Videos
|
Lifestyle

Pomegranate Health Benefits / ନିୟମିତ ଡାଳିମ୍ବ ଖାଇଲେ ହେବନି ଏହି ମାରାତ୍ମକ ରୋଗ….

Santosh Kumar Sahoo
Browse all articles by Santosh Kumar Sahoo
·11 months ago·2 min read
ନିୟମିତ ଡାଳିମ୍ବ ଖାଇଲେ ହେବନି ଏହି ମାରାତ୍ମକ ରୋଗ….

Key Points

ଶରୀର ପାଇଁ ବେଶ୍ ଉପକାରୀ ଡାଳିମ୍ବ । ନିୟମିତ ଡାଳିମ୍ବ ଖାଇବା ଦ୍ବାରା ହେବନି ଏହି ମାରାତ୍ମକ ରୋଗ।

ଆପଣ ମାନେ ତ ଜାଣିଥିବେ ଆଜିକାଲି ସମସ୍ତେ ନିଜକୁ ଫିଟ୍ ଓ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାରର ସବୁଜ ପନିପରିବା ଓ ଫଳ ଖାଇଥାନ୍ତି । ସେଥିମଧ୍ୟରୁ ଡାଳିମ୍ଵ ହେଉଛି ଅନ୍ୟତମ । ଲୋକଙ୍କ ଅନୁସାରେ ଡାଳିମ୍ଵରେ ଆଇରନ୍ ରହିଥାଏ । ଯାହା ଶରୀରରେ ରକ୍ତର ମାତ୍ରାକୁ ବଢାଇଥାଏ । କିନ୍ତୁ ଆପଣଙ୍କୁ ଜଣାଇ ଦିଆଯାଉଛି ଯେ ଡାଳିମ୍ଵରେ ଆଇରନ୍ ନଥାଏ । ତେବେ ଡାଳିମ୍ବକୁ ନେଇ କ’ଣ ରହିଛି ଡାକ୍ତରଙ୍କ ପରାମର୍ଶ ଆସନ୍ତୁ ଜାଣିବା…

ଲୋକ କିଛି ବି ଖାଦ୍ୟ ପଦାର୍ଥକୁ ଅତି ସହଜରେ ମନେ ରଖିବା ପାଇଁ ଶରୀରର ବିଭିନ୍ନ ଅଙ୍ଗ ସହ ଜଡିତ କରିଦିଅନ୍ତି । ଯେମିତିକି କିଡନୀ ପାଇଁ ବିନ୍ସ, ମସ୍ତିସ୍କ ପାଇଁ ଅଖରୋଟ ଓ ରକ୍ତ ପାଇଁ ଡାଳିମ୍ଵର ଆବଶ୍ୟକତା ଥାଏ ।

ଅଧିକ ପଢ଼ନ୍ତୁ: ଠିଆ ହୋଇ ପାଣି ପିଉଥିଲେ ସାବଧାନ ! ଅନେକ ସମସ୍ୟାରେ ପଡ଼ିପାରନ୍ତି...

ଗୁଡଗାଓଁର କ୍ଲିନିକାଲ୍ ନ୍ୟୁଟ୍ରିସନ୍ ମୁଖ୍ୟ ଡକ୍ଟର ଦୀପ୍ତି ଖାଟୁଜାଙ୍କ କହିବା ଅନୁସାରେ, ଡାଳିମ୍ଵ ସ୍ଵାସ୍ଥ୍ୟ ପାଇଁ ଭଲ । ଏହା ଆଣ୍ଟିଅକ୍ସିଡେଣ୍ଟ ଇମ୍ୟୁନିଟି ବଢେଇବାରେ ସାହାଯ୍ୟ କରିଥାଏ । ବେଳେ ବେଳେ ଏମିତି ହୋଇଥାଏ କି ଡାଳିମ୍ଵର ରଙ୍ଗ ସହ ମଧ୍ୟ ଯୋଡାଯାଇଥାଏ, ଯେମିତିକି ଡାଳିମ୍ଵ ଲାଲ ହୋଇଥାଏ । ଏହାକୁ ଖାଇବା ଦ୍ଵାରା ଶରୀରରେ ରକ୍ତର ମାତ୍ରା ବଢିଥାଏ । କିନ୍ତୁ ବାସ୍ତବରେ ଏମିତି ହୋଇନଥାଏ ।

ଡାଳିମ୍ଵରେ ଆଣ୍ତିଓକ୍ସିଡାନ୍ସ, ପଲିଫେନୋଲିକ୍ ଯୌଗିକ ସହ ପୁନିକାଲାଜିନ୍ସ, ଆନ୍ଥୋସାୟାନିସ୍ ଓ ହାଇଡ୍ରୋଲାଇଜାବୁଲ ଟାନିସ୍ ଭରପୁର ପରିପାଣରେ ଥାଏ । ଯାହାକି ଆପଣଙ୍କର କୋଷଗୁଡିକୁ ମୁକ୍ତ କଣିକା ସଂକ୍ରମଣରୁ ରକ୍ଷା କରିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଡାଳିମ୍ଵରେ ଥିବା ଯୌଗିକଗୁଡିକରେ କର୍କଟ ବିରୋଧୀ ଗୁଣ ଥାଏ । ଏହା ଦ୍ଵାରା ଯକୃତ କର୍କଟ ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ୟୁମର ବୃଦ୍ଧିକୁ ହ୍ରାସ କରିବା ସହ ରକ୍ତଚାପ, ପ୍ଲାଜମା, ଛାତିର ଯନ୍ତ୍ରଣାକୁ କମାଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories