Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ସଜନା ଶାଗ ପତ୍ରରେ ଭିଟାମିନ୍ ଏ ଏବଂ ସି ଭରପୂର ରହିଥାଏ

Rashmita Mishra
Browse all articles by Rashmita Mishra
·1 year ago·1 min read
ସଜନା ଶାଗ ପତ୍ରରେ ଭିଟାମିନ୍ ଏ ଏବଂ ସି ଭରପୂର ରହିଥାଏ

ଅର୍ଗସ ବ୍ୟୁରୋ: ପ୍ରକୃତିରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ମିଳିଥାଏ ଯାହା ବିଭିନ୍ନ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ସଜନା ଶାଗ ଏଥିରେ ଅନେକ ପ୍ରକାରର ଔଧୀୟ ଗୁଣ ରହିଥାଏ । ଯାହା ଅନେକ ରୋଗରୁ ମୁକ୍ତି ପାଇବାରେ ସହାୟକ ହୋଇଥାଏ । ଏହି ଉଦ୍ଭିଦର ପତ୍ରରେ ଭିଟାମିନ୍ ସି ଥାଏ, ଏବଂ ସେଥିରେ ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମଧ୍ୟ ରହିଥାଏ  ଯାହା ଅନେକ ରୋଗର ମୁକାବିଲା କରିବାରେ ସହାୟକ ହୋଇଥାଏ ।

ମଧ୍ୟ ମିଳିଥାଏ ଯେପରିକି ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ। ଏହାର ପତ୍ରକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ପ୍ରଦାହ କମିଯାଏ । ଯଦି କୌଣସି କାରଣରୁ ଶରୀରର କୌଣସି ଅଙ୍ଗରେ ଫୁଲା ଦେଖାଯାଏ ତେବେ ଏହାକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।

ସଜନା ଶାଗ ପତ୍ରରେ ଭିଟାମିନ୍ ଏ ଏବଂ ସି ଭରପୂର ଅଟେ 

ଏହାର ପତ୍ରରେ ଭିଟାମିନ୍ ଏବଂ ମିନେରାଲ୍ସ ବହୁ ପରିମାଣରେ ମିଳିଥାଏ । ସଜନା ଶାଗ ପତ୍ରରେ ଭିଟାମିନ୍ ଏ ଏବଂ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ ।କୁହାଯାଏ ଯେ ଗୋଟିଏ କମଳା ରେ ଯେତିକି ଭିଟାମିନ୍ ସି ମିଳିଥାଏ  ସଜନା ଶାଗ ପତ୍ରରେ ମଧ୍ୟ ସେତିକି ମିଳିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉଚ୍ଚ ବିପି ଏବଂ ଆର୍ଥ୍ରାଇଟିସରେ ସାହାଯ୍ୟକାରୀ  

ଯେଉଁମାନଙ୍କର ଉଚ୍ଚ ବିପି ସମସ୍ୟା ରହିଛି ସେମାନେ ଏହାର ପତ୍ର ଖାଇପାରିବେ  କାରଣ ଏହି ଉଦ୍ଭିଦ ଉଚ୍ଚ ବିପି ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏଥିରେ କ୍ୟାଲସିୟମ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ  ଯେଉଁଥିପାଇଁ ଏହା ଆର୍ଥ୍ରାଇଟିସ୍ ରୋଗକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ । ଏହାର ନିୟମିତ ବ୍ୟବହାର ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି କରିଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

 

Sponsored
Leafy greens are rich in vitamins A and C | Argus News