Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ପ୍ରୋଷ୍ଟେଟ କର୍କଟ ଆପଣଙ୍କ ଜୀବନ ନେଇପାରେ

Rashmita Mishra
Browse all articles by Rashmita Mishra
·2 years ago·2 min read
ପ୍ରୋଷ୍ଟେଟ କର୍କଟ ଆପଣଙ୍କ ଜୀବନ ନେଇପାରେ

ଅର୍ଗସ ବ୍ୟୁରୋ: ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବା ଅତ୍ୟନ୍ତ ଜରୁରୀ କାରଣ ପ୍ରୋଷ୍ଟେଟ କର୍କଟ ଆପଣଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।ଏହି ରୋଗରେ ମଧ୍ୟ ଆପଣଙ୍କ ଜୀବନ ଯାଉପାରେ ତେଣୁ ଆପଣଙ୍କର ଟିକିଏ ଅସାବଧାନତା ପାଇଁ ଅନେକ କ୍ଷତି ଘଟିପାରେ ।ଏକ ରିପୋର୍ଟ ପ୍ରକାଶ କରିଛି ଯାହା ଅନୁଯାୟୀ ଆସନ୍ତା ୧୫ ବର୍ଷ ମଧ୍ୟରେ ପ୍ରୋଷ୍ଟେଟ୍ କର୍କଟ ରୋଗ ଦ୍ୱିଗୁଣିତ ହୋଇଛି । ବର୍ତ୍ତମାନ ପ୍ରତିବର୍ଷ ଦେଶରେ ୭୧ ହଜାର ନୂଆ ମାମଲା ଦେଖାଯାଉଛି ।ସବୁଠୁ ଗୁରୁତ୍ଵପୁଣ୍ଣ କଥା ହେଉଛି ଅଧିକାଂଶ ପ୍ରୋଷ୍ଟେଟ କର୍କଟ ରୋଗ ଶେଷ ସମୟରେ ଚିହ୍ନଟ ହୁଏ ଯେଉଁଥିରୁ ୬୫ ପ୍ରତିଶତ ରୋଗୀ ବଞ୍ଚନ୍ତି ନାହିଁ। କେବଳ ଏତିକି ନୁହେଁ ପ୍ରୋଷ୍ଟେଟ କର୍କଟ ରୋଗୀମାନେ ଆରମ୍ଭରେ କୌଣସି ପ୍ରକାରର କଷ୍ଟ ଅନୁଭବ କରନ୍ତି ନାହିଁ ।ବର୍ତ୍ତମାନ ପ୍ରୋଷ୍ଟେଟ କର୍କଟ କେବଳ ବୃଦ୍ଧଙ୍କ ନୁହେଁ ବରଂ ଯୁବକମାନେ ରୋଗରେ ପୀଡିତ ହେଉଛନ୍ତି । 

ବାସ୍ତବରେ ପ୍ରୋଷ୍ଟେଟ ଗ୍ରନ୍ଥି ମୂତ୍ରାଶୟରୁ ଚାରିଆଡ଼େ ଗୁଡ଼ାଇ ରହିଥାଏ । ଏବଂ ଯେତେବେଳେ ବିଭିନ୍ନ କାରଣରୁ ଗ୍ରନ୍ଥିରେ ଥିବା ତନ୍ତୁ ବଢିବା ଆରମ୍ଭ ହୁଏ କିମ୍ବା PSA ସ୍ତର ବଢିଯାଏ ସେତେବେଳେ ପ୍ରୋଷ୍ଟେଟ ସମସ୍ୟା ଆରମ୍ଭ ହୁଏ । ବେଳେବେଳେ ଏହାର କାରଣ ଜେନେଟିକ୍ ହୋଇଥିବା ବେଳେବେଳେ ଆଉ କେବେ ଏହାର ହରମୋନ୍ ପାଇଁ ହୋଇଥାଏ । ମେଦବହୁଳତା, ଧୂମପାନ ଏବଂ ଶରୀରରେ ଅଧିକ କ୍ୟାଲସିୟମ ଗ୍ରହଣ କରିବା ଦ୍ୱାରା ପ୍ରୋଷ୍ଟେଟ କର୍କଟ ମଧ୍ୟ ହୋଇପାରେ । ପରିସ୍ରା, ଚର୍ମରେ ପରିବର୍ତ୍ତନ, ହଠାତ୍ ଓଜନ ବଢିବା କିମ୍ବା ଓଜନ ହ୍ରାସ କରିବାରେ କୌଣସି ପ୍ରକାରର ସମସ୍ୟା ପ୍ରୋଷ୍ଟେଟ କ୍ୟାନସରର ଲକ୍ଷଣ ହୋଇପାରେ । ତଥାପି ଅଧିକାଂଶ କ୍ଷେତ୍ରରେ ଏହିପରି ଲକ୍ଷଣ ଦେଖାଯାଏ ନାହିଁ । ହଠାତ୍ ବ୍ୟାକପେନ୍ ମଧ୍ୟ ହୋଇଥାଏ । ପ୍ରୋଷ୍ଟେଟ କର୍କଟରୁ ରକ୍ଷା ପାଇବା ପାଇଁ ପେଲଭିକ୍ କ୍ଷେତ୍ରକୁ ଶକ୍ତିଶାଳୀ ଏବଂ ସୁସ୍ଥ ରଖିବା ଜରୁରୀ । 

ପ୍ରଭାବଶାଳୀ ପ୍ରୋଷ୍ଟେଟ୍ ଉପଚାର :-
ଲାଉର ଜୁସ,କିଛି ତୁଳସୀ ପତ୍ର ,ଗୋଲମରିଚ ଆପଣ ଏହି ତିନୋଟିକୁ  ମିଶ୍ରଣ କରି ପିଇପାରିବେ । ଏହା ସ୍ୱାସ୍ଥ୍ୟ ପ୍ରତି ଅନେକ ଉପକାର କରିଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଜୀବନଶୌଳୀ ଖବର

Sponsored
how-to-prevent-prostate-cancer-know-about-the-causes-of-this | Argus News