ଖରାଦିନେ ଲିଚୁ ଖାଇବା କେତେ ଜରୁରୀ ?

ଅର୍ଗସ ବ୍ୟୁରୋ: କିଛି ଫଳ ଅଛି ଯାହା କେବଳ ଋତୁ ଅନୁଯାୟୀ ମିଳିଥାଏ ।ଖରା ଦିନ ଆସିବା ମାତ୍ରେ ଆମ୍ବ ଏବଂ ଲିଚି ବଜାରରେ ମିଳିଥାଏ। ବହୁତ ଲୋକ ଅଛନ୍ତି ଯେଉଁମାନେ ଲିଚି ଖାଇବାକୁ ବହୁତ ପସନ୍ଦ କରନ୍ତି ।କୁହାଯାଏକି ଯେ ଲିଚି ଏକ ଏମିତି ଫଳ ଯାହାର ତୁଳନା କରିହେବ ନାହିଁ ।ଯେଉଁ କାରଣରୁ ଲୋକମାନେ ଖରା ଋତୁ ଆସିବା ମାତ୍ରେ ଏହାକୁ ଖାଇବାକୁ ପସନ୍ଦ କରନ୍ତି । ଲିଚିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ଭିଟାମିନ୍ ସି ଅଧିକ ଥିବାରୁ ଲିଚି ଖାଇବା ଦ୍ଵାରା ଶରୀରକୁ ଅନେକ ଲାଭ ଦେଇଥାଏ ।
ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ :-
ଡାକ୍ତରଙ୍କ କହିବା କଥାକି ଯେ ହଜମ ପ୍ରକ୍ରିୟାକୁ ଏହା ସୁସ୍ଥ ରଖିଥଏ । ହୃଦ୍ରୋଗର ହେବାରୁ ରକ୍ଷା କରିଥାଏ ଏବଂ କର୍କଟ ରୋଗ ହେବାର ଆଶଙ୍କା କମାଇବା ପାଇଁ ଲିଚି କାମ କରିଥାଏ। ଏହା ବ୍ୟତୀତ ଏହା ଓଜନ ହ୍ରାସ ପାଇଁ ମଧ୍ୟ କାମ କରିଥାଏ । ଲିଚି ଖାଇବା ଦ୍ଵାରା ସଂକ୍ରମଣ ହେବାର ଆଶଙ୍କା କମିଯାଏ। ଏହା ଗଳା, ଜ୍ୱର, ଥଣ୍ଡା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ, କାରଣ ଏଥିରେ ପ୍ରଚୁର ଆଇରନ ଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: