Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ବାପାଙ୍କ ପାଇଁ ଦିନ ଟିଏ

Rashmita Mishra
Browse all articles by Rashmita Mishra
·2 years ago·1 min read
ବାପାଙ୍କ ପାଇଁ ଦିନ ଟିଏ

ଅର୍ଗସ ବ୍ୟୁରୋ :ପ୍ରତିବର୍ଷ ଜୁନ୍ ମାସର ତୃତୀୟ ରବିବାର ଦିନ ପିତାଙ୍କ ଦିବସ ପାଳନ କରାଯାଏ । ଏହି ବର୍ଷ ଜୁନ୍ ୧୬କୁ ସାରା ବିଶ୍ୱରେ ପିତା ଦିବସ ପାଳନ କରାଯାଉଛି ।ଏହି ଦିନ ଲୋକମାନେ ତାଙ୍କ ପିତା ତାଙ୍କୁ ସବୁ କିଛି ଦେଇଥିବାରୁ ଏବଂ ତାଙ୍କର ସମସ୍ତ ଦାୟିତ୍ଵ କୁ ଠିକ୍ ଭାବରେ ପୂରଣ କରିଥିବାରୁ କୃତଜ୍ଞତା ଜଣାନ୍ତି । କହିବାକୁ ଗଲେ ମା ଏବଂ ବାପାଙ୍କ ପ୍ରେମ ଏବଂ କର୍ତ୍ତବ୍ୟ ମଧ୍ୟରେ କୌଣସି ତୁଳନା କରିହେବ ନାହିଁ ।  ଯଦିଓ ମା ଆମକୁ ଭିତରୁ ଶକ୍ତି ଦିଅନ୍ତି ତେବେ ବାପା ଆମକୁ  ଆଗକୁ ବଢିବାକୁ ସାହସ ଏବଂ ପଥ ଦେଖାନ୍ତି । ବାପା ତାଙ୍କ କର୍ତ୍ତବ୍ୟରେ ସେ କେବେ ଅବହେଳା କରନ୍ତି ନାହିଁ ।

ଯଦି ଆପଣ ଆପଣଙ୍କ ବାପାଙ୍କ ସହିତ ଏକ ବନ୍ଧୁ ଭଳି ରହିବାକୁ ଚାହୁଁଛ। ତେବେ ତୁମେ ତାଙ୍କ ସହିତ ଯଥାସମ୍ଭବ ସମୟ ବିତାଇବାକୁ ଚେଷ୍ଟା କରିବା ଉଚିତ୍ । ତୁମେ ତୁମ ବାପାଙ୍କ ସହିତ ସକାଳ କିମ୍ବା ସନ୍ଧ୍ୟାରେ ବୁଲିବାକୁ ଯାଇପାରିବ କିମ୍ବା ତାଙ୍କ ସହିତ ତାଙ୍କର ପ୍ରିୟ ଚଳଚ୍ଚିତ୍ର ଦେଖିପାରିବ । ପରସ୍ପର ସହିତ ସମୟ ବିତାଇବା ଆପଣଙ୍କ ସମ୍ପର୍କକୁ ମଜବୁତ କରିବାର ମନେରଖନ୍ତୁ ଯେ ଆପଣଙ୍କର ପିତାଙ୍କ ସହିତ ଆପଣଙ୍କର ରାଗରୁଶା ଥାଏ । କିନ୍ତୁ ଭଲରେ କଥାବାର୍ତ୍ତା ହେବା ଦରକାର । ତେବେ ବାପା ଆମକୁ ସବୁ ବେଳେ କିଛି ନା କିଛି ଦେଇଥାନ୍ତି । ତେଣୁ ଯଦି ଆପଣ ମଧ୍ୟ ନିଜ ପିତାଙ୍କୁ କିଛି ବିଶେଷ ଉପହାର ଏହି ପିତାଙ୍କ ଦିବସରେ ଦେବା ଦ୍ଵାରା ତାଙ୍କୁ ମଧ୍ୟ ଖୁସି ହୋଇଥାନ୍ତି । 
 

ଅଧିକ ପଢନ୍ତୁ ଜୀବନଶୌଳୀ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
how-to-fill-the-gap-in-relationship-with-father-and-make-you | Argus News