Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଷ୍ଟ୍ରେସରେ ଥିଲେ ଟ୍ରାଏ କରନ୍ତୁ ଏହି ଜାପାନିଜ୍ କନସେପ୍ଟ

Lifestyle

ଷ୍ଟ୍ରେସରେ ଥିଲେ ଟ୍ରାଏ କରନ୍ତୁ ଏହି ଜାପାନିଜ୍ କନସେପ୍ଟ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଷ୍ଟ୍ରେସରେ ଥିଲେ ଟ୍ରାଏ କରନ୍ତୁ ଏହି ଜାପାନିଜ୍ କନସେପ୍ଟ

Key Points

  • ଷ୍ଟ୍ରେସରେ ଅଛନ୍ତି କି ?
  • ଟ୍ରାଏ କରନ୍ତୁ ଏହି ଜାପାନିଜ୍ କନସେପ୍ଟ
  • ଏକ ଘଣ୍ଟାରେ ମନ, ମସ୍ତିଷ୍କ କରିଦେବ ସୁସ୍ଥ

ଅର୍ଗସ ବ୍ୟୁରୋ  : ଅତ୍ୟଧିକ ଷ୍ଟ୍ରେସରେ ରହୁଛନ୍ତି କି ? ଅଫିସର କାମ ପ୍ରେସର କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ସମସ୍ୟାକୁ ନେଇ ଅତ୍ୟଧିକ ଚିନ୍ତା କରୁଛନ୍ତି କି ? ତେବେ 'ସିରିନ୍‌ ୟୋକୁ' ଟେକ୍‌ନିକ୍‌ ଥରେ ନିଶ୍ଚିତ ଟ୍ରାଏ କରନ୍ତୁ । ଏହା ଆପଣଙ୍କ ଷ୍ଟ୍ରେସ ଦୂର କରିବା ସହ ଆପଣଙ୍କ ଦେହର ଅନେକ ରୋଗ ଦୂରେଇ ଦେବ ଏବଂ ଆପଣଙ୍କୁ ସୁସ୍ଥ ରଖିବ ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ସିରିନ୍‌ ୟୋକୁ କଣ ? ଏହା ମଣିଷର ଷ୍ଟ୍ରେସ ବା ସମସ୍ୟା କିପରି ଦୂରାଇବ ? ସିରିନ ୟୋକୁ ହେଉଛି ଏକ ଜାପାନିଜ ଟେକନିକ । କାମଜନିତ ସମସ୍ୟାକୁ ଦୂର କରିବା ପାଇଁ ୧୯୮୦ ଦଶକରେ ଏହି ଟେକନିକ ଆରମ୍ଭ କରାଯାଇଥିଲା । ପ୍ରକୃତରେ ଏହି ଟେକନିକର ଅର୍ଥ ହେଉଛି, ଜଙ୍ଗଲ ସ୍ନାନ । ଅର୍ଥାତ ପ୍ରକୃତି ସହ ପ୍ରତ୍ୟେକ୍ଷ ଭାବେ ସମ୍ପୁର୍ଣ୍ଣ ଜଡିତ ରହିବା । ଏହା ଏକ ପ୍ରକାର ଅଭ୍ୟାସ , ଯାହା କରିବା ଦ୍ବାରା ଆପଣଙ୍କ ମନ ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ । ଜଙ୍ଗଲ ପରିବେଶରେ ରହି ନିଜର ଘ୍ରାଣଶକ୍ତି , ଶ୍ରବଣଶକ୍ତି ଦ୍ବାରା ପ୍ରକୃତିରେ ସମ୍ପୁର୍ଣ୍ଣ ରୂପେ ବୁଡି ରହି ପ୍ରକୃତିକୁ ଅନୁଭବ କରିବାକୁ ଜଙ୍ଗଲ ସ୍ନାନ ବା ଜାପାନିଜ ଟେକନିକରେ ସିରିନ ୟୋକୁ କହିଥାନ୍ତି ।

ଏପରି କରିବା ଦ୍ବାରା ୯୯ ପ୍ରତିଶତ ଚିନ୍ତା ମନ ଭିତରୁ ଦୂରେଇ ଯାଇଥାଏ । ଏହା  ମଣିଷର ମାନସିକ, ଶାରିରୀକ ଅବସ୍ଥା ଉପରେ ପ୍ରଭାବ ପକାଇଥାଏ । ଯେତେବେଳେ ଆପଣ ଏପରି ଜଙ୍ଗଲ ବାତାବରଣ ଭିତରେ ରହୁଛନ୍ତି, ସେତେବେଳେ ଏକ ଦୀର୍ଘ ନିଶ୍ବାସ ପକାଇ ଭଲ ଭାବରେ ଆପଣଙ୍କ ଆଖି ସାମ୍ନାରେ ଥିବା ସବୁଜିମା ଗଛଲତାକୁ ନୀରିକ୍ଷଣ କରିବେ। ଜଙ୍ଗଲର ନିଜସ୍ବ ସ୍ବର ତଥା ପକ୍ଷୀମାନଙ୍କ ସ୍ବର ଶୁଣିବାକୁ ଚେଷ୍ଟା କରିବେ । ଗଛପତ୍ରକୁ ଛୁଇଁ ତାକୁ ଅନୁଭବ କରିବେ । ସେତେବେଳେ ଆପଣଙ୍କ ସମ୍ପୁର୍ଣ୍ଣ ଧ୍ୟାନ ସେହି ଜିନିଷ ଉପରେ ହିଁ ଥିବ । ଏହା ଆପଣଙ୍କ ମନ ମସ୍ତିଷ୍କକୁ ସୁସ୍ଥ ରଖି ଆପଣଙ୍କୁ ପୁନର୍ଜୀବିତ କରିବ । 
କେବଳ ସେତିକି ନୁହେଁ ଏପରି କରିବା ଦ୍ବାରା ଆପଣଙ୍କ ଭିତରେ ଥିବା ଷ୍ଟ୍ରେସ ହରମୋନ, ସିରମ କର୍ଟିସୋଲ , ୟୁରିନାରୀ ଆଡ୍ରେନାଲିନ , ନରଆଡ୍ରେନାଲିନ , ଆଦି କୁ କମାଇଥାଏ । ଯାହାଦ୍ବାରା ଆପଣଙ୍କୁ ରିଲାକ୍ସ ଲାଗିଥାଏ । ଏହି କୌଶଳ ଆପଣଙ୍କ ଉଦାସୀନତା, ଥକ୍କାପଣ ଏବଂ ଚିନ୍ତାକୁ କମାଇଥାଏ । 
ଏହା ଆମର ମସ୍ତିଷ୍କ ଉପରେ ମଧ୍ୟ ଖୁବ ପ୍ରଭାବ ପକାଇଥାଏ । ଯାହାଦ୍ବାରା ଅଧିକ ଅକ୍ସିଜେନ ଆମ ଶରୀର ଭିତରକୁ ଯାଇଥାଏ, ଏବଂ ରକ୍ତକୁ ମଧ୍ୟ ସଠିକ ଭାବେ ଅମ୍ଲଜାନ , ବ୍ରେନର ଫଙ୍କସନ ମଧ୍ୟ ଠିକ ଭାବେ ହୋଇଥାଏ । ସିରିନ ୟୋକ ଟେକନିକର ଅନେକ ଉପକାରିତା ରହିଛି । ଷ୍ଟ୍ରେସରେ ଥିଲେ ନିଶ୍ଚିତ ଏହାକୁ ଟ୍ରାଏ କରନ୍ତୁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
If you're stressed, try this Japanese concept shirin yoku | Argus News