ramdev-yoga-tips | Argus News