Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଜାଣନ୍ତୁ ଅଧିକ ଖାଇଲେ କେମିତି ଓଜନ କମେ

Arpita Mohanty
Browse all articles by Arpita Mohanty
·2 years ago·2 min read
ଜାଣନ୍ତୁ ଅଧିକ ଖାଇଲେ କେମିତି ଓଜନ କମେ

ଅର୍ଗସ ବ୍ୟୁରୋ: ଫିଟ୍ ରହିବା ସମସ୍ତଙ୍କୁ ପସନ୍ଦ। କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଫିଟ୍ ରହିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ଅଫିସରେ ଦିନକୁ ୯ରୁ୧୦ ଘଣ୍ଟା ବସିରହିବାକୁ ପଡ଼ୁଛି। ଯାହା ମେଦ ବହୁଳତାର ବଡ଼ କାରଣ। ଓଜନ ବୃଦ୍ଧି ପାଇଁ କିଛି ଲୋକ ଡ଼ିପ୍ରେସନର ଶୀକାର ମଧ୍ୟ ହୁଅନ୍ତି। କିନ୍ତୁ ଏଥିରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସରଳ ଉପାୟରୁ ଆପଣ ଓଜନ ହ୍ରାସ କରିପାରିବେ। ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହା ଦ୍ବାରା କେବଳ ୧୦ ଦିନରେ ୨ରୁ ୩ କିଲୋ ପର୍ଯ୍ୟନ୍ତ ଓଜନ କମ କରିପାରିବେ।

ଓଜନ କମେଇବା ହେଉଛି ଏକ ଦୃଢ଼ ମନୋବଳ। ବିଶେଷ କିଛି ନୁହେଁ ଆପଣ ସବୁ ଖାଇ ମଧ୍ୟ ଫିଟ୍ ରହିପାରିବେ। ପ୍ରଥମେ ନିଜକୁ ସେମିତି ହିଁ ଗ୍ରହଣ କରନ୍ତୁ ଯେମିତି ବର୍ତ୍ତମାନ ଅଛନ୍ତି। ଯାହାଦ୍ବାରା ଆପଣଙ୍କ ମାଇଣ୍ଡ ପଜିଟିଭ୍ ରହିବ ଏବଂ ଆପଣ ବିନା ଷ୍ଟ୍ରେସ୍ କି ଟେନସନରେ ଜୀବନଶୈଳୀରେ ଛୋଟ ଛୋଟ ପରିବର୍ତ୍ତନ ଆଣି ଓଜନ ହ୍ରାସ କରିପାରିବେ।କିଛି ଲୋକ ଭାବନ୍ତି କମ୍ ଖାଇଲେ ଓଜନ ହ୍ରାସ ନୁହେଁ। ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା। ଯଦି ଆପଣ କମ୍ ଖାଉଛନ୍ତି ଏବଂ ଅଧିକ ସମୟ ପର୍ଯ୍ୟନ୍ତ ପେଟ ଖାଲି ରଖୁଛନ୍ତି ତାହେଲେ ଗ୍ୟାଷ୍ଟ୍ରିକ୍ ହେବାର ସମ୍ଭାବନା ବହୁତ୍। ତେଣୁ ଆପଣ କେବଳ ଘର ଖାଇବା ଖାଆନ୍ତୁ ,କମ୍ ପରିମାଣର ଅଧିକଥର ଖାଆନ୍ତୁ କିନ୍ତୁ ଏକା ସମୟରେ ଅଧିକ ପରିମାଣର ଖାଦ୍ୟ ଖାଆନ୍ତୁନାହିଁ।

ନିୟମିତ ଭାବରେ ସବୁଜ ପନିପରିବା ଖାଇବା ସହିତ ସାଲାଡ଼,ଡ଼୍ରାଏଫ୍ରୁଟସ,ଫଳ ଏବଂ ସୁପ ପିଅନ୍ତୁ। ତେଲ ମସଲା ,ଜଙ୍କ ଫୁଡ଼କୁ ବର୍ଜନ କରନ୍ତୁ। ସନ୍ଧ୍ୟା ୭ଟା ପରେ ଭାତ,ରୁଟି ଏବଂ ଅନ୍ୟାନ୍ୟ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଖାଇବା ପରେ ବସନ୍ତୁ କି ଶୁଅନ୍ତୁ ନାହିଁ,କିଛି ସମୟ ଚାଲନ୍ତୁ। ଏହା ଖାଦ୍ୟ ହଜମରେ ସାହାଯ୍ୟ କରିବା ସହିତ କ୍ୟାଲୋରୀ ଘଟାଇବାରେ ମଧ୍ୟ ସାହାଯ୍ୟ କରିଥାଏ।
ମିଠା ଏବଂ ଲୁଣ କମ୍ ଖାଆନ୍ତୁ। ମିଠା ଖାଇବା ଦ୍ବାରା ଖୁବ୍ ଶୀଘ୍ର ଓଜନ ବୃଦ୍ଧି ହୋଇଥାଏ। ଏବଂ ଅଧିକ ଲୁଣ ଖାଇବା ଦ୍ବାରା ପେଟ ଫୁଲିଥାଏ। ନିୟମିତ ଭାବରେ ଅତି କମ୍ ରେ ୧୫ ମିନିଟ୍ ବ୍ୟାୟାମ କରନ୍ତୁ। ଜିମ୍ ଯିବା ଜରୁରୀ ନୁହେଁ କିନ୍ତୁ କିଛି ନା କିଛି ଶାରିରୀକ କାର୍ଯ୍ୟକଳାପ କରିବା ନିହାତି ଆବଶ୍ୟକ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ସବୁ ଟିପ୍ସ ଆପଣାଇଲେ ଆପଣ ସୁସ୍ଥ ରହିବା ସହିତ ଓଜନ ବି ହ୍ରାସ କରିପାରିବେ।

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର

Sponsored
weight | Argus News