Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଘରେ ପ୍ରସ୍ତୁତ କରନ୍ତୁ ହୋମମେଡ ଟୋନର

Ritu Das
Browse all articles by Ritu Das
·1 year ago·2 min read
ଘରେ ପ୍ରସ୍ତୁତ କରନ୍ତୁ ହୋମମେଡ ଟୋନର

ଅର୍ଗସ ବ୍ୟୁରୋ: ଆଜିକାଲି ଧାଁ ଦୌଡ଼ ଜୀବନରେ ପ୍ରଦୂଷଣ ଯୋଗୁଁ ତ୍ୱଚାରେ ଶୀଘ୍ର ବୟସର ଛାପ ଦେଖାଯାଇଥାଏ। ଏଥିପାଇଁ ଅଧିକାଂଶ ବ୍ୟକ୍ତି ବଜାରରେ ମିଳୁଥିବା ବ୍ରାଣ୍ଡେଡ କସମେଟିକ ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ପ୍ରାୟତଃ ଏହା କେମିକାଲଯୁକ୍ତ ହୋଇଥିବାରୁ କିଛି ଲୋକଙ୍କୁ ଆଲର୍ଜୀ ହୋଇଥାଏ । ଏଥିମଧ୍ୟରୁ ଟୋନର ଅନ୍ୟତମ । ଫେଶ୍ ୱାଶ୍ କରିବା ପରେ ଟୋନର ବ୍ୟବହାର କରାଯାଇଥାଏ । ଫଳରେ ତ୍ୱଚାରେ ଥିବା ଅବଶିଷ୍ଟ ମଇଳାକୁ ଟୋନର ଦୂର କରିଥାଏ । ଟୋନର କେବଳ ତ୍ୱଚାର ମଇଳାକୁ ନୁହେଁ ବରଂ ଅତ୍ୟଧିକ ତୈଳ ଏବଂ ଓପେନ୍ ପୋର୍ସକୁ ହଟାଇବାରେ ସହାୟକ ହୋଇଥାଏ । ନିୟମିତ ଟୋନର ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାକୁ ହାଇଡ୍ରେଟ୍ ରଖିଥାଏ । ଫଳରେ ତ୍ୱଚାର ପିଏଚ୍ ସ୍ତର ସନ୍ତୁଳିତ ରହିଥାଏ ।

ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ଉତ୍ସବ ସମୟରେ ନିଜ ତ୍ୱଚାର ଚମକ ଦ୍ୱିଗୁଣିତ କରିବା ପାଇଁ ଘରେ ପ୍ରାକୃତିକ ଟୋନର ପ୍ରସ୍ତୁତ କରିପାରିବେ । ଏହାର କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇନଥାଏ। ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।

-ଅଧ କପ୍ ଏଲୋଭେରା ଜେଲ ଏବଂ କିଛି ଗୋଲାପ ଜଳ ମିଶାଇ ଟୋନର ପ୍ରସ୍ତୁତ କରନ୍ତୁ । ଆପଣ ଚାହିଁଲେ ଏହାଫ୍ରିଜରେ ରଖି ସପ୍ତାହରେ ୩-୪ ଥର ବ୍ୟବହାର କରିପାରିବେ ।

-କାକୁଡ଼ି ରସ ଏବଂ ଏଲୋଭେରା ଜେଲ ମିଶ୍ରଣରେ ପ୍ରସ୍ତୁତ ଟୋନର ସବୁଠୁ ଭଲ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

-କିଛି ନିମ୍ବ ପତ୍ରକୁ ପାଣିରେ ଫୁଟାନ୍ତୁ । ଅଧଘଣ୍ଟା ପରେ ଏହାକୁ ଥଣ୍ଡା କରି ଏକ କାଚ ବୋତଲରେ ରଖନ୍ତୁ । ଫ୍ରିଜରେ ମଧ୍ୟ ଏହାକୁ ଷ୍ଟୋର କରିପାରିବେ। ଆପଣ ଚାହିଁଲେ ଏଥିରେ ଆପଲ ସାଇଡର ଭିନେଗାର ମିଶାଇ ଟୋନର ପ୍ରସ୍ତୁତ କରନ୍ତୁ । ନିମ୍ବରେ ଥିବା ଔଷଧୀୟ ଗୁଣ ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରିଥାଏ ।
ଶୁଷ୍କ ତ୍ୱଚା, ବ୍ରଣ ଦାଗ ହଟାଇବା ପାଇଁ ରାଇସ ଟୋନର ବ୍ୟବହାର କରିପାରିବେ । ଏଥିପାଇଁ ପ୍ରଥମେ ୧ କପ୍ ଚାଉଳକୁ ଅଳ୍ପ ପାଣିରେ ୫-୬ ଘଣ୍ଟା ପାଇଁ ଭିଜାଇ ରଖନ୍ତୁ । ପରେ ଏହାକୁ ଛାଣି ଏକ ଶିଶିରେ ଭର୍ତ୍ତି କରନ୍ତୁ । ଏହାକୁ ନିୟମିତ ସ୍ପ୍ରେ କିମ୍ବା ତୁଳା ସାହାଯ୍ୟରେ ଅଳ୍ପ ନେଇ ବ୍ୟବହାର କରନ୍ତୁ।

-ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ଗ୍ରୀନ୍ ଟି ଯାହା ତ୍ୱଚାକୁ ମଇଶ୍ଚର ଲକ୍ କରିଥାଏ । ଏହା ବ୍ୟତୀତ ତ୍ୱଚାରୁ ଅତ୍ୟାଧିକ ତୈଳ ହ୍ରାସ କରବା ସହ ଫ୍ରି ରେଡିକାଲ୍ସରୁ ଦୂରେଇ ରଖିଥାଏ । ଗ୍ରୀନ୍ ଟି ଟୋନର ପାଇଁ ୨ଟି ଗ୍ରୀନ୍ ଟି ବ୍ୟାଗ୍ ନିଅନ୍ତୁ । ଗୋଟିଏ କପ୍ ପାଣିରେ ଏହାକୁ ମିଶାଇ ଫୁଟାନ୍ତୁ ଥଣ୍ଡା ହେଲା ପରେ ଏହାକୁ ଶିଶିରେ ଭର୍ତ୍ତି କରନ୍ତୁ କିମ୍ବା ତୁଳା ସାହାଯ୍ୟରେ ବ୍ୟବହାର କରନ୍ତୁ। 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 

Sponsored
Make homemade | Argus News