Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ

Lifestyle

ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ

Rashmita Mishra
Browse all articles by Rashmita Mishra
·1 year ago·1 min read
ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ

ଅର୍ଗସ ବ୍ୟୁରୋ: ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ । ଭାରତରେ ମୁଖ୍ୟତଃ ମେଦବହୁଳତା ସମସ୍ୟା ଯୋଗୁଁ ଅଣସଂକ୍ରାମକ ରୋଗ ଓ ମୃତ୍ୟୁ ବଢିବାରେ ଲାଗିଛି । ଏଥିରେ ଯକୃତ ସ୍ବାସ୍ଥ୍ୟ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରୁଛି । ଏକ ସରକାରୀ ବିବୃତିରେ କୁହାଯାଇଛି ଯେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅଣ-ଆଲକୋହଲିକ୍ ପ୍ୟାଟି ଲିଭର ସମସ୍ୟା ବଢିବାରେ ଲାଗିଛି ।  ମଧୁମେହ ଓ ହୃଦ୍‌ରୋଗ ଭଳି ମେଟାବୋଲିକ୍ ସମସ୍ୟା ସହିତ ଘନିଷ୍ଠ ଭାବରେ ଜଡିତ। ଏହି ସମସ୍ୟା ପ୍ରତି ୧୦ ଜଣଙ୍କ ମଧ୍ୟରୁ  ତିନି ଜଣଙ୍କ ପାଖରେ ଦୋଖାଦେଇଥାଏ ।

ଜୀବନଶୈଳୀରେ ପରିବର୍ତ୍ତନର ଆବଶ୍ୟକତା ଉପରେ ଗୁରୁତ୍ଵ ଦିଆଯାଇଛି । ବିଶେଷ କରି ଅସ୍ବାସ୍ଥ୍ୟକର ଖାଇବା ଓ ଶାରୀରିକ କାର୍ଯ୍ୟକଳାପର ଅଭାବ ଯୋଗୁଁ ଭାରତରେ ଫ୍ୟାଟି ଲିଭର ସମସ୍ୟା ବଢିବାରେ ଲାଗିଛି । ଅଣଆଲକୋହଲିକ୍ ପ୍ୟାଟି ଲିଭର ଡିଜିଜ୍ ର ସବୁଠାରୁ ସାଧାରଣ ରୂପ ହେଉଛି- ମୋଟାପଣ, ମଧୁମେହ ଓ ମେଟାବୋଲିକ୍ ସମସ୍ୟା । ଦ୍ରୃତ ସହରୀକରଣ, ଅଧିକ କ୍ୟାଲୋରୀର ଖାଦ୍ୟ ଖାଇବାର ଅଭ୍ୟାସ ଯୋଗୁ ମଦ୍ୟପାନ ବିନା ମଧ୍ୟ ଅଧିକ ଲୋକ ଫ୍ୟାଟି ଲିଭରେ ପୀଡ଼ିତ ହେଉଛନ୍ତି । ଟାଇପ୍ ୨ ମଧୁମେହ ଓ ଇନସୁଲିନ ପ୍ରତିରୋଧର ବଢୁଥିବା ହାର ମଧ୍ୟ ଫ୍ୟାଟି ଲିଭର ସମସ୍ୟା ବଢିବାରେ ଯୋଗ ଦେଉଛି । ଏହାର ଚିକିତ୍ସା ନ କଲେ ଯକୃତି ପ୍ରଦାହ, ଫାଇବ୍ରୋସିସ୍ ଓ ସିରୋସିସ୍ ଭଳି ଜଟିଳ ରୋଗ ବଢିପାରେ ବୋଲି  କୁହାଯାଇଛି ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Painting
Sponsored
Liver is the cause of 66 percent of deaths in the country | Argus News