Videos
|
Lifestyle

ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ଵାରା ତ୍ଵଚା ଚିକ୍କଣ ଦିଶିଥାଏ

Rashmita Mishra
Browse all articles by Rashmita Mishra
·2 years ago·1 min read
ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ଵାରା ତ୍ଵଚା ଚିକ୍କଣ ଦିଶିଥାଏ

ଅର୍ଗସ ବ୍ୟୁରୋ : ଆଲୋଭେରା ଜେଲ ଆମ ମୁହଁ ପାଇଁ ବହୁତ ଲାଭଦାୟକ ହୋଇଥାଏ ।ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ଵାରା ତ୍ଵଚାର ଚିକ୍କଣ ବଢିଥାଏ । କିନ୍ତୁ ବଜାରରେ ମିଳୁଥିବା ଆଲୋଭେରା ଜେଲ ଆମ ମୁହଁ ଠିକ୍ ହୋଇନଥାଏ ।ସେଥିରେ ଅନେକ ପ୍ରକାରର କେମିକାଲ ମିଶିଥାଏ ଯାହା ଆମ ତ୍ଵଚାର ଅନେକତ କ୍ଷତି କରିଥାଏ । ତେବେ ଘରେ ବିନା କେମିକାଲରେ ତିଆରି କରନ୍ତୁ ଆଲୋଭେରା ଜେଲ । ଆସନ୍ତୁ ଜାଣିବା କେମିତି ତିଆରି କରିବା ଏହି ଜେଲକୁ । 

ଆଲୋଭେରା ଜେଲରେ ଭିଟାମିନ ଏ, ଭିଟାମିନ ବି,ଆଉ ଭିଟାମିନ ସି ପ୍ରଚୁର ମାତ୍ରାରେ ଭରପୂର ହୋଇ ରହିଛି ତାହାସହ ଆଣ୍ଟି ବେକ୍ଟେରିଆ ଓ ଆଣ୍ଟିଅକ୍ସାଡରେ ଭରପୂର ହୋଇ ରହିଛି । ଆଲୋଭେରା ଜେଲର ବ୍ୟବହାର ସବୁ କ୍ଷେତ୍ରରେ ଆପଣ କରିପାରିବେ ।

 ପ୍ରସ୍ତୁତି:-

ଆଲୋଭେରା ଜେଲ  ତିଆରି କରିବା ପାଇଁ ଆଲୋଭେରା,ଲେମ୍ଵୁ ଆଉ ଗୁଲାବ ଜଳ ଆଵଶ୍ୟକ ଅଛି । ପରେ ଆଲୋଭେରା ଉପର ସବୁଜ ରଙ୍ଗର ପତ୍ରକୁ କାଢି ଦିଅନ୍ତୁ । ତାହାକୁ ଭଲ ଭାବରେ କାଢି ସାରିବା ପରେ ଏକ ମିକ୍ସଚରରେ ପକାଇ ମିକ୍ସ କରିନିଅନ୍ତୁ । ଭଲରେ ମିକ୍ସ ହେଲା ପରେ ଲେମ୍ଵୁ ଓ ଗୁଲାବ ଜଳ ପକାଇ ଭଲ ଭବରେ ଗୋଳାଇ ଦିଅନ୍ତୁ । ତାକୁ ଏକ ଡବାରେ ରଖି ଫ୍ରିଜର୍ କିଛି ସମୟ ରଖିଦିଅନ୍ତୁ । ତାପରେ ଆପଣଙ୍କ ଯେତେବେଳେ ଇଛା ସେବେ ଵ୍ୟଵହାର କରନ୍ତୁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର