Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Headache Symptoms / ସକାଳୁ ଉଠୁ ଉଠୁ ମୁଣ୍ଡ ବିନ୍ଧା, ହୋଇପାରେ ଏହି ବଡ଼ ରୋଗ...

Banajyotshna Ray
Browse all articles by Banajyotshna Ray
·4 months ago·2 min read
ସକାଳୁ ଉଠୁ ଉଠୁ ମୁଣ୍ଡ ବିନ୍ଧା, ହୋଇପାରେ ଏହି ବଡ଼ ରୋଗ...
Headache Symptoms

Key Points

ସକାଳୁ ଉଠିବା ମାତ୍ରେ ବିନ୍ଧୁଛି କି ମୁଣ୍ଡ!
ହୋଇଯାଆନ୍ତୁ ସାବଧାନ
ଆଜିକାଲି ଆମର ଜୀବନ ଶୈଳୀ ଏତେ ଖରାପ ହୋଇଗଲାଣି ଯେ, କିଛି ବି ଖାଇଦେଲେ ଆମର ସଙ୍ଗେ ସଙ୍ଗେ ଭିନ୍ନ ଭିନ୍ନ ରୋଗ ହେଉଛି। ଆଉ ମୁଣ୍ଡ ବିନ୍ଧା ଏକ ବଡ଼ ସମସ୍ୟା ହୋଇଗଲାଣି। ଆପଣ ଜାଣନ୍ତି କି ସକାଳୁ ସକାଳୁ ଉଠିଲା ମାତ୍ରେ ମୁଣ୍ଡ ବିନ୍ଧା କାହିଁକି ହୋଇଥାଏ। ପ୍ରତିଦିନ ମୁଣ୍ଡ ବିନ୍ଧା ଔଷଧ ଖାଇ ଦିନର ଆରମ୍ଭ କରିବାକୁ ପଡ଼ୁଛି କି? ସକାଳେ ଉଠିଲେ ମାତ୍ର ଆପଣଙ୍କ ମୁଣ୍ଡ ବିନ୍ଧୁଛି କି? ଯଦି ହଁ ତେବେ, ଆଦୌ ଅଣଦେଖା କରନ୍ତୁ ନାହିଁ । ସାଧାରଣତଃ ସମସ୍ତେ ଭାବନ୍ତି ଯେ କାମର ଚାପ ଓ ଅନିୟମିତ ଜୀବନଶୈଳୀ ଯୋଗୁ ମୁଣ୍ଡ ବିନ୍ଧେ। ହେଲେ କେବଳ କାମର ଚାପ ଓ ବିଳମ୍ବ ରାତି ଯାଏ ଜଗିବା ହିଁ ମୁଣ୍ଡ ବିନ୍ଧାର କାରଣ ହୋଇ ନଥାଏ।

ଏହା ପଛରେ ଆହୁରି ଅନେକ କାରଣ ରହିଥାଏ। ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା।ରାତିରେ ଆଲକହଲ ଓ କଫି ପିଇବା ମଧ୍ୟ ବନ୍ଦ କରିବାକୁ ହେବ। ଏସବୁ ବାଦ୍‌ ପ୍ରତିଦିନ କାଳେ କିଛି ସମୟ ମେଡିଟେସନ୍‌ ବା ଧ୍ୟାନ କରନ୍ତୁ। ଏହା ଦ୍ୱାରା ମସ୍ତିଷ୍କକୁ ଶାନ୍ତି ମିଳିଥାଏ ତେଣୁ ରାତିରେ ଭଲ ନିଦ ହୋଇଥାଏ। ଯାହାଫଳରେ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଯେଉଁମାନେ ସକାଳେ ହେଉଥିବା ମୁଣ୍ଡବିନ୍ଧାକୁ ନଜରନ୍ଦାଜ କରନ୍ତି ବା ମୁଣ୍ଡବିନ୍ଧା ଔଷଧ ଖାଇଦେଇ କାମ ଚଳାଇଦିଅନ୍ତି, ସେମାନଙ୍କୁ ଭବିଷ୍ୟତରେ ଅନେକ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିଥାଏ।

ଯଦି ଆପଣ ଏହାର ସଠିକ୍‌ ସମୟରେ ଓ ସଠିକ୍‌ ଚିକିତ୍ସା ନ କରାଇବେ ତେବେ ଆପଣଙ୍କୁ ଭବିଷ୍ୟତରେ ପାରାଲିସିସ୍, ଫିଟ୍ସ ଓ ଅସମୟରେ ବେହୋଶ ହେବା ଭଳି ସମସ୍ୟା ଭୋଗିପାରନ୍ତି। ଯଦି ଆପଣଙ୍କର ସପ୍ତାହକୁ ୩-୪ଥର ମର୍ଣ୍ଣିଂ ହେଡ୍‌ଏକ୍‌ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ପରେ MRI ଓ EEG ମଧ୍ୟ କରାଇ ନିଅନ୍ତୁ। ଏଥିରୁ ଆପଣଙ୍କ ମୁଣ୍ଡବିନ୍ଧାର ପ୍ରକୃତ କାରଣ ଜଣାପଡ଼ିବ। ଏଥିସହ ରାତିରେ ବେଶୀ ସମୟ ଯାଏଁ ଜଗିବା ଓ ଶୋଇବା ପୂର୍ବରୁ ଅଧିକ ସମୟ ଟିଭି ଦେଖିବା କମ୍‌ କରନ୍ତୁ। ପ୍ରତିଦିନ ସକାଳୁ ବିଛଣାରୁ ଉଠିବା ମାତ୍ରେ ହିଁ ଅନେକ ଲୋକଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଏ। ଏହା ପଛରେ ଅନେକ କାରଣ ରହିଥାଏ। ସେଥିମଧ୍ୟରୁ ମାଇଗ୍ରେନ୍‌ ଏକ ମୁଖ୍ୟ କାରଣ।

ଏଥିସହ ପଢ଼ନ୍ତୁ: ସୂତକ କାଳ ସମୟରେ କରନ୍ତୁ ନାହିଁ ଏହି କାମ, ଭୋଗିବେ ଏହି ଦସା...

ବିଶେଷଜ୍ଞଙ୍କ ଅନୁଯାୟୀ ସକାଳ ୮ଟାରୁ ୯ଟା ଭିତରେ ଶରୀର କିଛି ପେନ୍‌କିଲର୍ସ ଓ ଏଣ୍ଡାଫ୍ରିନ୍ ଓ ଏନ୍‌କ୍ୟାଫଲିନୋ ରିଲିଜ୍‌ କରିଥାଏ। ଏହା ଆମର ଶରୀରର ରକ୍ତସଞ୍ଚାଳନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ବିଶେଷ କରି ମାଇଗ୍ରେନ୍‌ ରୋଗୀକୁ ଏହାର ଅନୁଭବ ଶୀଘ୍ର ହୋଇଥାଏ। ସେଥିପାଇଁ ସେମାନଙ୍କୁ ସକାଳୁ ଉଠିବା ମାତ୍ରେ ହିଁ ଅତିମାତ୍ରାରେ ମୁଣ୍ଡବିନ୍ଧା ହୋଇଥାଏ । ମାଇଗ୍ରେନ୍‌ ବ୍ୟତୀତ ଆହୁରି ଅନେକ କାରଣ ରହିଛି ଯାହା ସକାଳର ମୁଣ୍ଡବିନ୍ଧାର ସମସ୍ୟାକୁ ସୃଷ୍ଟି କରିଥାଏ। ସେଥିମଧ୍ୟରେ ସାଇନୋସାଇଟ୍‌, ବ୍ରେନ୍‌ ଟ୍ୟୁମର, ଉଚ୍ଚ ରକ୍ତଚାପର ସମସ୍ୟା, ଡିପ୍ରେସନ୍‌, ସ୍ଲିପ୍‌ ଏମ୍ପିନିଆ, ଇନ୍‌ସୋମେନିଆ ବା ରାତିରେ ଠିକ୍‌ଭାବେ ନିଦ ନଆସିବାର ସମସ୍ୟା ପ୍ରଭୃତି ହେଉଛି ମୁଖ୍ୟ କାରଣ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Headache Symptoms | Morning Headache Warning: Could It Be a Sign of a Serious Disease | Argus News | Argus News