Videos
|
Lifestyle

ଲସି ପିଇବା ପୂର୍ବରୁ ଜାଣିରଖନ୍ତୁ ଏହି ସବୁ କଥା

Arpita Mohanty
Browse all articles by Arpita Mohanty
·2 years ago·1 min read
ଲସି ପିଇବା ପୂର୍ବରୁ ଜାଣିରଖନ୍ତୁ ଏହି ସବୁ କଥା

ଅର୍ଗସ ବ୍ୟୁରୋ: ଖରାଦିନେ ସମସ୍ତଙ୍କୁ ଲସି ପିଇବାକୁ ଭାରି ଭଲ ଲାଗେ । ଗୋଟେ ଗ୍ଲାସ ଲସି ପିଇଦେଲେ ମନ ଆଉ ଆତ୍ମା ଶାନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି ପ୍ରକାରର ମିଠା ପାନୀୟଗୁଡିକ ସ୍ବାସ୍ଥ୍ୟକୁ ବି କ୍ଷତି ପହଞ୍ଚାଇପାରେ? ଯଦି ନୁହେଁ ତେବେ ଜାଣିରଖନ୍ତୁ ଲସି ପିଇବା ଦ୍ବାରା ଶରୀରରେ କ'ଣ ସବୁ ପ୍ରଭାବ ପଡିଥାଏ।

ମସାଲା ଲସି ତିଆରିରେ ବ୍ୟବହୃତ ମସଲା ଏବଂ ଲୁଣରେ ସୋଡିୟମ୍ ଅଧିକ ଥିବାରୁ ଏହାକୁ ପିଇବା ଦ୍ବାରା କିଡନୀ ସମସ୍ୟା ବଢ଼ିଥାଏ ଏହି ପାନୀୟଗୁଡିକର ସ୍ବାଦ ବହୁତ ଭଲ ଥାଏ କିନ୍ତୁ ଏଥିରେ ବ୍ୟବହାର ହେଉଥିବା ମସଲା କିଡନୀ ଜନିତ ସମସ୍ୟା ହେବାର ଆଶଙ୍କା ବଢ଼ାଇଥାଏ ଏବଂ ଶରୀରରେ ରକ୍ତଚାପ ସ୍ତରକୁ ପରିବର୍ତ୍ତନ କରିଥାଏ |
ଡାକ୍ତରଙ୍କ କହିବାନୁଯାୟୀ ମଧୁମେହ ରୋଗୀଙ୍କ ପାଇଁ ଲସି ବିଷ ସଦୃଶ | ଯଦି କୌଣସି ଡାଇବେଟିସ ବ୍ୟକ୍ତି ଲସି ପିଅନ୍ତି ତେବେ ଏହା ସେମାନଙ୍କ କିଡନୀ ଉପରେ ପ୍ରଭାବ ପକାଇଥାଏ | ତେଣୁ ଡାଇବେଟିସ ରୋଗୀମାନେ ଲସି ଠାରୁ ଦୁରେଇ ରହିବ ଉଚିତ।

କେବେ ବି ଖାଇବା ପରେ କି ରାତିରେ ଶୋଇବା ପୂର୍ବରୁ ଲସି ପିଇବେନି ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ ଅଟେ । ଖାଇବା ପରେ ଲସି ପିଇବା ଦ୍ବାରା ଶରୀରରେ ସୁଗାର ଅଂଶ ବଢ଼ିଥାଏ | ଯେହେତୁ ଲସି ଦହିରେ ତିଆରି ହୋଇଥାଏ ସେହି କାରଣରୁ ଶୋଇବା ପରେ ହଜମ ହେବା କଷ୍ଟକର ହୋଇପଡେ ତା ସହିତ ଥଣ୍ଡା କାଶ ଏବଂ ସଂକ୍ରମଣ ମଧ୍ୟ ହୋଇଥାଏ।ତେଣୁ ରାତିରେ ଲସି ପିଅନ୍ତୁ ନାହିଁ।

ଲସି ଅଧିକ ପିଇବା ଦ୍ବାରା ଚର୍ମ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ | ଯେଉଁମାନଙ୍କର ଶ୍ବାସଜନିତ ସମସ୍ୟା ରହିଥାଏ ସେମାନେ ଲସି ଠାରୁ ଦୁରେଇ ରହିବା ଉଚିତ୍।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର
 

lassi | Argus News