Videos
|
Lifestyle

ଜାଣନ୍ତୁ କିସମିସ୍ ପାଣିର ଫାଇଦା

Arpita Mohanty
Browse all articles by Arpita Mohanty
·2 years ago·1 min read
ଜାଣନ୍ତୁ କିସମିସ୍ ପାଣିର ଫାଇଦା

ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବରେ ଖାଇବା ଅସମ୍ଭବ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଡ୍ରାଏ ଫ୍ରୁଟସ୍ ବିଷୟରେ କହିବୁ ଯାହା ଦେଖିବାକୁ ଛୋଟ କିନ୍ତୁ ତାର ଫାଇଦା ବହୁତ୍ ବଡ଼।

କିସମିସ୍। ସାଧାରଣତଃ କିସମିସକୁ ଲୋକେ କ୍ଷୀରି ପୁଲାଉ ଆଦି ମିଠା ଜାତୀୟ ଖାଦ୍ୟରେ ବ୍ୟବହାର କରିଥାନ୍ତି । କିନ୍ତୁ କେବେ କିସମିସକୁ ପାଣିରେ ପକେଇକି ପିଇଛନ୍ତି? ଏଥିରେ ଏମିତି ପୋଷକ ତତ୍ତ୍ବ ରହିଛି ଯାହା ସ୍ବାସ୍ଥ୍ୟ ପାଇଁ ବରଦାନ ଭଳି କାମ କରିଥାଏ। ଚାଲନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ।

କିସମିସରେ ଫାଇବର ଏବଂ ଭିଟାମିନ ଭରପୁର ଥାଏ ,ଯାହା ଇମ୍ୟୁନିଟି ବଢ଼ାଇଥାଏ ଏବଂ ଯାହାଦ୍ବାରା ଭୋକ କମ୍ ହୋଇଥାଏ। ମେଟାବୋଲିଜମ୍ ବି ବଢ଼ାଇଥାଏ । ଶରୀର ପାଇଁ ଅମୃତ ସଦୃଶ ହେଉଛି କିସମିସ୍ । ଏଥିରେ ଭିଟାମିନ୍ C, E, ବିଟା କାରୋଟିନ୍ ଭଳି ଆଣ୍ଟିଅକ୍ସିଡେଣ୍ଟ ଥାଏ ଯାହା ହାନିକାରକ ଫ୍ରୀ ରେଡିକଲସ୍ ଦ୍ବାରା ହେଉଥିବା ହାନିରୁ ରକ୍ଷା କରିଥାଏ ତାସହିତ ଭିଟାମିନ V, C ରହିଛି ଯାହା କୋଲେଜନ୍ ବଢ଼ାଇଥାଏ। ଏହା ତ୍ବଚ୍ଛାର ନମନୀୟତା ବଢ଼ାଇଥାଏ ଯାହାଦ୍ବାରା ସ୍କିନ୍ ଭଲ ରହିଥାଏ। ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ। ହାଡକୁ ଶକ୍ତ କରିବା ସହ ଶରୀରରେ ଆଇରନର ସ୍ତରକୁ ମଧ୍ୟ ବଢ଼ାଇ ଥାଏ।

କିସମିସରେ ଫାଇବର ଏବଂ ପୋଟାସିୟମ ଅନେକ ମାତ୍ରାରେ ରହିଥାଏ ଯାହା ଶରୀରରେ ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ ଶରୀରରେ ହିମୋଗ୍ଲୋବିନ ଠିକ୍ ରଖିବା ସହିତ ପେଟ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର

 

raisin water | Argus News