Videos
|
Lifestyle

କୃଷ୍ଣଚୂଡା ଫୁଲର କମାଲ, ରହିଛି ଅନେକ ଔଷଧୀୟ ଗୁଣ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
କୃଷ୍ଣଚୂଡା ଫୁଲର କମାଲ, ରହିଛି ଅନେକ ଔଷଧୀୟ ଗୁଣ...

ଅର୍ଗସ ବ୍ୟୁରୋ: ଆପଣ କୃଷ୍ଣଚୂଡା ଫୁଲ ଦେଖିଛନ୍ତି। ସମସ୍ତେ ପ୍ରାୟ ଦେଖିଥିବେ। ଏହ ଫୁଲଟି ଦେଖିବାକୁ ନାଲି ଏବଂ କମଳା ରଙ୍ଗର ମିଶିକି ହୋଇଥାଏ। ଏହି ଫୁଲଟି ଦେଖିବାକୁ ଭାରି ସୁନ୍ଦର। ଖରାଦିନେ ରାସ୍ତା କଡ଼ରେ କୃଷ୍ଣଚୂଡା ଫୁଲ ଦେଖିବାକୁ ମିଳିଥାଏ। ଏହି ଫୁଲକୁ ଦେଖିବା ମାତ୍ରେ ସମସ୍ତଙ୍କ ମନ ଖୁସି ହୋଇଯାଏ । କୁହାଯାଏ ଏହି ଫୁଲରେ ରହିଛି ଅନେକ ଔଷଧୀୟ ଗୁଣ। ଏହିି ଫୁଲରୁ ତିଆରି ଔଷଧ ଦ୍ୱାରା କେଶ ଝଡିବା, ଆଥ୍ରାଇଟିସ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ତେବେ ଏହାକୁ କିପରି ବ୍ୟବହାର କରିବା ଆସନ୍ତୁ ଜାଣିବା। କେଶ ପାଇଁ ଏହା ସର୍ବୋତ୍ତମ ଔଷଧ ବୋଲି ବିଶ୍ୱାସ କରାଯାଏ । ଏହା ମୁଣ୍ଡର କୌଣସି ସମସ୍ୟା, ଯେପରି ମୁଣ୍ଡବିନ୍ଧା, ଚୁଟି ଉପୁଡିବା ଭଳି ସମସ୍ୟାକୁ ଦୂର କରିଥାଏ । କୃଷ୍ଣଚୂଡା ଗଛ ପତ୍ରର ଏକ ପେଷ୍ଟ କରି ମୁଣ୍ଡରେ ଦୁଇମାସ ପର୍ଯ୍ୟନ୍ତ ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଏହାଛଡା ଆଣ୍ଠୁ ଗଣ୍ଠି ପିଡାରେ ପିଡିତ ଥିବା ଲୋକମାନେ ଏହି କୃଷ୍ଣଚୂଡା ଫୁଲକୁ ପାଣିରେ ପାକାଇ ଫୁଟାଇ ପିଇବା ଦ୍ୱାରା ବହୁତ ଲାଭ ମିଳିଥାଏ । ଆଥ୍ରାଇଟିସରୁ ଶିଘ୍ର ଲାଭ ମିଳିଥାଏ । ପେଟ ଯନ୍ତ୍ରଣା ଏବଂ ଥକ୍କାପଣ ଲୋକମାନଙ୍କୁ ଏହି ଫୁଲର ଗୁଣ୍ଡ ୨-୪ ଗ୍ରାମ ପାଉଡରରେ ମହୁ ମିଶାଇ ଖାଇବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ତେଣୁ ଏହାକୁ ଅନେକ ଲୋକ ବ୍ୟବହାର କରିଥାନ୍ତି।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
medicinal properties hidden in the pluck gulmohar tree flower | Argus News