Videos
|
Lifestyle

କଦଳୀ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ଶରୀରକୁ ଅନେକ ପୁଷ୍ଟିକର ଲାଭ ମିଳିଥାଏ

Rashmita Mishra
Browse all articles by Rashmita Mishra
·1 year ago·1 min read
କଦଳୀ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ଶରୀରକୁ ଅନେକ ପୁଷ୍ଟିକର ଲାଭ ମିଳିଥାଏ


ଅର୍ଗସ ବ୍ୟୁରୋ: ଆମେ ଆଗରୁ ଜାଣିଛନ୍ତି ଯେ କ୍ଷୀର ଓ କଦଳୀ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି ଦୁଇଟି ଏମିତି ଖାଦ୍ୟ ପଦାର୍ଥ ଯାହା ମିଶାଇକି ଖାଇଲେ ଶୀଘ୍ର ଓଜନ ବଢିଇବା ସହ ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଦିନସାରା ସତେଜ  ରହିଥାଏ ।କିନ୍ତୁ ଅନେକ ଲୋକ କୁହନ୍ତି ଯେ କଦଳୀକୁ କ୍ଷୀର ସହିତ ଖାଇବା ଉଚିତ ନୁହେଁ ଏହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିପାରେ । 

ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

କ୍ଷୀର ଓ କଦଳୀ ମିଶ୍ରଣ ହେଉଛି ଏକ ଲୋକପ୍ରିୟ ଖାଦ୍ୟ ଏହାକୁ ସମସ୍ତେ ପସନ୍ଦ କରିଥାନ୍ତି । ଡକ୍ଟରଙ୍କ କହିବାନୁସାରେ  କଦଳୀ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ଏବଂ ଅତ୍ୟାବଶ୍ୟକ ଭିଟାମିନ୍ ଭଲ ସନ୍ତୁଳନ ଯୋଗାଇଥାଏ । କଦଳୀରେ ପୋଟାସିୟମ୍, ଭିଟାମିନ୍ ବି 6 ଏବଂ ଫାଇବରରେ ଭରପୂର ଥିବାବେଳେ କ୍ଷୀର କ୍ୟାଲସିୟମ୍ ଏବଂ ପ୍ରୋଟିନର ଏକ ଉତ୍କୃଷ୍ଟ ଉତ୍ସ । ଏହାକୁ ମିଶାଇ ଖାଇବା ଶରୀରର ପାଇଁ ବହୁତ ଭଲ ହୋଇଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାକୁ କିପରି ଖାଇବା ଉଚିତ୍?

ଡାକ୍ତରମାନେ କହିଛନ୍ତି ଯେ ଆମେ ସମସ୍ତେ ଜାଣୁ ଯେ କଦଳୀ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ଶରୀରକୁ ଅନେକ ପୁଷ୍ଟିକର ଲାଭ ମିଳିଥାଏ, ତେଣୁ ଆପଣଙ୍କ ଶରୀର ଯଦି ହଜମ କରିପାରୁଥିବ ତେବେ କୌଣସି ଅସୁବିଧା କିମ୍ବା କ୍ଷତି ନାହିଁ,  ସେଗୁଡ଼ିକୁ ଏକାଠି ଖାଆନ୍ତୁ । ସେହି ସମୟରେ ଯଦି ଆପଣ ଅନୁଭବ କରୁଛନ୍ତି ଯେ ଏହାକୁ ଏକାଠି ଖାଇବା କିଛି ସମସ୍ୟା ସୃଷ୍ଟି କରୁଛି ତେବେ ଅଲଗା ଖାଆନ୍ତ । 

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

is-eating-banana-mixed-with-milk-beneficial-for-health-or-harmful-know-what-the-experts-say | Argus News