Videos
|
Lifestyle

ପାଟିରୁ ଗନ୍ଧ ବାହାରିଲେ, ଡାଇବେଟିସ୍‌ ନିଶ୍ଚିତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଟିରୁ ଗନ୍ଧ ବାହାରିଲେ, ଡାଇବେଟିସ୍‌ ନିଶ୍ଚିତ

ଅର୍ଗସ ବ୍ୟୁରୋ:  ଆପଣଙ୍କ ପାଟିରୁ ଗନ୍ଧ ବାହାରୁଛି କି। ତେବେ ଜାଣି ରଖନ୍ତୁ ଆପଣଙ୍କୁ ଡାଇବେଟିସ୍‌ ହୋଇଛି। ଆଜ୍ଞା ହଁ, ଚିନ୍ତା ବଢ଼ାଉଛି ଡାଇବେଟିସ୍‌। ଆଜିକାଲି ଏହା ସମସ୍ତଙ୍କୁ ଆଟାକ କରୁଛି। ତେବେ ଡାଇବେଟିସ୍ ରୋଗର ଲକ୍ଷ୍ୟଣକୁ ଜାଣିବା ସହଜ ହେଉନଥିଲେ ବି ଅଧିକ ଥର ଭୋକ ଲାଗିବା, ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଗଲେ ଲୋକେ ସାଧାରଣତଃ ଡାକ୍ତର ପରାମର୍ଶ କରିଥାନ୍ତି । ହେଲେ ଏବେ ଆଉ ଏକ ନୂଆ ଲକ୍ଷଣ ସାମନାକୁ ଆସିଛି ଯାହାକୁ ନେଇ ବିଶେଷଜ୍ଞମାନେ ଦାବି କରୁଛନ୍ତି । ଯାହା ଜାଣିବା ନିହାତି ଆବଶ୍ୟକ। ତାହା ହେଉଛି ପାଟିରୁ ବାହାରୁଥିବା ଗନ୍ଧ।  ଆପଣଙ୍କ ପାଟିରୁ ଫଳର ଗନ୍ଧ ଆସିଲେ ଏହା ‘ଡାଏବେଟିକ୍ କିଟୋଏସିଡୋସିସ୍’ର ଲକ୍ଷଣ ହୋଇପାରେ, ଯାହା ମଧୁମେହର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ବୋଲି କହିଛନ୍ତି ।

‘ଡାଏବେଟିକ୍ କିଟୋଏସିଡୋସିସ୍’ ଶରୀର ମଧ୍ୟରେ ହେଉଥିବା ଏକ ପ୍ରକ୍ରିୟା, ଯେଉଁଥିରେ ଇନସୁଲିନ୍ ମାତ୍ରା କମିଯାଏ, ଫଳରେ ରକ୍ତ କଣିକାରେ ହାନିକାରକ କିଟୋନ୍ସ ସୃଷ୍ଟିି ହୁଏ । ଫଳରେ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ପାଟିରୁ ଏଭଳି କିଛି ଗନ୍ଧ ବାହାରିଲେ ଡେରି ନକରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବାକୁ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ତେବେ ଏହା ଜାଣିବା ଦ୍ୱାରା ଆପଣ ନିଜର ଏବଂ ନିଜ ପରିବାରର ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେଇପାରିବେ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

new symptoms of diabetes disease | Argus News