Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ସକାଳର ଜଳଖିଆ ନଖାଇଲେ ବଢିବ ଓଜନ

Rashmita Mishra
Browse all articles by Rashmita Mishra
·1 year ago·2 min read
ସକାଳର ଜଳଖିଆ ନଖାଇଲେ ବଢିବ ଓଜନ

ଅର୍ଗସ ବ୍ୟୁରୋ: ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ସକାଳର ଜଳଖିଆ ଖାଇବାକୁ ଭୁଲିଯାଆନ୍ତି । ଯାହା ଆମ ଶରୀରକୁ ଦୁର୍ବଳ କରିବା ସହ ଅନେକ ରୋଗ ମଧ୍ୟ କରାଇଥାଏ । କଥାରେ ଅଛି ଯଦି ଦିନର ଆରମ୍ଭ ଭଲ ହୁଏ ତେବେ ପୁରା ଦିନଟି ଆମର ଭଲରେ କଟିଥାଏ । ଯଦି ଆମେ ପ୍ରତ୍ୟେକ ଦିନ ସକାଳର ଜଳଖିଆ ନକରିବା ତେବେ, ଆମ ଶରୀରରେ ଥିବା ପୋଷକ ତତ୍ତ୍ୱର ଅଭାବ ଦେଖାଦେଇଥାଏ ।ଏହା ସହ ଯଦି ଏହି ଅଭ୍ୟାସଟି ଅଧିକ ସମୟ ଧରି ରହିଥାଏ ତାହାଲେ ଆମ ଶରୀର ଧୀରେ ଧୀରେ ରୋଗର ଗନ୍ତା ଘର ପାଲଟିଥାଏ ।

ବିଶେଷଜ୍ଞଙ୍କ ମତରେ ଯଦି ସକାଳର ଜଳଖିଆ ଆମେ ନିୟମିତ ଭାବେ ଖାଇଥାନ୍ତି ତେବେ ଏହା ଆମ ଶରୀରକୁ ଗ୍ଲୁକୋଜ ଯୋଗାଇଥାଏ । ଯାହା ଶରୀରରେ ବ୍ଲଡ ସୁଗର ଲେବଲ ଠିକ୍ ରଖେ । ଅନ୍ୟପକ୍ଷରେ ଯଦି ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜଳଖିଆ ନଖାଇବା ତେବେ ଆମ ଶରୀରରେ ବ୍ଲଡ ସୁଗର ଲେବଲ କମିଯାଏ । ଯେଉଁ କାରଣରୁ ଟାଇପ୍‌-୨ ଡାଇବେଟିସ୍‌ ହେବାର ଆଶଙ୍କା ଥାଏ । ତାହେଲେ ଆସନ୍ତୁ ଜାଣିବା ଯଦି ଆମେ ଲଗାତାର ଏକ ମାସ ପର୍ଯ୍ୟନ୍ତ ସକାଳର ଜଳଖିଆ ନକରିବା ତେବେ ଆମ ଶରୀରରେ କେଉଁ ପ୍ରକାରର କ୍ଷତି ହେବ ?

ଚିଡ଼ଚିଡ଼ାପଣ:- ବିଶେଷଜ୍ଞଙ୍କ ମତରେ, ନ୍ୟୁରୋଟ୍ରାନ୍ସମିଟର ଆମର ମନୋବଳକୁ ବହୁ ପରିମାଣାର ପ୍ରଭାବିତ କରାଇଥାଏ । ଯାହା ଆମର ଜଳଖିଆ ଖାଇବା ଦ୍ୱାରା ପ୍ରଭାବିତ ହୋଇଥାଏ । ଯଦି ଆମେ ଏକ ମାସ ପର୍ଯ୍ୟନ୍ତ ଜଳଖିଆ ଖାଇବାରେ ଅବହେଳା କରିବା, ତେବେ ସେରୋଟୋନିନ୍‌ର ଲେବଲ ବାଧାପ୍ରାପ୍ତ ହୋଇଥାଏ । ଯେଉଁ କାରଣରୁ ଚିଡ଼ଚିଡ଼ାପଣ, ଚିନ୍ତା ଏବଂ ଡିପ୍ରେସନ ଲକ୍ଷଣ ମଧ୍ୟ ଦେଖାଦେଇଥାଏ ।

ଓଜନ ବଢ଼ିବା:- ସକାଳର ଜଳଖିଆ ଛାଡିବା ଦ୍ୱାରା ଓଜନର କମ ହେବା ବଦଳରେ ଓଜନ ବଢ଼ିବାକୁ ଲାଗିଥାଏ । ଯେତେବେଳେ ଆମେ ସକାଳର ଜଳଖିଆ କରିନଥାନ୍ତି, ଆମେ ପ୍ରାୟତଃ ମଧ୍ୟାହ୍ନ ଭୋଜନରେ ଅଧିକ ମାତ୍ରାରେ ଖାଇଥାନ୍ତି । ଯାହାଫଳରେ ଆମର ଓଜନ ବୃଦ୍ଧି ହେବାର ଆଶଙ୍କା ଅଧିକ ଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମେଟାବୋଲିକ୍‌:- ସକାଳର ଜଳଖିଆ ନକରିବା ଦ୍ୱାରା ଆମର ମେଟାବୋଲିକ ଆଶଙ୍କା ବଢ଼ିଯାଇଥାଏ । ଯାହା ହାର୍ଟଆଟକ୍‌ , ଷ୍ଟ୍ରୋକ୍‌ ଏବଂ ଟାଇପ-୨ ଡାଇବେଟିସ୍‌ ହେବାର ଆଶଙ୍କା ଅଧିକ ଥାଏ ।

ପୋଷକ ତତ୍ତ୍ୱର ଅଭାବ:- ସକାଳର ଜଳଖିଆ ଖାଇବା ଦ୍ୱାରା ଆମ ଶରୀରକୁ ଅତ୍ୟଧିକ ପୋଷକ ତତ୍ତ୍ୱ ମିଳିଥାଏ । ଯଦି ଆମେ ସକାଳର ଜଳଖିଆ ନଖାଇଥାନ୍ତି, ତେବେ ଭିଟାମିନ୍‌ , ମିନେରାଲ୍ସ ଏବଂ ଫାଇବର ଭଳି ପୋଷକ ତତ୍ତ୍ୱର ଅଭାବ ହୋଇପାରେ । ଯାହା ଅନେକ ରୋଗର କାରଣ ପାଲଟିଥାଏ । ସେଥିପାଇଁ ଯେଉଁମାନେ ସକାଳର ଜଳଖିଆ ନଖାଉଛନ୍ତି, ସେମାନେ ଏହି ସବୁ ସମସ୍ୟା ସମ୍ମୁଖୀନ ହୋଇପାରନ୍ତି ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...


 

Sponsored
If you don't eat breakfast in the morning, you will gain weight | Argus News