Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଆମେ ଖାଉଥିବା ଅଟାରେ ପୋଷକ ତତ୍ତ୍ବ ମିଳେ ନାହିଁ

Rashmita Mishra
Browse all articles by Rashmita Mishra
·1 year ago·2 min read
ଆମେ ଖାଉଥିବା ଅଟାରେ ପୋଷକ ତତ୍ତ୍ବ ମିଳେ ନାହିଁ

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସବୁଥିରେ ନକଲି ଜିନିଷ ବ୍ୟବହାର ହେଉଛି । ଖାସ୍ କରି ଆମେମାନେ ଖାଉଥିବା ଜିନିଷର ଅଧିକ ଅପମିଶ୍ରତ ହେଉଛି । ଖାଦ୍ୟରେ ଅପମିଶ୍ରଣ ସମଗ୍ର ବିଶ୍ଵରେ ଦ୍ରୂତ ଗତିରେ ବଢିବାରେ ଲାଗିଛି । ଜାଣତରେ ହେଉ କିମ୍ଵା ଅଜାଣତରେ ଖାଦ୍ୟ ଅପମିଶ୍ରିତ ହୋଇଥାଏ। ନିଜର ଆର୍ଥିକ ଫାଇଦା ପାଇଁ ଖାଦ୍ୟ ଉତ୍ପାଦନକାରୀ ଜାଣିଶୁଣି ଖାଦ୍ୟ ସାମଗ୍ରୀରେ ଅନ୍ୟ କିଛି ମିଶାଇଥାନ୍ତି  ଅଥବା ପୋଷକତତ୍ତ୍ଵ କାଢ଼ି ନିଅନ୍ତି । ତାହା ସହ ଖାଦ୍ୟକୁ ବନାଇବା ବେଳେ ଅବହେଳା କାରଣରୁ ଆପେ ଆପେ ସେଥିରେ ଅନ୍ୟ କିଛି ପଡ଼ି ତାହା ଅପମିଶ୍ରିତ ହୋଇଥାଏ। 

ଶେଷରେ ଖାଉଟି ହିଁ ଏସବୁ ଅପମିଶ୍ରିତ ଖାଦ୍ୟ କିଣି ଖାଇଥାଏ। ଏହାପରେ ସେ ଅନେକ ରୋଗର ସମ୍ମୁଖୀନ ହୋଇଥାଏ । ଆମେ ପ୍ରତିଦିନ ଅନେକ କିଛି ଖାଦ୍ୟ ଖାଇଥାଉ ତା ମଧ୍ୟରୁ ରୁଟି ବେଶ ଗୁରୁତ୍ବପୂର୍ଣ୍ଣ।  ଏହାକୁ ଖାଇବା ଦ୍ଵାରା ଆମକୁ ପୋଷକ ତତ୍ତ୍ଵ ମିଳିଥାଏ। କିନ୍ତୁ ଥରେ ଭାବିଲେ ଆମେ ଯେଉଁ ଅଟା ଖାଉଛେ ତାହା ଯଦି ଅପମିଶ୍ରିତ ହୋଇଥିବ ତାହେଲେ ଆଉ ପୋଷକ ତତ୍ତ୍ବ ମିଳେ ନାହିଁ। 
ଆପଣ ଖାଉଥିବା ଅଟା ଭେଜାଲ ନୁହେଁ ତ ?

ତେଲ ମସଲାଠାରୁ ଆରମ୍ଭ କରି ଚାଉଳ ଅଟା ପର୍ଯ୍ୟନ୍ତ ପ୍ରାୟ ସବୁ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ କରାଯାଉଛି । ପୁଣି କେଉଁ ସାମଗ୍ରୀ ଭେଜାଲ ଆଉ କେଉଁଟା ଭଲ ତାହା ଜାଣିବା ମଧ୍ୟ କଷ୍ଟକର ହୋଇଥାଏ। ସେମିତି ଗୋଟିଏ ନିତିଦିନିଆ ଖାଦ୍ୟ ସାମଗ୍ରୀ ହେଉଛି ଅଟା। ସାଧାରଣତଃ ଅଟାରେ ମଇଦା, ସରୁବାଲି, ଚକ୍‌ଗୁଣ୍ଡ,  କରତଗୁଣ୍ଡ, ଚୋକଡ଼, ପାଳୁଅ ବା ମକାଗୁଣ୍ଡ ମିଶାଇ ଅଟାକୁ ଅପମିଶ୍ରଣ କରାଯାଇଥାଏ । କିନ୍ତୁ, ଅଟାରେ ‘ଆଲାବାଷ୍ଟାର୍’ ନାମକ ଧଳାପଥର ଗୁଣ୍ଡ ମିଶାଯାଉଥିବା କଥା କେତେକ ସ୍ଥାନରେ ଦେଖାଯାଇଥାଏ। ଏଭଳି ଅପମିଶ୍ରଣ ହେଲେ ହଜମକ୍ରିୟାରେ ସମସ୍ୟା ହେବାସହ ଶ୍ୱାସପ୍ରଶ୍ଵାସରେ ମଧ୍ୟ ସମସ୍ୟା ଦେଖାଦିଏ । ତେଣୁ ଖାଇବା ଆଗରୁ ଅଟା ଅପମିଶ୍ରିତ କି, ନୁହେଁ, ପରୀକ୍ଷା କରିନେବା ଉଚିତ। ଆସନ୍ତୁ ଜାଣିବା ଅଟାକୁ କିପରି ପରୀକ୍ଷା କରିବେ । 

କାଗଜି ଲେମ୍ବୁ ପରୀକ୍ଷା
କିଛି ଅଟାରେ ଅଳ୍ପ କେତେ ବୁନ୍ଦା କାଗଜି ଲେମ୍ବୁ ରସ ପକାନ୍ତୁ । ଯଦି ଫୋଟକା ହୁଏ ଜାଣିବେ ସେଥିରେ ଚକ୍ ଗୁଣ୍ଡ ମିଶିଛି। ଭଲ ଅଟାରେ କାଗଜି ଲେମ୍ବୁ ରସ ପଡ଼ିଲେ ଫୋଟକା ହୁଏନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜଳରେ ପରୀକ୍ଷା
ଏକ ଗ୍ଲାସ ପାଣିରେ ଅଟା ମିଶାଇ ଦିଅନ୍ତୁ। ଯଦି ପାଣି ଉପରେ କିଛି ଗୁଣ୍ଡ ଭାସେ ଜାଣିବେ ସେଥିରେ ଚୋକଡ଼ ମିଶିଛି । ଶୁଦ୍ଧ ଅଟା ପାଣିରେ ସମ୍ପୂର୍ଣ୍ଣ ମିଳେଇ ଯିବ ଏବଂ ପାଣି ସଫା ଦେଖାଯାଇଥାଏ । 

ସ୍ବାଦ ପରୀକ୍ଷା
ଗୋଟିଏ ଚାମଚ କଞ୍ଚା ଅଟା ଚାଖନ୍ତୁ ଯଦି ତାହା ପିତୁଳିଆ ଲାଗିଲେ ଜାଣିବେ ସେଥିରେ ରାସାୟନିକ ପଦାର୍ଥ ମିଶିଛି। ଭଲ ଅଟା ସ୍ବାଦହୀନ ଏବଂ ପିତୁଳିଆ ଲାଗେନାହିଁ।

ହାଇଡ୍ରୋକ୍ଲୋରିକ୍ ପରୀକ୍ଷା 
ଅଟାରେ ପାଣି ମିଶାଇ ଗୋଳାନ୍ତୁ । ତା’ପରେ ସେଥିରେ ଅଳ୍ପ କେତେ ବୁନ୍ଦା ହାଇଡ୍ରୋକ୍ଲୋରିକ୍ ଏସିଡ୍ ମିଶାନ୍ତୁ। ସେହି ମିଶ୍ରଣ ଉପରେ ଖଣ୍ଡେ ହଳଦୀ ଲେଖା ହୋଇଥିବା କାଗଜ ରଖନ୍ତୁ । ଯଦି ସେ କାଗଜ ଲାଲ୍ ପଡ଼ିଯାଏ, ଜାଣିବେ ଅଟାରେ ବୋରିକ୍ ଏସିଡ୍ ମିଶିଛି। ଭଲ ଅଟା ମିଶ୍ରଣ ସଂସ୍ପର୍ଶରେ ଆସିଲେ ହଦଳୀ-କାଗଜ ରଙ୍ଗ ବଦଳାଏ ନାହିଁ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

Sponsored
Nutrition is not found in the flour we eat | Argus News