Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

କେକ୍ ବେକ୍ କରିବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା 

Arpita Mohanty
Browse all articles by Arpita Mohanty
·2 years ago·1 min read
କେକ୍ ବେକ୍ କରିବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା 

ଅର୍ଗସ ବ୍ୟୁରୋ: ଆଜିକାଲି ଲୋକ ମାନେ ବଜାର ଅପେକ୍ଷା ଘରେ ଭଲ ଭଲ ଖାଦ୍ୟ ପ୍ରସ୍ତୁତି କରି ଖାଇବାକୁ ପସନ୍ଦ କରୁଛନ୍ତି ସେଥିରୁ ଏକ ହେଉଛି କେକ୍ । ସାଧାରଣତଃ କିଛି ଭଲ ମୁହୂର୍ତ ଯେମିତି କି ଜନ୍ମଦିନ ହେଉ କି ଆନିବର୍ସରୀ ହେଉ ଲୋକେ କେକ କାଟି ସେଲିବ୍ରେଟ କରିଥାନ୍ତି । କିଏ କେକ ଅର୍ଡର କରେ ତା ଆଉ କିଏ ନିଜେ ଘରେ ପ୍ରସ୍ତୁତି କରେ। ଘରେ କେକ ତିଆରି କରିବା କଷ୍ଟ ନୁହେଁ କିନ୍ତୁ ବେକ କରିବା ପୂର୍ବରୁ କିଛି ଜିନଷ ଉପରେ ଧ୍ୟାନ ଦେବା ଆବଶ୍ୟକ।

କେକ୍ ବ୍ରେକ୍ କରିବା ପୂର୍ବରୁ ପ୍ରଥମେ  ଓଭନକୁ ଆଗରୁ ଗରମ୍ କରନ୍ତୁ କିନ୍ତୁ ମନେ ରଖନ୍ତୁ ଅଧିକ ଗରମ ହେଲେ କେକ୍ ଜଳି ଯାଇପାରେ 
କେକରେ ମିଶାଯାଉଥିବା ଉପାଦାନଗୁଡ଼ିକର ପରିମାଣ ଠିକରେ ନମାପି ବ୍ୟବହାର କରନ୍ତୁ ନାହିଁ  କାରଣ ଉପାଦାନଗୁଡ଼ିକର ପରିମାଣ ଠିକ୍ ମାତ୍ରାରେ ବ୍ୟବହାର ନହେଲେ କେକ୍ ଖରାପ ହେବାର ସମ୍ଭାବନା ବହୁତ। ରୁମ୍ ଟେମ୍ପରେଚର୍ ଆଧାରରେ ହିଁ ଉପାଦାନଗୁଡ଼ିକ ବ୍ୟବହାର କରନ୍ତୁ। କେକ୍ ବେକ କରିବା ସମୟରେ ଓଭନକୁ ବାରମ୍ବାର ଖୋଲନ୍ତୁ ନାହିଁ ଏହା ଦ୍ୱାରା କେକ୍ ଭଲ ଭାବରେ ବେକ ହୋଇନଥାଏ। କେକର ବ୍ୟାଟର ପୁରା ପତଳା କି ପୁରା ବହଳିଆ କରିବେନି  ତା ସହିତ ଅଧିକ ବେକିଂ ସୋଡ଼ା କି ବେକିଂ ପାଉଡର ବ୍ୟବହାର କରନ୍ତୁ ନାହିଁ।

ଅଧିକ ପଢନ୍ତୁ ଜୀବନଶୈଳୀ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cake | Argus News