ପିଲାଙ୍କ ପାଇଁ ଘରେ ବନାନ୍ତୁ କିଛି ହେଲଦି ବ୍ରେଡ: ଖାଇସାରିବା ପରେ କହିବେ yummy

Key Points
କଦଳୀରେ ଭରପୁର ପୋଷକ ତତ୍ତ୍ବ ରହିଛି ଏବଂ ଏହା ପିଲାଙ୍କ ବୌଦ୍ଧିକ ବିକାଶରେ ସାହାଯ୍ୟ କରିଥାଏ
ପିଲାମାନଙ୍କ ପାଇଁ ଏକ ଟେଷ୍ଟି ଏବଂ ହେଳଦି ସ୍ନାକ୍ସ ହେଉଛି କଦଳୀରୁ ପ୍ରସ୍ତୁତ କେକ
ଖୁବ କମ ସମୟ ମଧ୍ୟରେ ହୋଇପାରିବ ଏହି କେକ
ଅର୍ଗସ ବ୍ୟୁରୋ: ପିଲାଙ୍କ ପାଇଁ ମା' ମାନେ ସବୁବେଳେ ଚିନ୍ତିତ ଥାନ୍ତି। ସକାଳୁ ଉଠୁ ଉଠୁ କଣ ବନେଇବେ ଆଉ ପିଲାକୁ ଭଲ ଲାଗିବ କି ନାହିଁ ତାର ମଧ୍ୟ ଚିନ୍ତା ଥାଏ। ଆଜି ଆମେ ଆପଣଙ୍କୁ ଏକ ସ୍ବାଦିଷ୍ଟ ଡିସର କଥା କହିବୁ ଯାହା ପାଟିକୁ ସୁଆଦିଆ ଲାଗିବା ସହ ଏଥିରେ ପୋଷଣ ତତ୍ତ୍ବ ମଧ୍ୟ ଭରପୁର ରହିଛି। ଆମେ କହୁଛୁ ବାନାନା ବ୍ରେଡ କଥା। କଦଳୀ ପିଲାଙ୍କ ବିକାଶ କରିବାରେ ଭରପୁର ମାତ୍ରାରେ ସାହାଯ୍ୟ କରିଥାଏ। ସେଥିପାଇଁ କଦଳୀକୁ ପିଲାଙ୍କ ଡାଏଟରେ ସାମିଲ କରାଯାଇଥାଏ। ତେବେ ଚାଲନ୍ତୁ ଆଜି ଜାଣିବା ବାନାନା ବ୍ରେଡ ପାଇଁ ଆବଶ୍ୟକ ସାମଗ୍ରୀ:
ପାଚିଲା କଦଳୀ-୪ଟା
ଅଣ୍ଡା-୨ଟା
ଦହି- ଅଧାକପ
ଚିନି କିମ୍ବା ଗୁଡ଼- ଅଧାକପ
ଭାନିଲା ଏସେନ୍ସ- ୧ ଚାମଚ
କ୍ଷୀର- ୧/୪ କପ
ବନସ୍ପତି ତେଲ/ବଟର- ଅଧାକପ
ବାଦାମ ପାଉଡର-୧/୨ କପ
ପ୍ରୋଟିନ ପାଉଡର- ଅଧାକପ
ବେକିଙ୍ଗ ପାଉଡର -ଏକ ଚାମଚ
ବେକିଙ୍ଗ ସୋଡା- ଅଧା ଚାମଚ
କିଛି ଡ୍ରାଇଫ୍ରୁଟ୍ସ ଖଣ୍ଡ
ସ୍ବାଦଅନୁସାରେ ଟିକେ ଲୁଣ
ବାନାନା କେକର ପ୍ରସ୍ତୁତି ପ୍ରଣାଳୀ:
-ପ୍ରୋଟିନରେ ଭରପୁର ବାନାନା ବ୍ରେଡ ପ୍ରସ୍ତୁତ କରିବାପାଇଁ ସର୍ବପ୍ରଥମେ ପାଚିଲା କଦଳୀକୁ କିଛି ବାଉଲରେ ନିଅନ୍ତୁ। ଏକ ମାସର ସାହାଯ୍ୟରେ କଦଳୀକୁ ମାସ କରି ନିଅନ୍ତୁ। ଧ୍ୟାନ ରଖିବେ ଯେମିତି କଦଳୀ ଭଲ ସେ ଚକଟି ହୋଇଯିବ।
-ସେପଟେ ଓଭନକୁ ୧୭୫ ଡିଗ୍ରୀ ସେଲସିୟସରେ ଗରମ କରି ନିଅନ୍ତୁ। ତା'ପରେ ପ୍ୟାନକୁ ତେଲ କିମ୍ବା ବଟରରେ ଗ୍ରୀସ କରିନିଅନ୍ତୁ। ଏବେ ଆଉ ଏକ ବାଉଲରେ ଅଣ୍ଡା, ଦହି ଏବଂ ଗୁଡ଼ ପକାଇ ଫେଣ୍ଟି ନିଅନ୍ତୁ।
-ଏହାପରେ ଚକଟା ହୋଇଥିବା କଦଳୀରେ ବାଦାମ ପାଉଡର, ପ୍ରୋଟିନ ପାଉଡର, ଭାନିଲା ଏସେନ୍ସ, କଟା ଖଣ୍ଡ ଡ୍ରାଏ ଫୁଟ୍ସ, ବେକିଙ୍ଗ ପାଉଡର, ବେକିଙ୍ଗ ସୋଡା, କିଛି ବଟର ଏବଂ ସ୍ବାଦ ଅନୁସାରେ ଲୁଣ ପକାଇ ମିକ୍ସ କରନ୍ତୁ।
-ଏହାପରେ ପୂର୍ବରୁ ଫେଣ୍ଟିକି ରଖିଥିବା କ୍ଷୀର ଏବଂ ଅଣ୍ଡାର ମିଶ୍ରଣକୁ ଢାଳନ୍ତୁ। ଏବେ ଭଲସେ ସବୁ ସାମଗ୍ରୀକୁ ମିକ୍ସ କରି ନିଅନ୍ତୁ।
-ସବୁ ଭଲ ସେ ମିକ୍ସ ହୋଇଗଲାପରେ ଗ୍ରୀସ କରିରଖିଥିବା ପ୍ୟାନରେ ଏହି ମିଶ୍ରଣକୁ ଢାଳନ୍ତୁ। ଉପରେ ଆଉ କିଛି ଚେରୀ ଏବଂ ଡ୍ରାଏଫୁଟ୍ସ ପକାଇ ଦିଅନ୍ତୁ। ଏହାପରେ ଓଭନରେ ବେକ ହେବା ପାଇଁ ରଖିଦିଅନ୍ତୁ।
-୪୦ରୁ ୫୦ ମିନିଟ ପର୍ଯ୍ୟନ୍ତୁ ଏହାକୁ ବେକ କରନ୍ତୁ। ମଝିରେ ମଝିରେ ଟୁଥପିକ ସାହାଯ୍ୟରେ ଚେକ କରନ୍ତୁ। ଯଦି ଟୁଥପିକ କ୍ଲିନ ଆସେ ତାହେଲେ ଆପଣଙ୍କ ବାନାନା କେକ ପୁରା ରେଡି ଟୁ ସର୍ଭ। ଏହାକୁ ବାହାର କରି ସ୍ଲାଇସ ସ୍ଲାଇସ କରି କାଟିକି ବଟର ସାଥୀରେ ସର୍ଭ କରନ୍ତୁ। ତା'ପରେ ଏହି କେକ ଖାଇ ନିଶ୍ଚିତ କହିବେ ମମି କେକ is so yummy.
📱 Get Argus News App
✨ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର