Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସତରେ କ’ଣ ମିଠା ଖାଇଲେ ହୁଏ ଡାଇବେଟିସ?

Lifestyle

ସତରେ କ’ଣ ମିଠା ଖାଇଲେ ହୁଏ ଡାଇବେଟିସ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସତରେ କ’ଣ ମିଠା ଖାଇଲେ ହୁଏ ଡାଇବେଟିସ?

ଅର୍ଗସ ବ୍ୟୁରୋ:  ମିଠା ଖାଇଲେ ଡାଇବେଟିସ ହୁଏ ନା ନାହିଁ ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି। କାହିଁକି ନା ରୋଗ କହିଲେ ବର୍ତ୍ତମାନ କେବଳ ଯାହାଠୁ ଶୁଣିବ ଡାଇବେଟିସ ହୋଇଛି। ଡାଇବେଟିସ ହେଲା ମାତ୍ରକେ ସମସ୍ତେ କହିବେ ଯେ ମିଠା ଖାଇବା ଛାଡିଦିଅ। ଅନେକ ସମୟରେ ଆପଣ ଲୋକମାନଙ୍କୁ କହୁଥିବା ଶୁଣିଥିବେ ଯେ ‘ଏତେ ମିଠା ଖାଅ ନାହିଁ, ଡାଇବେଟିସ୍ ହୋଇଯିବ। କିନ୍ତୁ ସତରେ କ’ଣ ମିଠା ଖାଇଲେ ଡାଇବେଟିସ୍‌ ହୁଏ? ଯେଉଁମାନଙ୍କୁ ଡାଇବେଟିସ ସମସ୍ୟା ଥାଏ ଡାକ୍ତର ସେମାନଙ୍କୁ ଅଧିକ ମିଠା ଖାଇବାକୁ ମନା କରନ୍ତି। ହେଲେ ଯେଉଁ ବ୍ୟକ୍ତିର ଏହି ସମସ୍ୟା ନାହିଁ ସେ ବି କ’ଣ ମିଠାଠୁ ଦୂରେଇ ରହିବା ଉଚିତ? କଣ ରହିଛି ଏହି କଥାର ସତ୍ୟତା । ଆସନ୍ତୁ ଜାଣିବା ଡାଇବେଟିସ୍ ସମ୍ପର୍କରେ କିଛି ଜରୁରୀ କଥା।

ବଦଳୁଥିବା ଜୀବନଶୈଳୀ ଓ ଖରାପ ଖାଦ୍ୟାଭାସ ଯୋଗୁଁ ଆଜିର ସମୟରେ ଡାଇବେଟିସ ଏକ ସାଧାରଣ ସମସ୍ୟା । ତେବେ ଏହି ଡାଇବେଟିସ୍ ଏକ ରୋଗ ନୁହେଁ। କିନ୍ତୁ ଅନେକ ରୋଗର କାରଣ। ଅର୍ଥାତ ଡାଇବେଟିସ ଏପରି ଏକ ସମସ୍ୟା ଯାହା ଥରେ ଦେଖାଦେଲେ ତାହା ପରୋକ୍ଷରେ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ । ଏହା ଏପରି ଏକ ଶାରୀରିକ ଅବସ୍ଥା ଯାହା ଧିରେ ଧିରେ ମଣିଷକୁ ମୃତ୍ୟୁମୁଖକୁ ଟାଣି ନେଇଥାଏ। ଏହି ଶାରିରୀକ ସମସ୍ୟାକୁ ନେଇ ଆଜି ବି ଲୋକଙ୍କ ମଧ୍ୟରେ ଅନେକ ପ୍ରକାର ଭୟ ରହିଥାଏ । ତେବେ ଅନେକ ଲୋକଙ୍କର ଭ୍ରାନ୍ତ ଧାରଣା ଥାଏ ଯେ, ଡାଇବେଟିସ୍‌ ରୋଗୀ ଆଦୌ ମିଠା ଖାଇବା ଉଚିତ ନୁହେଁ। କିନ୍ତୁ ଏପରି ନୁହେଁ। ଯଦି ଆପଣଙ୍କୁ ଡାଇବେଟିସ୍ ଆରମ୍ଭ ମାତ୍ର ହୋଇଛି, ତା’ହେଲେ ଏକ ସନ୍ତୁଳିତ ଆହାରରେ ମିଠା ମଧ୍ୟ ରହିବା ଜରୁରୀ। ଏହାଦ୍ୱାରା ସୁଗାର ଜନିତ ରୋଗ ସହିତ ଲଢ଼ିବାକୁ ସାହାଯ୍ୟ ମିଳିଥାଏ। କିନ୍ତୁ ଏହା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରି ନେବା ଉଚିତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଜଣେ ସୁସ୍ଥ ଲୋକ ପ୍ରତିଦିନ ୬ ଚାମଚ ଚିନି ଖାଇପାରିବେ । ଏହାଦ୍ୱାରା ଶରୀରର କୌଣସି କ୍ଷତି ହୋଇ ନଥାଏ।

ଡାଇବେଟିସ୍ ହେଉଛି ୨ ପ୍ରକାରର। ଟାଇପ-ଏ ଓ ଟାଇପ-ବି। ଯେତେବେଳେ ଶରୀରର ପ୍ରତିରୋଧକ ତନ୍ତ୍ର ଇନ୍‌ସୁଲିନ୍ ସୃଷ୍ଟି କରୁଥିବା କୋଷିକାଗୁଡ଼ିକୁ ନଷ୍ଟ କରିଦିଏ, ତାହାକୁ ଟାଇପ-ଏ ଡାଇବେଟିସ୍ କୁହାଯାଏ। ଆଉ ଯେତେବେଳେ ଶରୀର ଇନ୍‌ସୁଲିନ୍‌ ସୃଷ୍ଟି କରିବାରେ ଅକ୍ଷମ ହୋଇଯାଏ, ତାହାକୁ ଟାଇପ-ବି ଡାଇବେଟିସ୍ କୁହାଯାଏ। ତେବେ ଡାକ୍ତରଙ୍କ କହିବାନୁସାରେ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଯେ ଏହି ଦୁଇଟି ଯାକ ଡାଇବେଟିସର ମିଠାଖାଇବା ସହ କୌଣସି ସମ୍ପର୍କ ନାହିଁ। ମଧୁମେହ ରୋଗ ମିଠା ଖାଇବା ଯୋଗୁଁ ନୁହେଁ ବରଂ ମୋଟାପଣ ହେତୁ ହୋଇଥାଏ। ଅଧିକ ଶର୍କରା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀରର ଓଜନ ବଢ଼ିଥାଏ। ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା ବଢ଼ିଥାଏ। ପ୍ରତ୍ୟେକ ବ୍ୟକ୍ତି ଦିନକୁ ଅତିକମ୍ ରେ ୬ ରୁ ୮ ଘଣ୍ଟା ଶୋଇବା ଦରକାର। ଯେଉଁ ଲୋକମାନେ ଠିକ ଭାବରେ ଶୋଇ ପାରନ୍ତି ନାହିଁ, ଅନିଦ୍ରା ରହି କାମ କରନ୍ତି କିମ୍ବା ବିଳମ୍ବରେ ଶୋଇ ଶୀଘ୍ର ଉଠିଯାନ୍ତି, ସେମାନଙ୍କ ନିକଟରେ ଏହି ରୋଗ ଦେଖାଯିବାର ସମ୍ଭାବନା ଅଧିକ ରହିଥାଏ ।
ଏହା ବ୍ୟତୀତ ଆପଣ ଯଦି ଆବଶ୍ୟକତା ଠାରୁ ଅଧିକ ସମୟ ଅବସାଦଗ୍ରସ୍ତ ରହିବେ ତେବେ ଶରୀରରେ ସର୍କରା ସ୍ତର ବଢ଼ି ଯାଇଥାଏ ଯାହା ପରବର୍ତୀ ସମୟରେ ଡାଇବେଟିସ ସମସ୍ୟା ସୃଷ୍ଟି ହେବାର ପ୍ରମୁଖ କାରଣ ସାଜିଥାଏ । ଯେଉଁ ଲୋକମାନେ ଅତ୍ୟଧିକ ସମୟ ଗୋଟିଏ ନିର୍ଦ୍ଧିଷ୍ଟ ଜାଗାରେ ବସି କାମ କରନ୍ତି ସେମାନଙ୍କଠାରେ ଏହି ସମସ୍ୟା ଦେଖାଯିବାର ଆଶଙ୍କା ୮୦ ପ୍ରତିଶତ ରହିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:


 

Sponsored
It's also not true to say that Type 2 diabetes is caused by sugar directly | Argus News