Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗ୍ରୀଷ୍ଣ ଋତୁରେ ଖାଆନ୍ତୁ ଏହିସବୁ ପରିବା, ମିଳିବ ଅନେକ ଫାଇଦା...

Lifestyle

ଗ୍ରୀଷ୍ଣ ଋତୁରେ ଖାଆନ୍ତୁ ଏହିସବୁ ପରିବା, ମିଳିବ ଅନେକ ଫାଇଦା...

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଗ୍ରୀଷ୍ଣ ଋତୁରେ ଖାଆନ୍ତୁ ଏହିସବୁ ପରିବା, ମିଳିବ ଅନେକ ଫାଇଦା...

ଅର୍ଗସ ବ୍ୟୁରୋ:  ଗ୍ରୀଷ୍ଣ ଋତୁ ଏକ ସଂଘର୍ଷପୂର୍ଣ୍ଣ ଋତୁ।  ଏହି ଋତୁରେ ଶରୀରକୁ କୋଷ୍ଠକାଠିନ୍ୟ, ଗ୍ୟାସ୍, ବାନ୍ତି ଏବଂ ଅମ୍ଳତା ,ବଂ ଏସିଡିଟି ପରି ଛୋଟ ଛୋଟ ରୋଗ ମାଡିବସିଥାଏ। ଏହି ଋତୁରେ ଶରୀରରେ ପାଣିର ଅଭାବ ହେତୁ ଆମ ଶରୀରରେ ଏହାର ପ୍ରଭାବ ପଡିଥାଏ। ଏହି ଋତୁରେ ନିଜ ଖାଦ୍ୟପେୟର ଖୁବ ଧ୍ୟାନ ରଖିବାକୁ ପଡିଥାଏ। ଏହି ଋତୁରେ ଏମିତି କିଛି ପରିବାର ଖାଇବା ଜରୁରୀ ଯାହା ଦ୍ୱାରା ଆପଣଙ୍କୁ ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା ଏହି ଋତୁରେ କେଉଁ କେଉଁ ପରିବା ଖାଇବା ଆବଶ୍ୟକ।
କାକୁଡି:
ଗରମ ଦିନରେ ଶରୀରରେ ପାଣିର ଅଭାବ ହେତୁ ଡିହାଇଡ୍ରେସନର ସମସ୍ୟା ଦେଖାଦେଇଥାଏ। ଏହି ଋତୁରେ କାକୁଡି ଅଧିକ ଖାଇବା ଦ୍ୱାରା ଡିହାଇଡ୍ରେସନର ସମସ୍ୟା ଦେଖାଦେଇନଥାଏ।
ସଜନାଛୁଇଁ:
ଏହି ପରିବାଟି ଶରୀର ପାଇଁ ଖୁବ ଉପକାରୀ। ଏଥିରେ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି। ଯାହା ଆପଣଙ୍କୁ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ |ଗ୍ରୀଷ୍ମ ଋତୁରେ ଥକାପଣ ଏବଂ ଦୁର୍ବଳତାର ସମସ୍ୟାକୁ ଦୂର କରିବା ପାଇଁ ଆପଣ ଏହାକୁ ଖାଇବା ଆଦକାର।
କଲରା: 
କଲରା ପିତା ହୋଇଥାଏ, କିନ୍ତୁ ଏହାର ଫାଇଦା ଖୁବ ଅଧିକ ଥାଏ। କଲରାରେ ଭିଟାମିନ୍, ଆଇରନ୍, ଜିଙ୍କ୍, ପୋଟାସିୟମ୍, ମାଙ୍ଗାନିଜ୍ ଭଳି ଉପାଦାନଗୁଡିକ ଭରି ଭରି ଥାଏ। ହେଉଁମାନଙ୍କୁ ଡାଇବେଟିସ ହୋଇଥାଏ ସେମାନଙ୍କ ପାଇଁ ଏହା ଖୁବ ଲାଭଦାୟକ । ଖରା ଦିନେ ଏହାକୁ ଖାଇବା ଦ୍ୱାରା ଶରୀର ପାଇଁ ଲାଭ ଦାୟକ ହୋଇଥାଏ।
ଜହ୍ନି:
ଜହ୍ନି ଖରା ଦିନରେ ମିଳୁଥିବା ଲୋକଙ୍କର ପ୍ରିୟ ପରିବା ଥାଏ। ଯଦି ଆପଣ ହଜମ ପ୍ରକ୍ରିୟାରେ ଅସୁବିଧାରେ ହେଉଛି ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ ଜହ୍ନି ସାମିଲ କରିବାକୁ ପଡିବ। ଏଥିରେ ଥିବା ଏନଜାଇମ ହଜମ କରିବାରେ ସାହାଯ୍ୟ କରିଥାଏ ଏବଂ ଏକ ସୁସ୍ଥ ଶରୀର ପ୍ରୋତ୍ସାହିତ କରିଥାଏ ।
ଲାଉ:
ଲାଉ ଖାଇବା ଦ୍ୱାରା ଶରୀରକୁ ଖୁବ ଲାଭ ମିଳିଥାଏ। ପୋଷକତତ୍ୱରେ ଭରପୁର ଲାଉ ଶରୀରକୁ ଶକ୍ତି ପ୍ରଦାନ କରେ ଏବଂ ଗ୍ରୀଷ୍ମ ଋତୁରେ ଡିହାଇଡ୍ରେସନରୁ ମଧ୍ୟ ରକ୍ଷା କରେ |ଏଥିରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ଆପଣଙ୍କୁ ଅନେକ ଗମ୍ଭୀର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
must eat these things in summer body will remain fit and healthy | Argus News