ବିନା ଫ୍ରିଜରେ ଖାଦ୍ୟ ନଷ୍ଟ ହୋଇଯାଉଛି କି ? ଜାଣନ୍ତୁ କିପରି ରଖିବେ ଖାଦ୍ୟ...

ଅର୍ଗସ ବ୍ୟୁରୋ: ଖରା ଦିନେ ଖାଦ୍ୟ ଫ୍ରିଜରେ ନରଖିଲେ ନଷ୍ଟ ହୋଇଯାଉଛି ନା। ଯେଉଁ ମାତ୍ରାରେ ଖରା ହେଉଛି ଖାଦ୍ୟ ନଷ୍ଟ ହେବା ସୁନିଶ୍ଚିତ। ତେବେ ବିନା ଫ୍ରିରେ ଖାଦ୍ୟକୁ କିପରି ସତେଜ ରଖିବେ ଆସନ୍ତୁ ଜାଣିବା। ଖରା ଦିନେ ଖାଦ୍ୟରେ କମ୍ ସମଲା ବ୍ୟବହାର କରିବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷିତ ରହିଥାଏ । ସ୍ୱାଦ ଅନୁଯାୟୀ ଅଳ୍ପ ପରିମାଣରେ ମସଲା ବ୍ୟବହାର କରିପାରିବେ । ଯେତେଦୂର ସମ୍ଭବ ଗରମ ମସଲାର ବ୍ୟବହାର କମ୍ କରନ୍ତୁ । ଯାହାଦ୍ୱାରା ବିନା ଫ୍ରିଜରେ ମଧ୍ୟ ଖାଦ୍ୟ ନଷ୍ଟ ହେବ ନାହିଁ। ସତେଜ୍ ପନିପରିବା ବ୍ୟବହାର କରିବା ଦ୍ୱାରା ଖାଦ୍ୟ ଶୀଘ୍ର ନଷ୍ଟ ହୋଇନଥାଏ । ବଳକା ଖାଦ୍ୟକୁ ପାଣିରେ ରଖିବା ଦ୍ୱାରା ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିଥାଏ ।
ପ୍ରତିଥର ଖାଦ୍ୟ ଗରମ କରି ଖାଇବା ଦ୍ୱାରା ଖାଦ୍ୟ ଶୀଘ୍ର ନଷ୍ଟ ହୁଏ । ଖାଦ୍ୟରେ ଥିବା ଆବଶ୍ୟକୀୟ ପୋଷକ ତତ୍ୱ ନଷ୍ଟ ହେବା ସହ ସ୍ୱାଦରେ ମଧ୍ୟ ପରିବର୍ତ୍ତନ ଦେଖାଦିଏ । ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଖରା ଦିନେ ବିନା ଫ୍ରିଜରେ ଆପଣଙ୍କ ଖାଦ୍ୟ ନଷ୍ଟ ହେବ ନାହିଁ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
📱 Get Argus News App
✨