|
logo
Live

Argus News - ଟମାଟୋ ଖାଇବା ପୂର୍ବରୁ ଏସବୁ ବିଷୟରେ ଧ୍ୟାନ ରଖନ୍ତୁ

Lifestyle

ଟମାଟୋ ଖାଇବା ପୂର୍ବରୁ ଏସବୁ ବିଷୟରେ ଧ୍ୟାନ ରଖନ୍ତୁ

Ritu Das
Browse all articles by Ritu Das
·1 year ago·2 min read
ଟମାଟୋ ଖାଇବା ପୂର୍ବରୁ ଏସବୁ ବିଷୟରେ ଧ୍ୟାନ ରଖନ୍ତୁ

ଅର୍ଗସ ବ୍ୟୁରୋ: ଭାରତୀୟମାନଙ୍କର ପ୍ରତି ବ୍ୟଞ୍ଜନରେ ଟମାଟୋର ବ୍ୟବହାର ହୋଇଥାଏ। ଟମାଟୋର ଖଟା ମିଠା ସ୍ବାଦ ତରକାରିକୁ ସୁଆଦିଆ କରିଥାଏ। ଅନେକ ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୁର, ଟମାଟୋ ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ। ଲୋକମାନେ ଏହାକୁ ନିଜ ଖାଦ୍ୟରେ ଚଟନି ଆକାରରେ ଅନ୍ତର୍ଭୁକ୍ତ କରନ୍ତି। ତଥାପି, ଏହାକୁ ଖାଇବା ସମୟରେ କିଛି ଜିନିଷକୁ ଧ୍ୟାନରେ ରଖିବା ଜରୁରୀ।

ଲୋକେ ଟମାଟୋର ଚଟଣୀ କରିବାଠାରୁ ଆରମ୍ଭ କରି ବିଭିନ୍ନ ତରକାରୀରେ ଟମାଟୋ ପଡ଼ିଲେ ତାର ସ୍ବାଦ ବଢ଼ାଇଥାଏ। ଟମାଟର ହେଉଛି ଆସାମର ଏକ ଫଳ। ଯାହାକୁ ପ୍ରାୟ ସବୁ ବ୍ୟଞ୍ଜନରେ ବ୍ୟବହାର କରାଯାଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ବ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ ହିତକର। 

ଭିଟାମିନ ସି, ଭିାଟାମିନ କେ, ପୋଟାସିୟମ ଏବଂ ଆହୁରି ଅନେକ ଭିଟାମିନରେ ଭରପୁର ଏହି ଟମାଟୋ ହାର୍ଟକୁ ସୁସ୍ଥ ରଖିଥାଏ। ହାଡ଼କୁ ଶକ୍ତ ରଖିଥାଏ। ଦୃଷ୍ଟିଶକ୍ତିକୁ ଶକ୍ତିଶାଳୀ କରିବାସହ ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଆଜି ଆମେ ଜାଣିବା ଟମାଟୋ କେମିତି ଖାଇବେ ଏବଂ ଏହାକୁ କିପରି ସାଇତି କରି ରଖିବେ। ଚାଲନ୍ତୁ ଜାଣିବା ଟମାଟୋକୁ ନେଇ କିଛି ଟିପ୍ସ

ଟମାଟୋରୁ ମଞ୍ଜି କାଢ଼ିଦିଅନ୍ତୁ:
ଟମାଟୋକୁ କଞ୍ଚା ଖାଉଥିବା ସମୟରେ ଏଥିରେ ଥିବା ମଞ୍ଜିକୁ କାଢ଼ି ଦିଅନ୍ତୁ। ଆଉ ଟମାଟୋ ପାଚିଲେ ହିଁ ଆପଣ ଖାଆନ୍ତୁ। ଏଥିରେ ଏସିଡିଟି ସମସ୍ୟା ହେବାର ଡର ନ ଥାଏ। ପାଚିଲା ଟମାଟୋ ଖାଇବା ଦ୍ବାରା ଛାତି ପୋଡ଼ାଜଳା ହୋଇ ନ ଥାଏ।

ଚିନି ଏବଂ ଲୁଣ ସାଥୀରେ ଟମାଟୋ ଖାଆନ୍ତୁ
ଟମାଟୋର ପ୍ରକୃତି ହେଉଛି ଏସିଡିକ। ଏମିତିରେ ଯଦି ଆପଣ ଟମାଟୋ ଖାଉଛନ୍ତି ତେବେ ଏଥିରେ ଲୁଣ କିମ୍ବା ଚିନି ଅଳ୍ପ ପକାଇକି ଖାଆନ୍ତୁ। ଆପଣ ଯଦି ଟମାଟୋର ଆସିଡିଟି ସ୍ତର କମ କରି ଖାଇବାକୁ ଚାହୁଁଛନ୍ତି ତେବେ ସେଥିରେ ମୋରିନାରା ସସ ସହିତ ଗାଜର କ୍ରସ କରି ଖାଇପାରିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଲୁମିନିୟମ ବାସନସରଞ୍ଜାମ ବ୍ୟବହାର କରନ୍ତୁ ନାହିଁ
ଟମାଟୋରେ କୌଣସି ରୋଷେଇ କରିବାକୁ ଚାହୁଁଥିଲେ ଆଲୁମିନିୟମ ବାସନ ବ୍ୟବହାର କରନ୍ତୁ ନାହିଁ। କାରଣ ଟମାଟୋରେ ଥିବା ଏସିଡିକ ଗୁଣ ମେଟାଲରେ ମିଶିଲେ ତରକାରୀ ସ୍ବାଦକୁ କଡ଼ା କରିଥାଏ ଏହାସହ ଟମାଟୋର ପ୍ରକୃତ ରଙ୍ଗକୁ ମଧ୍ୟ ଫିକା କରିଥାଏ। ସେଥପାଇଁ ଟମାଟୋକୁ ଯେତେବେଳେ ରାନ୍ଧୁଛନ୍ତି ସେତେବେଳେ ତାଓ୍ବା, ନନଷ୍ଟିକ କଡେଇ ଏବଂ ଷ୍ଟେନଲେସ ଷ୍ଟିଲ କଡ଼େଇରେ ପ୍ରସ୍ତୁତ କରନ୍ତୁ। 

କଞ୍ଚା ଟମାଟୋକୁ ରୁମ ତାପମାତ୍ରାରେ ରଖନ୍ତୁ
କଞ୍ଚା ଟମାଟୋ ଖାଇବା ସହ କଞ୍ଚା ଟମାଟୋକୁ ସାଇତିବାକୁ ଚାହୁଁଥିଲେ ଏସବୁ ଉପରେ ଧ୍ୟାନ ରଖନ୍ତୁ। ଯଦି ଟମାଟୋ କଞ୍ଚା ଅଛି ତେବେ ଉକ୍ତ ଟମାଟୋକୁ ଫ୍ରିଜରେ ଷ୍ଟୋର କରି ରଖନ୍ତୁ ନାହିଁ। ସେହି ସବୁଜ ଟମାଟୋକୁ ଆପଣ ଘର ତାପମାତ୍ରାରେ ରଖନ୍ତୁ। ଆପଣ ରୋଷଇଘରେ ଗ୍ୟାସ ଠଶରୁ ଦୂରରେ ଟମାଟୋକୁ ଷ୍ଟୋର କରି ରଖନ୍ତୁ। 

କଟା ହୋଇଥିବ ଟମାଟୋକୁ କେମିତି ଷ୍ଟୋର କରିବେ:
ଯଦି ଆପଣଙ୍କ ରୋଷେଇଘରେ ଟମାଟୋ କଟା ହୋଇଥିବା ବଳିପଡ଼ିଛି ତେବେ ତାକୁ ଆପଣ କଣ କରିବେ ଜାଣିଛନ୍ତି କି? କଟା ଟମାଟୋକୁ ଆପଣ ପ୍ଲାଷ୍ଟିକ ରାପ କରି ରଖିଦିଅନ୍ତୁ। ଏହାକୁ ଆପଣ ଫ୍ରିଜରେ କିଛି ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ। 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 
 

Sponsored
ଟମାଟୋ ଖାଇବା ପୂର୍ବରୁ ଏସବୁ ବିଷୟରେ ଧ୍ୟାନ ରଖନ୍ତୁ | Argus News