Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୃଷ୍ଟିଶକ୍ତି ଦୁର୍ବଳ ହେଉଛି କି....ଏହି ଲକ୍ଷଣ ଦେଖାଗଲେ କରନ୍ତୁ ତୁରନ୍ତ ନିରାକରଣ

Lifestyle

ଦୃଷ୍ଟିଶକ୍ତି ଦୁର୍ବଳ ହେଉଛି କି....ଏହି ଲକ୍ଷଣ ଦେଖାଗଲେ କରନ୍ତୁ ତୁରନ୍ତ ନିରାକରଣ

Ritu Das
Browse all articles by Ritu Das
·2 years ago·2 min read
ଦୃଷ୍ଟିଶକ୍ତି ଦୁର୍ବଳ ହେଉଛି କି....ଏହି ଲକ୍ଷଣ ଦେଖାଗଲେ କରନ୍ତୁ ତୁରନ୍ତ ନିରାକରଣ

ଅର୍ଗସ ବ୍ୟୁରୋ: ଦୃଷ୍ଟିଶକ୍ତି ସମସ୍ୟା ଏବେ ସମୟ ସହିତ ବଢ଼ି ବଢ଼ି ଚାଲିଛି। ଗତ ୧୦ ବର୍ଷ ମଧ୍ୟରେ ୧୦ଜଣଙ୍କ ଅନୁପାତରେ ୬ଜଣ ବୟସ୍କଙ୍କର ଦୃଷ୍ଟ ଶକ୍ତି କମିଯାଉଥିବା ଜଣାପଡ଼ିଛି। ଏବଂ ୪୦ ପ୍ରତିଶତ ଲୋକଙ୍କୁ ଦେଖିବାରେ ସମସ୍ୟା ହେଉଥିବା ଜଣାପଡ଼ିଛି। ତେବେ ୩୧% ଲୋକଙ୍କ କହିବା ଅନୁଯାୟୀ ସେମାନଙ୍କର ଦୃଷ୍ଟିଶକ୍ତି ସମସ୍ୟା ନାହିଁ। ଅପରପକ୍ଷେ ୭୪% ଲୋକଙ୍କର ଅଭିଯୋଗ ରହିଛି ଯେ, ଦୃଷ୍ଟିଶକ୍ତି କମିବାରେ ଲାଗିଛି। ଚକ୍ଷୁ ବିଶେଷଜ୍ଞ ଡ. ଜୋସି ଫୋର୍ଟ ଯାହାର ୨୦ବର୍ଷର ଅଭିଜ୍ଞତା ରହିଛି ସେ କହିଛନ୍ତି ଯେ, ଚକ୍ଷୁ ସମସ୍ୟାର ଏମିତି କିଛି ସଙ୍କେତ ରହିଛି ଯେଉଁଥିରୁ ଜଣାପଡ଼େ କି ଆପଣଙ୍କ ଦୃଷ୍ଟିଶକ୍ତି କମଜୋର ହେବାରେ ଲାଗିଛି। ଆପଣ ଯଦି ଚିକିତ୍ସା ନ କରିବେ ତେବେ ଆପଣ ଆଖି ସମସ୍ୟା ବଢ଼ି ବଢ଼ି ଚାଲିବ। ଆପଣ ଅନ୍ଧ ମଧ୍ୟ ହୋଇପାରନ୍ତି। ତେବେ ଚାଲନ୍ତୁ ଜାଣିବା କେମିତି ଜାଣିବେ ଆପଣଙ୍କ ଆଖିର ସମସ୍ୟା ରହିଛି

-ଆପଣ ଯଦି ହୋଟେଲ ଯାଇଛନ୍ତି ତେବେ ମେନୁ କାର୍ଡକୁ ଯଦି ଆପଣ ପଢ଼ିପାରୁନାହାନ୍ତି ଆପଣଙ୍କୁ ଯଦି ଦୂରରୁ ମେନୁ କାର୍ଡ ପଢ଼ିବାକୁ ପଡ଼ୁଛି
- ଆପଣ ଯଦି ମୋବାଇଲ ଅକ୍ଷରକୁ ପଢ଼ିବାକୁ ଆପଣଙ୍କୁ ଅଧିକ ଜୁମ କରିବାକୁ ପଡ଼ୁଛି
-ଆପଣ ଯେତେବେଳେ ଯଦି କୌଣସି ଶବ୍ଦ ପଢ଼ିବାକୁ ଆପଣଙ୍କୁ ବହୁତ କଷ୍ଟ କରିବାକୁ ପଡ଼ୁଛି ଆଉ ଆପଣ ଚେଷ୍ଟା କରିଲେ ବି ଆପଣଙ୍କୁ ଦେଖାଯାଉନି
-ଯଦି ଆପଣ ପଢ଼ୁଛନ୍ତି ତ ଆପଣଙ୍କ ଆଖି ବ୍ଲର ହେଉଯାଉଛି ତେବେ ସମସ୍ୟା ରହିଛି
-ଆପଣ ଫୋକସ କରିବାରେ ଯଦି ସମସ୍ୟା ହେଉଛି
-ପଢ଼ିଲାପରେ ଯଦି ଆପଣଙ୍କ ଆଖିରୁ ପାଣି ବାହାରିବା ସହ ଯଦି ମୁଣ୍ଡ ବିନ୍ଧେ
 

କିଭଳି ନେବେ ଚକ୍ଷୁର ଯତ୍ନ: 
ସ୍ବାସ୍ଥ୍ୟ ସହ ଚକ୍ଷୁର ଯତ୍ନ ନେବାକୁ ଆପଣଙ୍କୁ ଠିକଭାବେ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ି। ପୋଷକ ତତ୍ତ୍ବରେ ଭରପୁର ଖାଦ୍ୟ ଖାଆନ୍ତୁ। ଉତ୍ତମ ଡାଏଟ ଫଲୋ କରନ୍ତୁ। ଲୋ-ଫ୍ୟାଟ ଖାଦ୍ୟ ଖାଆନ୍ତୁ। ଡାଏଟରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ଏବଂ ମିନେରାଲକୁ ସାମିଲ କରନ୍ତୁ। ଏହା ଆପଣଙ୍କ ଆଖି ପାଇଁ ଫଳପ୍ରଦ। ଖାଦ୍ୟରେ ପାଳଙ୍ଗ ଶାଗ, ଚୁନା ମାଛ, କମଳା, ସବୁଜ ପରିବାକୁ ସାମିଲ କରନ୍ତୁ।
ନିଶା ସେବନରୁ ଦୂରରେ ରୁହନ୍ତୁ। ଧୂମ୍ରପାନ ଦେହ ପାଇଁ ଅତ୍ୟନ୍ତ କ୍ଷତିକାରକ। ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ। ପାଣି ପିଇବା ଦ୍ବାରା ଆଖିରେ ଡ୍ରାଏନେସ ସମସ୍ୟା ଦୂର ହୋଇଥାଏ। ଆଖିକୁ ଆରାମ ମିଳିଥାଏ। 
ବେଶୀ ସମୟ ଲାପଟପ ସ୍କ୍ରିନରେ କାମ କରନ୍ତୁ ନାହିଁ। କିଛି ସମୟ କାମ କରିବା ପରେ ଆଖିକୁ ଟିକିଏ ବ୍ରେକ ଦିଅନ୍ତୁ। ପ୍ରତି ଘଣ୍ଟାରେ ୨୦ମିନିଟ ଆଖିକୁ ବ୍ରେକ ଦିନ୍ତୁ। ଏଥିରେ ଆଖିକୁ ଆରାମ ମିଳିଥାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 

Argus Whatsapp Channel Mobile Top
Sponsored
Is vision impaired | Argus News