Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବର୍ଷାଦିନରେ କିଭଳି ନେବେ ନିଜ ସ୍କିନର ଯତ୍ନ?

Lifestyle

ବର୍ଷାଦିନରେ କିଭଳି ନେବେ ନିଜ ସ୍କିନର ଯତ୍ନ?

Ritu Das
Browse all articles by Ritu Das
·1 year ago·2 min read
ବର୍ଷାଦିନରେ କିଭଳି ନେବେ ନିଜ ସ୍କିନର ଯତ୍ନ?

ଅର୍ଗସ ବ୍ୟୁରୋ: ଏବେ ବର୍ଷା ଋତୁ ଆରମ୍ଭ ହୋଇଛି। ଚାରିଆଡେ ବର୍ଷା ଲାଗି ରହିବା ସହ ଗରମ ମଧ୍ୟ ହେଉଛି। କାରଣ ପରିବେଶରେ ଆର୍ଦ୍ରତା ମାତ୍ରା ମଧ୍ୟ ଅଧିକ ରହୁଛି। ହ୍ୟୁମିଡିଟି କାରଣୁ ସ୍କିନରେ ବିଭିନ୍ନ ସମସ୍ୟା ଦେଖାଦେଉଛି। ଆଉ ସ୍କିନ ମଧ୍ୟ ଚିପ୍‌ଚିପା ଲାଗୁଛି। ଶରୀରରୁ ବହୁତ ମାତ୍ରାରେ ଝାଳ ବାହାରୁଛି। ଅତ୍ୟଧିକ ଝାଳ ବାହାରିବା ଦ୍ବାରା ଆମ ଶରୀରରେ ଥିବା ଲୋମ ଛିଦ୍ରାଂଶ ବନ୍ଦ ହେବାର ସମ୍ଭାବନା ରହିଛି। ଯେଉଁଥିପାଇଁ ମୁହଁରୁ ଅଧିକ ଝାଳ ବାହାରେ। ମୁହଁରେ ରାସେସ ଭଳି ହୋଇଯାଏ। ଏବେ ପ୍ରଶ୍ନ ଉଠୁଛି ଯେ, ଏଭଳି ସ୍ଥିତିରେ ଆମେ ଆମର ସ୍କିନକୁ କିଭଳି ସୁରକ୍ଷିତ ରଖିବା।

ମହିଳାମାନେ ଏଭଳି ପରିସ୍ଥିତି ଏକ ପ୍ରପର ସ୍କିନ କେୟାର ରୁଟିନକୁ ଫଲୋ କରିବା କରିବା ଦରକାର। ଜୀବନଶୈଳୀକୁ ମଧ୍ୟ ଭଲଭାବେ ଧ୍ୟାନରେ ରଖନ୍ତୁ। ଚାଲନ୍ତୁ ଜାଣିବା କିଭଳି ଏହାର ଉପଚାର କରିବେ ।

କଣ କହୁଛନ୍ତି ଏକ୍ସପର୍ଟ
ଏକ୍ସପର୍ଟଙ୍କ ମୁତାବକ ଏଭଳି ବର୍ଷା ହେଲେ ଅଧିକ ହ୍ୟୁମିଡିଟି ରହିଥାଏ। ବର୍ଷା ଦିନରେ ଏଭଳି ପ୍ରାୟ ଦେଖାଯାଇଥାଏ। କାରଣ ତାପମାତ୍ରା ଅଧିକ କମ ହୋଇଥାଏ। ଯେଉଁଥିପାଇଁ ସ୍କିନ ଖୁବଶୀଘ୍ର ତୈଳାକ୍ତ ହୋଇଥାଏ। ଏଥିରେ ମୁହଁରେ ବ୍ରଣ ହେବାସହ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ।
ତେବେ ଲାଇଫଷ୍ଟାଇଲରେ ଆପଣଙ୍କୁ ଆଡଜଷ୍ଟ କରିବାକୁ ପଡ଼ିବ। ଏପରି କଲେ ଏହା ସ୍କିନ ପାଇଁ ଲାଭଦାୟକ ହୋଇପାରିବ। ଦିନରେ ଆପଣ ଯେତେ ଲିକ୍ୟୁଇଡ ପଦାର୍ଥ ଖାଇବେ ଆପଣଙ୍କ ପାଇଁ ସେତେ ଭଲ। ଆପଣଙ୍କ ଶରୀରକୁ ଏହା ହାଇଡ୍ରେଟ ରଖିବ। ଏଭଳି ପାଗରେ ହାଲୁକା କପଡ଼ା ପିନ୍ଧନ୍ତୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

-ଅଏଲି ମଶ୍ଚରାଇଜର ବ୍ୟବହାର କରନ୍ତୁ ନାହିଁ
-କିଛି ସମୟ ବ୍ୟବଧାନ ମଧ୍ୟରେ ମୁହଁ ଧୋଇବା ନିହାତି ଦରକାର। 
-ସ୍କିନରୁ ରଗଡ଼ିକି ଝାଳ ପୋଛନ୍ତୁ ନାହିଁ ଏଭଳି ପୋଛିଲେ ସ୍କିନରେ ରାସେସ ହୋଇଥାଏ। 
-ଓଦା ହୋଇଥିବା ଡ୍ରେସ, ହେୟାର ବ୍ୟାଣ୍ଡ, ଝାଳ ବାହାରିଥିବା ଡ୍ରେସକୁ ଦ୍ବିତୀୟ ଥର ବ୍ୟବହାର କରନ୍ତୁ ନାହିଁ।
-ସଫା ବସ୍ତ୍ର ପରିଧାନ କରନ୍ତୁ
-ସବୁଜ ପନିପରିବା ଏବଂ ବହୁ ମାତ୍ରାରେ ପାଣି ପିଅନ୍ତୁ

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 
 

Sponsored
How to take care | Argus News